‘ତରଙ୍ଗ ମ୍ୟୁଜିକ୍’ର ନୂଆ ଭଜନ। ଏହି ଭଜନଟିର ଶୀର୍ଷକ ‘ମୋ ଜଗନ୍ନାଥ’ ଥିବାବେଳେ ଏହାକୁ ବିଶିଷ୍ଠ ଗୀତିକାର ନିର୍ମଳ ନାୟକ ରଚନା କରିଛନ୍ତି ଓ ଏହାକୁ ସଂଗୀତରେ ସଜେଇଛନ୍ତି ବିନାୟକ ପଣ୍ଡା। ଗୀତ କହୁଛି ଭକ୍ତର ଭାବନା।
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଛି ଇଣ୍ଟରନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ କମିଶନ୍।
ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ।
କାଳିଆର ଦିବ୍ୟଲୀଳା। ପୁଣି ଜନ ସମୁଦ୍ରରେ ଭାବର ଠାକୁରଙ୍କ ଘୋଷଯାତ୍ରା। ୫୩ ବର୍ଷ ପରେ ଦୁଇଦିନିଆ ରଥଟଣାର ବିରଳ ସଂଯୋଗ। ଆଉ ଏ ଯାତ୍ରାରେ ସାମିଲ ହୋଇ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିିରେ ଉଛୁଳୁଥିଲା ଭକ୍ତର ମନ।
ସୂରୁଜ ଉଇଁଲା ବେଳକୁ ଆଜି ଭାବ ରସରେ ଭିଜି ସାରିଥିଲା ଶ୍ରୀକ୍ଷେତ୍ର... ମହୋଦଧି ବେଳାଭୂମିରୁ ମହାମାର୍ଗ ବଡ଼ଦାଣ୍ଡ... ସବୁଠି ଶୁଭୁଥିଲା ଜଗତ ଠାକୁରଙ୍କ ଜୟ ଜୟ କାର...
ତୁଳସୀ କ୍ଷେତ୍ର ହେଉ କି ଶାବର ଶ୍ରୀକ୍ଷେତ୍ର, ରଥ ଉପରେ ଚୁତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି କୃତକୃତ୍ୟ ଭକ୍ତ। ଖାଲି ରାଜ୍ୟ କାହିଁକି, ଦେଶର ବିଭିନ୍ନ ସ୍ଥାନରେ ବି ଧୁମଧାମରେ ପାଳନ ହୋଇଛି ଶ୍ରୀଜିଉଙ୍କ ଘୋଷଯାତ୍ରା।
ତେବେ ଅପେକ୍ଷାର ଅନ୍ତ ଘଟିଛି। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି ।
ଆଜି ପୁରୀ ଶ୍ରୀକ୍ଷେତ୍ର ଭକ୍ତ ପ୍ରେମରେ ଜନସମୁଦ୍ରରେ ପରିଣତ। ଆପଣ ଯଦି ପୁରୀ ନ ଯାଇ ଘରେ ଅଛନ୍ତି ତେବେ ଜଗନ୍ନାଥଙ୍କୁ ନେଇ ଆଧାରିତ ଏହି ୬ଟି ଓଡ଼ିଆ ଫିଲ୍ମ ନିଶ୍ଚିତ ଦେଖନ୍ତୁ, ଯାହାର ଲିଙ୍କ୍ ଆମେ ଏଠାରେ ଦେଉଛୁ।
ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ନିର୍ଦ୍ଧାରିତ ସମୟର ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଧାଡ଼ି ପହଣ୍ଡିରେ ରଥକୁ ଆସୁଛନ୍ତି ଚତୁର୍ଦ୍ଧାମୂରତି ।
ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ସାତ ଦରିଆ ପାର ହୋଇ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ବିଦେଶୀ ଭକ୍ତ । ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରାରେ ସାମିଲ ହେବାକୁ ପୁରୀ ଆସିଛନ୍ତି ଋଷର ନତାଲିଆ। ।
ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ ।
ରଥଯାତ୍ରା.. ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ଆରମ୍ଭ ହୁଏ ଏହି
ଶ୍ରୀଜିଉମାନେ ଏବେ ଅଣସର ଘରେ ଥିବାରୁ ପଟି ଦିଅଁଙ୍କ ଠାରୁ ବିଜେ ହୋଇଥିଲା ଆଜ୍ଞାମାଳ । ୩ ରଥର ପୂଜାପଣ୍ଡା ସାମନ୍ତ ପଟିଦିଅଁଙ୍କ ଠାରୁ ଆଜ୍ଞାମାଳ ଧରି ତିନି ରଥରେ ବିଜେ କରାଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ରଥଟଣା ।
ନବଯୌବନ ଦର୍ଶନ ପରେ ଶ୍ରୀଗୁଣ୍ଡିଚା ଦିନ ନେତ୍ରୋତ୍ସବ ନୀତି ପାଳିତ ହୋଇଥାଏ। ଏହାର ବିଧି ସ୍ୱତନ୍ତ୍ର। ନବଯୌବନ ଦର୍ଶନ ପୂର୍ବରୁ ବନକଲାଗି ସମୟରେ ଶ୍ରୀମୁଖ-ଶିଙ୍ଗାରୀ ଦତ୍ତ ମହାପାତ୍ର ସେବକ ଶ୍ରୀଜୀଉଙ୍କର ନେତ୍ର ଅଙ୍କନ କରିଥାଆନ୍ତି। କିନ୍ତୁ ତାହା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଜାଣନ୍ତୁ ଏହା କେବେ ଶେଷ ହୁଏ?
