ଶ୍ରୀମନ୍ଦିରରେ ଅନୁଷ୍ଠିତ ଅନେକ ଯାତ୍ରା ବା ପର୍ବରେ ତାଙ୍କର ବିଜେପ୍ରତିମା ପ୍ରତିନିଧିତ୍ୱ କରୁଥିବା ବେଳେ ସ୍ନାନଯାତ୍ରା ଓ ରଥଯାତ୍ରାରେ ଶ୍ରୀଜୀଉ ସ୍ୱୟଂ ରତ୍ନସିଂହାସନରୁ ଶ୍ରୀମନ୍ଦିର ବାହାରକୁ ଆସିଥାଆନ୍ତି। ସ୍ନାନଯାତ୍ରାରୁ ରଥଯାତ୍ରା ପର୍ଯ୍ୟନ୍ତ ଠାକୁରଙ୍କର ରହିଛି ଅନେକ ନୀତି। ନବଯୌବନ ବେଶ ସେଥିରୁ ଅନ୍ୟତମ।
ରଥ ଝଟକିଲାଣି... ପଥରେ ଝୋଟି ଫୁଟିଲାଣି... ଜୀବନ୍ତ ଦିଶିଲେଣି ଧଳା, କଳା ଓ ନାଲି ଘୋଡ଼ା । ଏବର୍ଷ ଖୁବ୍ ସ୍ବତନ୍ତ୍ର ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା।
ରତ୍ନ ଭଣ୍ଡାର ଖୋଲିବା ନେଇ ଗତକାଲି ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ କହିଲେ ଜଷ୍ଟିସ ପଶାୟତ ।
ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଗଜପତିଙ୍କ ନିର୍ଦ୍ଦେଶ ରହିଛି। କେହି ମହାପ୍ରଭୁଙ୍କ ଆଗରେ ଠିଆ ହେବେ ନାହିଁ। ଟାହିଆକୁ କେହି ଛିଣ୍ଡାଇବେ ନାହିଁ।
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ, ଆଜିକାଲି ଭିତରେ ନିଷ୍ପତ୍ତି । ଆସନ୍ତା ୫ରୁ ପୁରୀ ଆସୁଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ପଶାୟତ୍ତ ।
ଆସନ୍ତା ୫ ତାରିଖରେ ବସିପାରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ। ଅଳଙ୍କାର ଗଣତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ୍ ପଶାୟତ ତା ପୂର୍ବଦିନ ଅର୍ଥାତ୍ ଜୁଲାଇ ୪ ତାରିଖରେ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି। ସେ ପୁରୀରେ ୨୭ ତାରିଖ ଯାଏ ରହିବେ।
ଦଇତା ସେବକ ଓ ପତି ସେବକମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ, ଚନ୍ଦନ ଓ ପାଟ ଡୋର ରୂପାଥାଳିରେ ଧରି ଶ୍ରୀନଅର ଆସି ଗଜପତିଙ୍କୁ ସୁସ୍ଥତାର ଖବର ଦେବେ।
ଅନ୍ୟପଟେ ଆଜି ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରା ସଂପନ୍ନ ପାଇଁ ସହଯୋଗ କାମନା କରିଛନ୍ତି । ପୁରୀରେ ରଥଯାତ୍ରା ସମୀକ୍ଷାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
୩ ପ୍ଲାଟୁନ ଓ ଏସଏଏଫ୍ଙ୍କୁ ମୁତୟନ କରାଯିବା ସହିତ କେନ୍ଦ୍ର ସରକାରଙ୍କୁ ୫ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ପାଇଁ ଆବେଦନ କରାଯାଇଛି । ସେପଟେ ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ । ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ ରେ ଲୋକଙ୍କୁ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ ସୂଚନା ଦିଆଯିବ ।
ଗଜପତିଙ୍କ ସାକ୍ଷାତ ସମ୍ପର୍କରେ ଆଇନ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି- ଗଜପତି ଶୃଙ୍ଖଳିତ ନୀତିକାନ୍ତି ନେଇ ପରାମର୍ଶ ଦେଇଛନ୍ତି, ତାହା ସରକାର ପାଳନ କରିବେ।
ମହାପ୍ରଭୁ ରଥରୁ ଓହ୍ଲାଇ ରତ୍ନ ସିଂହାସନ ବେଦୀକୁ ଯିବା ନୀତି ପରମ୍ପରାକୁ ନୀଳାଦ୍ରିବିଜେ କୁହାଯାଏ। ଠାକୁରଙ୍କ ନଅଦିନ ବ୍ୟାପୀ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ହେଉଛି ନୀଳାଦ୍ରିବିଜେ। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣା ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି।
