Advertisment

ଜରୁରୀ ସୂଚନା ! ଭୁବନେଶ୍ୱରର ଏଇ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ...

ଆପଣ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା ଦେଇ ଯାତାୟତ କରୁଛନ୍ତି କି ? ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଜରୁରୀ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Khandagiri Udaygiri Bhubaneswar Odisha Road Accident

Road between Khandagiri, Udaygiri closed for vehicular movement

ଆପଣ ରାଜଧାନୀ ଭୁବନେଶ୍ୱର ର ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା ଦେଇ ଯାତାୟତ କରୁଛନ୍ତି କି ? ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ଏଣିକି ଯାନବାହନ ପାଇଁ ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା ବନ୍ଦ ରହିଛି। ଖଣ୍ଡଗିରି ଛକରୁ ଉଦୟଗିରି ନୂଆ ପାର୍କିଂ ଯାଏ ଥିବା ରାସ୍ତାକୁ ପ୍ରତ୍ନତତ୍ତ୍ୱ ବିଭାଗ ବନ୍ଦ କରିଛି। 

Advertisment

ପର୍ଯ୍ୟଟକଙ୍କ ଚଳପ୍ରଚଳ ବେଳେ ଦୁର୍ଘଟଣା ଏଡ଼ାଇବାକୁ ଦୀର୍ଘ ଦିନରୁ ଏଭଳି ପଦକ୍ଷେପ ନେବାକୁ ଏଏସ୍‌ଆଇ ଯୋଜନା କରିଥିଲା। ଭାରିଯାନ ଚାଲିବା ଫଳରେ କୀର୍ତ୍ତିରାଜି ଉପରେ ବିପଦ ଥିବାରୁ ସମସ୍ତ ଯାନବାହନକୁ ବନ୍ଦ କରି ଦିଆଯାଇଛି।

ଏହାସହ ପାର୍କିଂ ସ୍ଥଳରୁ କୀର୍ତ୍ତିରାଜି ଯାଏ ବୟସ୍କ ଲୋକଙ୍କ ପାଇଁ ଖୁବଶୀଘ୍ର ବ୍ୟାଟେରୀ ଚଳିତ ଯାନ ବ୍ୟବସ୍ଥା କରିବାକୁ କହିଛି ଏଏସ୍‌ଆଇ। ଏପଟେ ଯାନବାହନ ବନ୍ଦ ହୋଇଥିବାରୁ ଦୈନିକ ଯିବା ଆସିବା କରୁଥିବା ଲୋକେ ଏବଂ ବ୍ୟବସାୟୀ ଅଧିକ ବାଟ ବୁଲି ବୁଲି ଆସିବା କଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। 

Advertisment
Road Accident Accident
Advertisment
Advertisment