Advertisment

ଦୁର୍ଘଟଣା ପରେ ବସ୍‌ରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ୨୦ ତୀର୍ଥଯାତ୍ରୀ

ପ୍ରାଥମିକ ରିପୋର୍ଟରୁ ଯେଉଁ ତଥ୍ୟ ମିଳିଛି ସେଥିରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଖବର ରହିଛି । ଆଗକୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ମଧ୍ୟ ରହିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Saudi Arabia Bus Crash

Bus Firemishap

ବସ୍ ଭିତରେ ଜୀଅନ୍ତା ଜଳିଗଲେ । ଜଣେ ଦୁଇ ଜଣ ନୁହେଁ ଏକାଥରକେ ୨୦ ଜଣ ଯାତ୍ରୀ ଜୀଅନ୍ତା ଜଳିଗଲେ । ୩୦ରୁ ଅଧିକ ଗୁରୁତର ହୋଇଥିବା ଖବର ମଧ୍ୟ ରହିଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି, ସାଉଦି ଆରବରେ । ଗୋଟିଏ ବସ୍ ଯାତ୍ରୀଙ୍କୁ ନେଇ ତୀର୍ଥ କରାଇବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ପ୍ରାଥମିକ ରିପୋର୍ଟରୁ ଯେଉଁ ତଥ୍ୟ ମିଳିଛି ସେଥିରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଖବର ରହିଛି । ଆଗକୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ମଧ୍ୟ ରହିଛି ।

Advertisment

ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିଲା ବସ୍‌ । ହଠାତ୍ ବ୍ରେକ୍‌ ଫେଲ୍ ହୋଇଗଲା। ଫଳରେ ଭାରସାମ୍ୟ ହରାଇ ବସ୍‌ ଯାଇ ଏକ କାର ସହ ଧକ୍କା ହେଲା । ପରେ ବସ୍‌ଟି ଓଲଟି ପଡ଼ିଲା । ଆଉ ତା’ପରେ ବସ୍‌ରେ ନିଆଁ ଲାଗିଗଲା । ଏହି ଘଟଣା ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ପୋଲ ଉପରେ ଘଟିଛି । ସାଉଦି ଷ୍ଟେଟ୍ ମିଡିଆ ନ୍ୟୁଜ୍‌ରେ ଏହି ରିପୋର୍ଟ ପ୍ରକାଶ ପାଇଛି । 

ତୀର୍ଥଯାତ୍ରୀ ବସ୍‌ଟି ଖାମିସ୍ ମୁସାୟତ୍ ଠାରୁ ବାହାରି ଆଭା ରିଜିଅନ୍‌ ଅଭିମୁଖେ ଯାଉଥିବା ବେଳେ ପୋଲ ଉପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

Advertisment

Bus Accident Road Accident Saudi Arabia
Advertisment
Advertisment