ଶ୍ରୀମନ୍ଦିରର ବିଭିନ୍ନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ତେବେ ରଥ ଉପରେ ଅନୁଷ୍ଠିତ ଅଧରପଣା ହେଉଛି ସର୍ବବୃହତ ପଣା ଭୋଗ। ସୁନାବେଶ ପରଦିନ ତିନିରଥ ଉପରେ ଅଧରପଣା ନୀତି ସଂପନ୍ନ ହୋଇଥାଏ। ଏହାର ରହସ୍ୟ କ’ଣ ଆସନ୍ତୁ ଜାଣିବା।
ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ରଥଯାତ୍ରା କଥା କହିଛନ୍ତି । ଆସନ୍ତା ସପ୍ତାହରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ।
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳମନ୍ତ୍ରୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ସୂଚନା ଦେଇଛନ୍ତି । ତାସହ ଏଥର ରଥଯାତ୍ରାରେ ଅଧିକ ବ୍ୟବସ୍ଥା ହେବ। ୧୫ ହଜାର ଯାତ୍ରୀ ପୁରୀ ଷ୍ଟେସନରେ ରହଣୀ ନେଇ ବି ବ୍ୟବସ୍ଥା ହେବ ବୋଲି ସେ ଦୋହରାଇଛନ୍ତି।
ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୮ ବର୍ଷ ହେଲାଣି ଭକ୍ତ-ଭଗବାନଙ୍କ ମଧ୍ୟରେ ହୋଇପାରୁନି ମିଳନ ।
୧୮ ବର୍ଷ ହେଲାଣି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପଡ଼ିଛି ବାଡ଼ । ମନ୍ଦିରକୁ ପ୍ରବେଶ ବାରଣ । ୫୦ ଫୁଟ୍ ଦୂରରୁ ଲୁହା ଗ୍ରୀଲ୍ ଫାଙ୍କରୁ ଶ୍ରଦ୍ଧାଳୁ କରୁଛନ୍ତି ଦିଅଁ ଦର୍ଶନ ।
ରଥ ଟଣାର ଅନେକ ଚମତ୍କାରିତା ମଧ୍ୟରେ ରଥ ଦଉଡିର ରହିଛି ବିଶେଷ ଆକର୍ଷଣ। ଏହି ପବିତ୍ର ଦଉଡ଼ିକୁ ଛୁଇଁବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମନେକରନ୍ତି। ଏହି ଦଉଡିର ଛୁଆଁରେ ଜନ୍ମ ଜନ୍ମାନ୍ତର ପାପ ମୋଚନ ହୋଇଯିବା ବିଶ୍ୱାସ ରହିଛି। ଏହି ଦଉଡି ଟିକେ ଛୁଇଁବା ପାଇଁ ଲାଗିଥାଏ ଲକ୍ଷ ଲକ୍ଷ ଲୋକଙ୍କ ଭିଡ।
କଥାରେ ଅଛି ‘ଅରକ୍ଷିତକୁ ଦଇବ ସାହା’। ଜୀବନରେ ସତ୍ ପଥରେ ଥାଇ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ ବିଭିନ୍ନ କଷ୍ଟକର ପରିସ୍ଥିତି ତଥା ଦୁଃଖଦ ମୁହୂର୍ତ୍ତରୁ ତ୍ରାହି ମିଳିପାରିବ। ତେଣୁ ଆଧ୍ୟାତ୍ମିକତାର ମହାମନ୍ତ୍ର ହେଉଛି ‘ଭକ୍ତି’। ଭକ୍ତ ବନ୍ଧୁ ମହାନ୍ତି ଏହାର ଉଦାହରଣ।
ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ମତ ରଖିଲେ ଗଜପତି ମହାରାଜ । କହିଲେ ମହାପ୍ରଭୁଙ୍କ ପାଇଁ ଯଥେଷ୍ଟ ନୁହେଁ ୫୦୦ କୋଟିର କର୍ପସ୍ ଫଣ୍ଡ୍ ।
ଏଥର ଶ୍ରୀଜୀଉଙ୍କ ରଥରେ କମିବ କି ସଖୀଙ୍କ ସଂଖ୍ୟା । ବେପରୁଆ ରକ୍ଷଣାବେକ୍ଷଣକୁ ନେଇ ଉଦବେଗ । ମ୍ୟୁଜିୟମ୍ କରି ସଂରକ୍ଷଣ ପାଇଁ ଦାବି ।
ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା । ଅଣସରରେ ତିନି ଠାକୁର, ସିଂହଦ୍ୱାରରେ ଏବେ ପଡିଛି ତାଲା । ଖାଁ ଖାଁ ଲାଗୁଛି ମନ୍ଦିର । ଭକ୍ତଙ୍କ ଗହଳି ନାହିଁ । ଜ୍ୱରରେ ପଡ଼ିଛନ୍ତି ତିନି ଠାକୁର, ଚାଲିଛି ଗୁପ୍ତ ସେବା ।
ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇ ପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ। ଶାବର ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ଆଦିବାସୀ ସେବକଠାକୁର ମାନଙ୍କର ଉପଚାର ଆରମ୍ଭ କରିଛନ୍ତି।
ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ବଡ ଓଡିଆ ମଠ ପକ୍ଷରୁ ଯୋଗାଇ ଦିଆଯାଇଥାଏ ଏହି ଫୁଲୁରୀ ତେଲ ।
କେବେ ଖୋଲାହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର? ନୂଆ ସରକାର ଆସିବା ପରଠୁ ଏଦିଗରେ ଆଶା ବଢ଼ିଥିଲେ ବି କେବେ ମରାମତି ହେବ, କେବେ ଅଳଙ୍କାରର ଗଣତି-ମଣତି ହେବ ତାକୁ ନେଇ ଚର୍ଚ୍ଚା ଥମୁନି । ରଥଯାତ୍ରା ହିଁ ପ୍ରକୃଷ୍ଟ ସମୟ, ସରକାର ନିଷ୍ପତ୍ତି ନିଅନ୍ତୁ କହିଲେ ଗଜପତି ମହାରାଜା ।