ଗତବର୍ଷ ରଥଯାତ୍ରାରେ ମଧ୍ୟ ଶ୍ରୀକ୍ଷେତ୍ର ଆସି ବଡ଼ଦାଣ୍ଡରେ ଦିଅଁଙ୍କ ଆଶୀର୍ବାଦ ନେଇଥିଲେ।
୪ ମାସ ହେବ ବାହାରେ ଥିବା ବେଳେ ଆସନ୍ତାକାଲି ରଥଯାତ୍ରା ଥିବାରୁ ପୁରୀକୁ ଫେରିଛନ୍ତି ଶଙ୍କରାଚାର୍ଯ୍ୟ। ତେବେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଶ୍ରୀମନ୍ଦିରରେ ଅନୁଷ୍ଠିତ ଅନେକ ଯାତ୍ରା ବା ପର୍ବରେ ତାଙ୍କର ବିଜେପ୍ରତିମା ପ୍ରତିନିଧିତ୍ୱ କରୁଥିବା ବେଳେ ସ୍ନାନଯାତ୍ରା ଓ ରଥଯାତ୍ରାରେ ଶ୍ରୀଜୀଉ ସ୍ୱୟଂ ରତ୍ନସିଂହାସନରୁ ଶ୍ରୀମନ୍ଦିର ବାହାରକୁ ଆସିଥାଆନ୍ତି। ସ୍ନାନଯାତ୍ରାରୁ ରଥଯାତ୍ରା ପର୍ଯ୍ୟନ୍ତ ଠାକୁରଙ୍କର ରହିଛି ଅନେକ ନୀତି। ନବଯୌବନ ବେଶ ସେଥିରୁ ଅନ୍ୟତମ।
ରଥ ଝଟକିଲାଣି... ପଥରେ ଝୋଟି ଫୁଟିଲାଣି... ଜୀବନ୍ତ ଦିଶିଲେଣି ଧଳା, କଳା ଓ ନାଲି ଘୋଡ଼ା । ଏବର୍ଷ ଖୁବ୍ ସ୍ବତନ୍ତ୍ର ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା।
ରତ୍ନ ଭଣ୍ଡାର ଖୋଲିବା ନେଇ ଗତକାଲି ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ କହିଲେ ଜଷ୍ଟିସ ପଶାୟତ ।
ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଗଜପତିଙ୍କ ନିର୍ଦ୍ଦେଶ ରହିଛି। କେହି ମହାପ୍ରଭୁଙ୍କ ଆଗରେ ଠିଆ ହେବେ ନାହିଁ। ଟାହିଆକୁ କେହି ଛିଣ୍ଡାଇବେ ନାହିଁ।
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ, ଆଜିକାଲି ଭିତରେ ନିଷ୍ପତ୍ତି । ଆସନ୍ତା ୫ରୁ ପୁରୀ ଆସୁଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ପଶାୟତ୍ତ ।
ଆସନ୍ତା ୫ ତାରିଖରେ ବସିପାରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ। ଅଳଙ୍କାର ଗଣତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ୍ ପଶାୟତ ତା ପୂର୍ବଦିନ ଅର୍ଥାତ୍ ଜୁଲାଇ ୪ ତାରିଖରେ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି। ସେ ପୁରୀରେ ୨୭ ତାରିଖ ଯାଏ ରହିବେ।
ଦଇତା ସେବକ ଓ ପତି ସେବକମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ, ଚନ୍ଦନ ଓ ପାଟ ଡୋର ରୂପାଥାଳିରେ ଧରି ଶ୍ରୀନଅର ଆସି ଗଜପତିଙ୍କୁ ସୁସ୍ଥତାର ଖବର ଦେବେ।
ଅନ୍ୟପଟେ ଆଜି ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରା ସଂପନ୍ନ ପାଇଁ ସହଯୋଗ କାମନା କରିଛନ୍ତି । ପୁରୀରେ ରଥଯାତ୍ରା ସମୀକ୍ଷାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।