Advertisment

ଡ୍ରାଇଭରଙ୍କ ଆଖି ଲାଗିଗଲା, ସିଧା ଯାଇ ବସ୍‌ ପଛରେ ପିଟି ହେଲା ଟ୍ରକ୍‌...

ବସ୍‌କୁ ଧକ୍କା ଦେଲା ଟ୍ରକ୍‌। ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଜୀବନ ଚାଲି ଯାଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି।

author-image
Rajalaxmi Sahoo
7 Killed As Truck Rams Into Bus In Haryana

7 Killed As Truck Rams Into Bus In Haryana

ବସ୍‌କୁ ଧକ୍କା ଦେଲା ଟ୍ରକ୍‌। ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଜୀବନ ଚାଲି ଯାଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ହରିୟାଣା ଆମ୍ବଲାର ଯମୁନା ନଗର-ପଞ୍ଚକୁଳ ହାଇୱେରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।  

Advertisment

ସୂଚନା ଅନୁସାରେ, ଯମୁନା ନଗର-ପଞ୍ଚକୁଳ ହାଇୱେରେ ବସ୍‌ ଯାଉଥିବା ବେଳେ ଏକ ଟ୍ରେଲର ଟ୍ରକ୍‌ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଟ୍ରକ୍‌ରେ ଜିନିଷ ପତ୍ର ଲୋଡ୍‌ ହୋଇଥିଲା ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ବସ୍‌ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଟ୍ରକ୍‌ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଗାଡ଼ି ଭାରସାମ୍ୟ ହରାଇ ବସ୍‌କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଅଘଟଣ ପରେ ଟ୍ରକ୍‌ ଓଲଟି ପଡ଼ିଥିଲା। ଉଭୟ ଗାଡ଼ିର ଡ୍ରାଇଭର ବିପଦମୁକ୍ତ ଥିବାବେଳେ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Advertisment
Road Accident Accident
Advertisment
Advertisment