Advertisment

ଜଗନ୍ନାଥଙ୍କ ବିସର୍ଜନକୁ ନେଇ ଉଠିଲା ପ୍ରଶ୍ନ, ବିବାଦ ପରେ କ୍ଷମା ମାଗିଲେ ଆୟୋଜକ

ମହାପ୍ରଭୁ ଜଗନ୍ନାଥଙ୍କ ବିସର୍ଜନକୁ ନେଇ ଉଠିଥିଲା ପ୍ରଶ୍ନ। ଜଗନ୍ନାଥ ଦାରୁ ଦିଅଁ ହେଇଥିବାରୁ ତାଙ୍କ ମାଟି ପ୍ରତିମା ହୋଇନଥାଏ କି ବିସର୍ଜନ କରାଯାଇନଥାଏ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
organiser apologises

organiser apologises

ବାଲେଶ୍ୱର ତାଳସାରିରେ ସମୁଦ୍ରରେ ବିସର୍ଜନ କରାଯାଇଛି ଜଗନ୍ନାଥଙ୍କ ବେଶ ମୂର୍ତ୍ତି। ଏହାକୁ ନେଇ ବିବାଦ ଦେଖାଯିବା ପରେ କ୍ଷମାପ୍ରାର୍ଥନା କରିଛନ୍ତି ଆୟୋଜକ । ଜଗନ୍ନାଥ ମନ୍ଦିରକୁ ଯାଇ ସେଠାରେ ଆୟୋଜକ କମିଟିର ସଦସ୍ୟ ମହାପ୍ରଭୁଙ୍କ ନିକଟରେ ଭୁଲ ମାଗିଛନ୍ତି। ଜଗନ୍ନାଥଙ୍କ ୩୨ ବେଶ ସହିତ ରାଧାକୃଷ୍ଣ, ଲକ୍ଷ୍ମୀ, ଶିବ ଓ ସରସ୍ୱତୀଙ୍କ ମୂର୍ତ୍ତି ସମୁଦ୍ରରେ ବିସର୍ଜନ କରାଯାଇଥିଲା।

Advertisment

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଥାନା ଛକ ହେଲିପ୍ୟାଡ୍ ପଡ଼ିଆରେ ଡିସେମ୍ବର ୧୩ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଭୋଗରାଇ ଆଧ୍ୟାତ୍ମିକ କମିଟି ପକ୍ଷରୁ ଜଗନ୍ନାଥଙ୍କ ୩୨ ବେଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଉଦଯାପିତ ହେବା ପରେ ଜଗନ୍ନାଥଙ୍କ ମୂର୍ତ୍ତି ସହ ଅନ୍ୟ ଦେବାଦେବୀଙ୍କ ମୂର୍ତ୍ତିଙ୍କୁ ବିସର୍ଜନ ଦିଆଯାଇଥିଲା। ଏହାପରେ ମହାପ୍ରଭୁ ଜଗନ୍ନାଥଙ୍କ ବିସର୍ଜନକୁ ନେଇ ଉଠିଥିଲା ପ୍ରଶ୍ନ। ଜଗନ୍ନାଥ ଦାରୁ ଦିଅଁ ହେଇଥିବାରୁ ତାଙ୍କ ମାଟି ପ୍ରତିମା ହୋଇନଥାଏ କି ବିସର୍ଜନ କରାଯାଇନଥାଏ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ।

Odisha Lord Jagannath Baleswar
Advertisment
Advertisment