• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶିଶୁକୁ ବାପା କୋଳରୁ ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏହାପରେ ପୀଡ଼ିତାକୁ ଛାଡ଼ି ଫେରାର ହୋଇ ଯାଇଥିଲା । ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଛାତି ଉପରେ ଘଟିଛି । ଘଟଣାରେ ଦୁଷ୍କର୍ମ ଅଭିଯୁକ୍ତ ଗିରଫ ହୋଇଛି । ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି ପୋଲିସ ।

୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଫେରାର ହୋଇଯାଇଥିଲା ସନ୍ତୋଷ । ଅଭିଯୁକ୍ତ ଜଣଙ୍କ ଏୟାରଫିଲଡ ଥାନା ପାଞ୍ଚଗାଁ ଅଞ୍ଚଳର ହୋଇଥିବା ବେଳେ ଦୁଷ୍କର୍ମ ପରେ ଫେରାର ହୋଇଯାଇଥିଲା । ସେପଟେ ପୀଡିତାଙ୍କୁ ଆଜି ଅଲଟ୍ରାସାଉଣ୍ଡ ପାଇଁ କ୍ୟାପିଟାଲ ହସପିଟାଲ ଆଣିଛି ପୋଲିସ ।

ଏବେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ଅଧିକ୍ଷକ । ଗତକାଲି ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପରେ ପରିବାର ଲୋକଙ୍କ ସାଙ୍ଗରେ ପଠାଯାଇଥିବା କ୍ୟାପିଟାଲ ହସପିଟାଲ ଅଧିକ୍ଷକ କହିଛନ୍ତି । ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆ ଡ୍ରାଇଭର ଭାବେ କାମ କରୁଥିବା ବେଳେ ବୟସ ୨୩ ବର୍ଷ ।

ପୀଡ଼ିତା ଶିଶୁ କନ୍ୟାର ପରିବାର ସନ୍ତୋଷଙ୍କ ଘର ସମ୍ମୁଖରେ ରୁହନ୍ତି ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତକାଲି ଶିଶୁର ବାପା ଘର ସମ୍ମୁଖ ଦାଣ୍ଡରେ ବୁଲାଉଥିଲେ । ଉକ୍ତ ସମୟରେ ନିଶାସକ୍ତ ଥିବା ସନ୍ତୋଷ ପିଲାଟିକୁ ନିଜ ଘରକୁ ନେଇ ଯାଇଥିଲେ ଓ ସେଠାରେ କେହି ନ ଥିବା ସୁଯୋଗରେ ସେ ଶିଶୁ ସହ ଦୁଷ୍କର୍ମ କରିଥିଲେ ।

ଶିଶୁଟି ଚିତ୍କାର କରିବାରୁ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ ଓ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲା । ପରିବାର ଲୋକେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ବିଭିନ୍ନ ଯାଞ୍ଚ ପରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କ୍ୟାପିଟାଲ ହସପିଟାଲ ଅଧିକ୍ଷକ ଦିଲ୍ଲୀପ ପଣ୍ଡା କହିଛନ୍ତି ।

ଆଜି ସନ୍ତୋଷକୁ କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରାଯିବ । ଏହାପରେ କଠୋର ଦଣ୍ଡବିଧାନ ହେବ ବୋଲି ଆଇନ୍‌ ବିଶେଷଜ୍ଞ ସୂଚନା ଦେଇଛନ୍ତି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତାଙ୍କ ମେଡିକାଲ ଚେକଅପ୍‌ କରାଯାଇଛି । ଏହାପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now