ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ । ନାସାରେ(NASA) ରାଜ୍ କରିବେ ଭାରତୀୟ । ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ମହାକାଶ ଯିବାପାଇଁ ଦ୍ଵିତୀୟ ସୁଯୋଗ ପାଇଛନ୍ତି ଭାରତର ସୁନାପୁଅ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ।
ତେବେ ଆସନ୍ତା ମାସ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନକୁ ଯାଇପାରନ୍ତି ପ୍ରଥମ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ମେ' ମାସରେ ଆକ୍ସିଅମ୍-୪ ମିଶନ ଲଞ୍ଚ୍ ହୋଇପାରେ । ଏଥିରେ ମିଶନ୍ ପାଇଲଟ୍ ବନିବେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ମହାକାଶକୁ ଯାଉଥିଲେ ମଧ୍ୟ ପ୍ରଥମ ଭାରତୀୟ ଭାବେ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇ ଇତିହାସ ରଚିବେ ଲକ୍ଷ୍ନୌର ଶୁଭାଂଶୁ ଶୁକ୍ଳା ।
Also Read
ସ୍ପେଶ୍-ଏକ୍ସର କ୍ରୁ ଡ୍ରାଗନ୍ ସ୍ପେଶକ୍ରାଫ୍ଟରେ ତାଙ୍କ ସହିତ ମିଶନ୍ କମାଣ୍ଡର୍ ତଥା ପୂର୍ବତନ ନାସା ଆଷ୍ଟ୍ରୋନଟ୍ ପେଗି ହ୍ବିଟସନ୍ (Peggy Whitson) ଏବଂ ପୋଲାଣ୍ଡ ଓ ହଙ୍ଗେରିର ଜଣେ ଲେଖାଏଁ ମହାକାଶଚାରୀ ମହାକାଶ କେନ୍ଦ୍ର(ISS)କୁ ଯାଇ ସେଠାରେ ୧୪ଦିନ ରହିବେ ।
ଆସନ୍ତା ମାସ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନକୁ ଯାଇପାରନ୍ତି ପ୍ରଥମ ଭାରତୀୟ ମହାକାଶଚାରୀ । ମେ ମାସରେ ଲଞ୍ଚ୍ ହୋଇପାରେ ଆକ୍ସିଅମ୍-4 ମିଶନ ।#NASA #ISS #OTV pic.twitter.com/6C8Iuzh9l1
— ଓଟିଭି (@otvkhabar) April 3, 2025
ମହାକାଶ ବିଜ୍ଞାନୀଙ୍କ କହିବା ଅନୁସାରେ ଶୁଭାଂଶୁ ଯେଉଁ ଅଭିଜ୍ଞତା ହାସଲ କରିବେ ସେହି ଅଭିଜ୍ଞତା ଦ୍ୱାରା ଭାରତ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆହୁରି ଆଗକୁ ଯାଇପାରିବ । ଦୀର୍ଘ ୪୦ବର୍ଷ ପରେ ଭାରତକୁ ଏହି ସୁବର୍ଣ୍ଣ ସୁଯୋଗ ମିଳିଛି । ଭାରତର ଗଗନଯାନ ମିଶନରେ ସାମିଲ ହେବାକୁ ଥିବା ୪ ଗଗନଯାତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶୁଭାଂଶୁ ଶୁକ୍ଳା । ଶୁଭାଂଶୁ ଶୁକ୍ଳା ଇସ୍ରୋର(ISRO) ମିଶନ ଗଗନଯାନ ପାଇଁ ମଧ୍ୟ ତାଲିମ ନେଉଛନ୍ତି ।
ଅପରପକ୍ଷେ ଆକ୍ସିଅମ୍-୪ ମିଶନରେ ଯେଉଁ ପ୍ରଶିକ୍ଷଣ ଓ ଅଭିଜ୍ଞତା ହାସଲକରିବେ, ଗଗନଯାନ ମିଶନ ପାଇଁ ଖୁବ୍ ଉପାଦେୟ ସାବ୍ୟସ୍ତହେବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା କହିଥିଲେ '' ମୁଁ ମହାକାଶ କେନ୍ଦ୍ରରେ ଥିବା ସମୟରେ କିଛି ଯୋଗ ଆସନ କରିବି ।" ସେ ଆହୁରି କହିଥିଲେ,ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ପୃଥିବୀରେ ଥିବା ସମୟରେ ଯୋଗ କରିବା ଉଚିତ୍ । ଯାହାଦ୍ଵାରା ଆମେ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହିବା ସହ ମିଶନକୁ ସଠିକ୍ ଭାବରେ ସମ୍ପାଦନ କରାଯାଇପାରିବ ।