ଜଣେ ମଦ୍ୟପ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ୱାତୀ ମାଲିୱାଲ୍ଙ୍କୁ ବିଚ୍ ରାସ୍ତାରେ ୧୫ ମିଟର ଯାଏ ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।
ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ୫ଟାରେ ରେପୋଲି ଗାଁରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ନାସିକ-ଶିରିଡ଼ି ହାଇୱେରେ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକ୍ ସହ ବସ୍ ଧକ୍କା ହେବାରୁ ଏହି ଦୁର୍ଘଟଣା ହୋଇଛି।
ବାରିପଦା ଦେଉଳି ରାସ୍ତାର ଛେନାଧୁଆ ଛକରେ ଯେଉଁ ଭୟଙ୍କର ଦୁର୍ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା । ରାସ୍ତାରେ ଅଟୋ ଯାଉଥିବା ବେଳେ ସାମ୍ନାରୁ ଧକ୍କା ଦେଇଥିଲା ପିକଅପ ଭ୍ୟାନ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋ ତଳେ ଚାପି ହୋଇ ୩ ଜଣଙ୍କ ପ୍ରାଣ ଯିବା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି।
ମର୍ମନ୍ତୁଦ ଦୁର୍ଘଟଣା । ୩ ଜଣଙ୍କର ଜୀବନ ଚାଲିଗଲା ।
କାର୍ ଡୋର୍ରେ ବାଇକ୍ ଚାଳକ ପିଟି ହେବା ଯୋଗୁ ଟ୍ରକ୍ ଚକା ତଳେ ଫସି ଯାଇଥିଲେ। ଯାହାକି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ବାହାରି ଥିବାବେଳେ ଦୁର୍ଘଟଣାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ପିକ୍ଅପ୍ ଭ୍ୟାନ୍ ଗଛରେ ପିଟି ହେବା ଯୋଗୁ ଦୁର୍ଘଟଣା ଘଟିଛି।
ଭାଇକୁ କୋଚିଂ ଛାଡ଼ିବାକୁ ଯାଇ ଆଉ ଫେରିଲେନି ମହିଳା ସପ୍ଟୱେର ଇଞ୍ଜିନିୟର । ଝିଅକୁ ହରାଇ କାନ୍ଦୁଛି ପୂରା ପରିବାର ।
ଡିସେମ୍ବର ୩୦ରେ ଦୁର୍ଘଟଣାର ଶିକାର ହୋଇଥିଲେ ରିଷଭ
ବସ୍ଟି ଚାନ୍ଦବାଲିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଗାଡ଼ିଟି କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା।
ଗଡ଼ାଣିରେ ଧରିଲାନି ବ୍ରେକ୍। ଫଳରେ ଘାଟି ରାସ୍ତାର ଗାର୍ଡ ୱାଲ୍ରେ ସିଧା ପିଟି ହୋଇ ସ୍କୁଟି ସହ ଓଲଟି ପଡ଼ିଲେ ଯୁବତୀ।
ଦିଲ୍ଲୀ ସୁଲତାନପୁରୀରେ ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଞ୍ଜଳି ସିଂ ମୃତ୍ୟୁ ମାମଲାରେ ଆଉ ଏକ ନୂଆ ଖୁଲାସା ହୋଇଛି।
ଦିଲ୍ଲୀ ସୁଲତାନପୁରୀର କଞ୍ଜାୱାଲା ଅଞ୍ଚଳରେ ହୋଇଥିବା ଭୟଙ୍କର ଦୁର୍ଘଟଣାର ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଦୁର୍ଘଟଣା ବେଳେ ଅଞ୍ଜଳି ସିଂଙ୍କ ସହ ତାଙ୍କର ସାଙ୍ଗ ଥିଲେ।
ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍କୁ ଧକ୍କା ଦେଲା ସ୍କୁଟି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ମହିଳାଙ୍କ ମୃତଦେହ ଉଦ୍ଧାର ବେଳକୁ ସେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ଥିଲେ।
ଭୟଙ୍କର ରାସ୍ତା ଦୁର୍ଘଟଣାରେ ଆହତ କ୍ରିକେଟର୍ ରିଷବ ପନ୍ତ ବିପଦମୁକ୍ତ । ଡେରାଡୁନରେ ଚାଲିଛି ଚିକିତ୍ସା, ସହାୟତା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ।
ମା’କୁ ଭେଟିବା ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ ଭାରତୀୟ କ୍ରିକେଟର୍।
ଭୟଙ୍କର କାର୍ ଦୁର୍ଘଟଣାର ଶିକାର ହୋଇ ଟିମ୍ ଇଣ୍ଡିଆର ୱିକେଟ୍ କିପର୍ ଋଷଭ୍ ପନ୍ତ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ସୌଭାଗ୍ୟବଶତଃ, ଏକ ବଡ଼ ଧରଣର ଅଘଟଣରୁ ସେ ଅଳ୍ପକେ ଭର୍ତ୍ତି ଯାଇଛନ୍ତି। ହେଲେ ଦୁର୍ଘଟଣାରେ ଋଷଭ୍ଙ୍କ ପିଠି, ଆଣ୍ଠୁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପନ୍ତଙ୍କୁ ହଠାତ୍ କେହି ଚିହ୍ନି ପାରିନଥିଲେ..।
ମର୍ସିଡିଜ୍ କାର୍ରେ ପନ୍ତ ଘରକୁ ଫେରୁଥିବା ବେଳେ ଗାଡ଼ି ଡିଭାଇଡରରେ ପିଟି ହୋଇ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଦୁର୍ଘଟଣାରେ ଋଷଭ୍ଙ୍କ ପିଠି, ଆଣ୍ଠୁ ଓ ମୁଣ୍ଡରେ ଆଘାତ ଲାଗିଛି।
ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀରୁ ରୁର୍କୀ କାର୍ରେ ଫେରିଲା ବେଳେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଦୁର୍ଘଟଣାରେ ୮ ଆୟାପ୍ପା ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି ।
ସିକିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୬ ସେନା ଯବାନ ସହିଦ୍ ହୋଇଛନ୍ତି । ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଗଭୀର ଖାତକୁ ଖସିପଡ଼ି ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୬ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏବେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁତରଙ୍କୁ ବେଙ୍ଗଲ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ଚେକିଂ ବେଳେ ହୋମଗାର୍ଡଙ୍କ ଉପରେ ଗାଡ଼ି ମଡ଼ାଇ ପଳାଇଲେ ଭ୍ୟାନ୍। ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି।