Advertisment

ଚାଲି ଚାଲି ଯାଉଥିଲେ ଶ୍ରଦ୍ଧାଳୁ, ଫୁଲ୍‌ ସ୍ପିଡ୍‌ରେ ଆସି ମାଡ଼ିଗଲା ଟ୍ରକ୍‌...ଅକାଳରେ ଚାଲିଗଲା ୮ ଜୀବନ

ଚାଲି ଚାଲି ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଭୟଙ୍କର ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Punjab Road Accident

Punjab Road Accident

ଚାଲି ଚାଲି ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଭୟଙ୍କର ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର ଗଢ଼ଶଙ୍କରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୫୦ ଜଣ ଶ୍ରଦ୍ଧାଳୁ ବୈଶାଖୀ ସମାଗମରେ ସାମିଲ ହେବା ପାଇଁ Charan Choh Ganga ଅଭିମୁଖେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଥିବା ଏକ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୩ ଜଣ ଆଖି ବୁଜିଥିଲେ।

ମିଳିଥିବା ସୂଚନା ଅନୁସାରେ, ମୃତ ୫ ଶ୍ରଦ୍ଧାଳୁ ଗୋଟିଏ ପରିବାରର ହୋଇଥିବା ବେଳେ ସମସ୍ତ ମୃତକ ଉତ୍ତରପ୍ରଦେଶର ମୁଜାଫରନଗରର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। ସୂଚନାଥାଉ କି, ଗତ ବୁଧବାର ଗଢ଼ଶଙ୍କର ଅଞ୍ଚଳରେ ଏକ ଟ୍ରାକ୍ଟର-ଟ୍ରଲି ଓଲଟି ପଡ଼ିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। 

Advertisment

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗଢ଼ଶଙ୍କର ରାସ୍ତା ଠିକ୍‌ ନାହିଁ। ତେଣୁ ଏଥିପାଇଁ ଦୁର୍ଘଟଣା ଘଟୁଛି। ଏହାସହ ଦୀର୍ଘ ଦିନ ରାସ୍ତାର ମରାମତି ହୋଇନଥିବାରୁ ଦୁର୍ଘଟଣା ଘଟୁଥିବା ସୂଚନା ମିଳିଛି। 

Road Accident Accident
Advertisment
Advertisment