/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681529193.jpg)
Bus falls into ditch in Maharashtra
ଘାଟିକୁ ଖସିଲା ବସ୍। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଆଜି ଭୋର ସମୟ ସାଢ଼େ ୪ଟାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ଆଶଙ୍କା କରାଯାଉଛି।
Advertisment
ସୂଚନା ଅନୁସାର, ଯାତ୍ରୀଙ୍କୁ ଧରି ବସ୍ ପୁଣେର ପିମ୍ପଲ ଗୁରାଭରୁ ଗୋରେଗାଓଁ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ପୁଣେ-ରାଇଗଡ଼ ସୀମା ନିକଟରେ ବସ୍ ଘାଟିକୁ ଖସି ପଡ଼ିଥିଲା। ଦୁର୍ଘଟଣା ସମୟରେ ଗାଡ଼ିରେ ୪୧ ଜଣ ଯାତ୍ରୀ ଥିଲେ। ଖବରପାଇ ପୋଲିସ୍ ଓ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)