• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁର୍ଘଟଣାରେ ଚାଲିଯାଇଛି ନବ ଦମ୍ପତିଙ୍କ ଜୀବନ । ତିନି ଦିନରେ ଶେଷ ହୋଇଯାଇଛି ଦାମ୍ପତ୍ୟ । ଶୁକ୍ରବାର ବ୍ରହ୍ମପୁରର ପ୍ରବଳିକାଙ୍କ ହାତ ଧରିଥିଲେ ଇଚ୍ଛାପୁରମର ବେଣୁ । ହସଖୁସିରେ ବିବାହ ସରିଲା, ଭୋଜିଭାତ ବି ହେଲା । ଦିନକ ପରେ ଇଚ୍ଛାପୁରମରରେ ବେଣୁ ଦେଇଥିଲେ ରିସେପସନ୍ ପାର୍ଟି।

ସୋମବାର ପ୍ରବଳିକାଙ୍କୁ ଧରି ବାଇକରେ ବ୍ରହ୍ମପୁର ବାହାରିଥିଲେ ବେଣୁ । ହେଲେ ବିଧିର ବିଧାନ ଥିଲା ଅଲଗା । ଗୋଳନ୍ଥରା ନିକଟରେ ଟ୍ରାକ୍ଟରକୁ ଧକ୍କା ଦେଇଥିଲା ବେଣୁଙ୍କ ବାଇକ୍ । ରାସ୍ତା ଉପରେ ଛିଟିକି ପଡିଥିଲେ ନବଦମ୍ପତି ।

ପଛରୁ ଆସିଥିବା ସମ୍ପର୍କୀୟ ଉଭୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲ ଆଣିଥଲେ, ହେଲେ ସେତେବେଳକୁ ସବୁ ସରିଯାଇଥିଲା । ବ୍ରହ୍ମପୁର ହନୁମାନ ନଗର ସ୍ଥିତ ପ୍ରବଳିକାଙ୍କ ଘର କାନ୍ଥରେ ଲେଖା ରହିଛି ପ୍ରବଳିକା ସହ ବେଣୁ ।

ଜଳ ଜଳ ଦିଶୁଛି ତାରିଖ । ହେଲେ ସେମାନେ ଆଉ ନାହାଁନ୍ତି। ସମସ୍ତେ ଝୁରୁଛନ୍ତି ଝିଅକୁ । ପୋଷା କୁକୁର ବି ଅନାଇ ରହିଛି ପ୍ରବଳିକାଙ୍କ ଫେରିବା ବାଟକୁ । କେବଳ ଘର ପରିବାର କାହିଁକି ପୁରା ସହର ସ୍ତବ୍ଧ ପାଲଟିଯାଇଛି । ସେପଟେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।