• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଚାପିଦେଲା ବସ । ସ୍ତ୍ରୀକୁ ଘରକୁ ନେଇଯିବା ପାଇଁ ସ୍ୱାମୀ ବସଷ୍ଟାଣ୍ଡରେ ଅପେକ୍ଷା କରିଥିବା ବେଳେ ଘଟିଛି ଦୁର୍ଘଟଣା । ବାଲେଶ୍ୱର ରେମୁଣା ଗୋଲେଇରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ମହିଳା ଜଣକ ହେଲେ ସୁକାନ୍ତି ବେହେରା ।

ସୁକାନ୍ତି ପନ୍ଦର ଦିନ ହେଲାଣି ଭଉଣୀ ଘରକୁ ବୁଲିବା ପାଇଁ ଯାଇ ଆଜି ବସରେ ଘରକୁ ଫେରିଥିଲେ । ଘରକୁ ଫେରିବା ପାଇଁ ସକାଳୁ ସକାଳୁ ସ୍ୱାମୀ ପୁଅଙ୍କ ସହ ଫୋନରେ କଥା ହେଇଥିଲେ । ଖୁସିରେ କଥା ହୋଇ ବସରେ ମଧ୍ୟ ଚଢିଥିଲେ । ଆଉ ସ୍ତ୍ରୀକୁ ଆଣିବା ପାଇଁ ପାଇଁ ସ୍ୱାମୀ ବିରେନ୍ଦ୍ର ରେମୁଣା ଗୋଲେଇ ବସଷ୍ଟାଣ୍ଡକୁ ଖୁସିରେ ଖୁସିରେ ବାହାରି ଯାଇଥିଲେ । ଅପେକ୍ଷା କରି ରହିଥିଲେ ସ୍ତ୍ରୀର ଆସିବା ରାସ୍ତାକୁ । ଠିକ ସମୟରେ ରେମୁଣା ଗୋଲେଇରେ ବସ ଲାଗିଗଲା । ଆଉ ସୁକାନ୍ତି ବସରୁ ଅହ୍ଲାଇ ସ୍ୱାମୀ ପାଖକୁ ରାସ୍ତା ପାରି ହେଉଥିଲେ, ହେଲେ ଯେଉଁ ବସରେ ବସି ଏତେଦୂର ବସି ଆସିଥିଲେ ସେଇ ବସରେ ଯେପରି ମୃତ୍ୟୁ ଛପି ରହିଥିଲା । ସେ ଆଗ ଚକ ତଳେ ଚାପି ହୋଇଗଲେ ।

ସ୍ୱାମୀ ସାମ୍ନାରେ ହିଁ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ସୁକାନ୍ତି । ସ୍ୱାମୀ ପାଖକୁ ଧାଇଁ ଆସିଥିଲେ । ସ୍ତ୍ରୀର ଏପରି ଅବସ୍ଥା ଦେଖି ତାଙ୍କ ପାଦ ତଳୁ ଯେପରି ମାଟି ଖସିଯାଇଥିଲା । ସୁକାନ୍ତିଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ଓ ଘଟଣାର ତଦନ୍ତ କରୁଛି। ସୁକାନ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକରଛାୟା ଖେଳିଯାଇଛି ।