ବଲାଙ୍ଗିର ଆର୍ଟିଓ ଛକରେ ସିରିଜ୍ ଦୁର୍ଘଟଣାର ଆଉ ଏକ ନୂଆ ଭିଡିଓ ଓଟିଭି ହାତରେ ଲାଗିଛି। ଏହି ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡୁଛି, ହତ୍ୟାକାରୀ ହିଁ ମିନି ଟ୍ରକ୍ର ଡ୍ରାଇଭର୍ ସିଟ୍ରେ ବସିଥିଲେ।
କେମିତି ହୋଇଥିଲା ବଲାଙ୍ଗିର ଆର୍ଟିଓ ଛକରେ ଦୁର୍ଘଟଣା ? ଜାଣିଶୁଣି କରାଯାଇଥିଲା କି ଦୁର୍ଘଟଣା ? କାରଣ ଘଟଣା ସମୟର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି।
ଟ୍ରକ୍କୁ ପଛ ପଟୁ କାର୍ ପିଟିବା ଯୋଗୁ ୮ ଜଣଙ୍କ ଜୀବନ ଚାଲିଯାଇଛି। ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଟ୍ରେଲର-ବସ୍ ଧକ୍କା ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ଓ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ବିବାହ ଉତ୍ସବରେ ଯୋଗଦେବାକୁ ଯିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।
ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି।
ଗଛ ସହ କାର ଧକ୍କା ହୋଇ ୬ ଆହତ । ଅନୁଗୁଳ ପାଲଲହଡ଼ାରେ ୧୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା ।
ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଣୁଥିବା ଏକ ବୋଲେରୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୋନପୁର ଜିଲ୍ଲା ତରଭା-ମେଣ୍ଡା ରାସ୍ତାର ମହୁଲପାଲି ଛକଠାରେ ଏକ ବାଇକ ସହିତ ବୋଲେରୋର ଧକ୍କା ହୋବାଫଳରେ ବୋଲେରୋଟି ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ୮ ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି ।
ବସ୍-ଟ୍ରକ୍ ଧକ୍କାରେ ୨୦ ଆହତ । ଭଦ୍ରକ ଭଣ୍ଡାରିପୋଖରୀ ନିକଟସ୍ଥ ୧୬ ନମ୍ୱର ଜାତୀୟ ରାଜପଥ ଥାନା ନିକଟରେ ବସ୍ଟି ଦୁର୍ଘଟଣାଗସ୍ତ ହୋଇଥିବାର ଜଣାପଡିଛି ।
ଗୋଟିଏପଟେ ହସଖୁସିରେ ଲୋକମାନେ ହୋଲି ସେଲିବ୍ରେସନ କରୁଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ଏହି ସମୟରେ ଦୁଃଖଦ ଘଟଣା ଘଟିଛି।କେଉଁଠି ନଦୀରେ ବୁଡ଼ି ଜୀବନ ଚାଲି ଯାଇଥିବା ବେଳେ ଆଉ କେଉଁଠି ଦୁର୍ଘଟଣାରେ ମୃତ୍ୟୁ ଘଟିଛି।
ରାସ୍ତାରେ ଛକି ବସିଥିଲେ ଯମଦୂତ । ଦୁର୍ଘଟଣାରେ ବାପା, ମାଆ ଓ ସାନ ଝିଅର ଚାଲିଗଲା ଜୀବନ ।
ଗୋଟିଏ ଦିନରେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଏଥିରେ ୨ ଜଣ ଆହତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଓ ପାଟଣାଗଡ଼-କଣ୍ଟାବାଞ୍ଜି ୪୨ ନମ୍ବର ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଆଇନଜୀବୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ମର୍ଣ୍ଣିଂୱାକ୍ କରିବାକୁ ଯାଉ ଥିବାବେଳେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରେ ଟ୍ରକ୍ ମାଡ଼ି ଯାଇଛି। ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାପାଲି ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି।
ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।
ଆନ୍ଧ୍ରରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୪୭ ଆହତ ହୋଇଛନ୍ତି । NH-୫ ରଣସରନ୍ ନିକଟରେ ଟ୍ରକ୍କୁ ବସ୍ ଧକ୍କା ଦେବା ଫଳରେ ଦୁର୍ଘଟଣା ହୋଇଛି ।
ସଡ଼କ ଦୁର୍ଘଟଣାରେ ୨ ମୃତ । ବାଲେଶ୍ୱର ଖନ୍ତାପଡ଼ା ଥାନା ଦାଣ୍ଡକାଳି ମନ୍ଦିର ନିକଟରେ ହୋଇଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଆମ୍ପୁଲାନ୍ସ ସହ ଟ୍ରେଲର ଧକ୍କା ଫଳରେ ଦୁର୍ଘଟଣା ହୋଇଥିବା ଜଣାପଡିଛି ।
ବରଯାତ୍ରୀ ଭ୍ୟାନ୍ ଓଲଟି ଜଣେ ମୃତ । ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ସରଗାଦି ଓ ନୂଆପଡା ଗ୍ରାମ ନିକଟରେ ବରଯାତ୍ରୀ ପିକ ଅପ ଭ୍ୟାନ ଓଲଟି ଜଣକର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପାତଲପଡାର ମୁକେଶ ବଛା ହୋଇଥିବା ସୂଚନା ମିଳିଛି ।
ଗଛରେ ଭ୍ୟାନ୍ ପିଟି ହେବା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଭ୍ୟାନ୍ରେ ଥିବା ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।
ଉତ୍ତର ପ୍ରଦେଶ କାନପୁରରେ ଗତକାଲି ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
ଟ୍ରେଲର ପଛରେ ପିଟି ହେଲା ବସ୍। ଦୁର୍ଘଟଣାରେ ଟ୍ରେଲରର ଡ୍ରାଇଭର କ୍ୟାବିନ ଛାତ ସମ୍ପୂର୍ଣ୍ଣ ଚୂରମାର୍ ହୋଇ ଯାଇ ଥିବାବେଳେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।
ଦୁଇ ଦୁଇଟି ଦୁର୍ଘଟଣା, ଅତ୍ୟନ୍ତ ମର୍ମନ୍ତୁଦ ଅବେଳରେ ଲିଭି ଯାଇଛି ୧୧ଟି ଜୀବନ ଦୀପ । ବାଲେଶ୍ୱର ସୋରରେ ଏକ ଯାତ୍ରୀବାହୀ ବସ୍କୁ ପଛରୁ ଟ୍ରକ ଧକ୍କା ଦେବାରୁ ୬ଜଣଙ୍କ ଜୀବନ ଯାଇଛି । ସେମିତି ସୋନପୁରରେ ଏକ ବରଯାତ୍ରୀ ଗା଼ଡ଼ି ମହାନଦୀ ପୋଲ ଉପରେ ଟ୍ରକ୍ ସହ ପିଟି ହେବାରୁ ୫ ଜୀବନ ଚାଲିଯାଇଛି ।
ଏକ କୋଇଲା ବୋଝେଇ ଟ୍ରକ୍ ପଛପଟୁ ବସ୍କୁ ଧକ୍କା ଦେବାରୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି।