Advertisment

ମହାପ୍ରଭୁଙ୍କୁ ୧.୭୫ କେଜି ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଗୁଜରାଟର ଭକ୍ତ

ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରେଟ୍ ସୁନାର ଦୁଇଟି ଚିତା ତିଆରି କରାଯାଇଥିବା କୁହାଯାଉଛି । ଆଜି ଏହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି।

author-image
Manoranjan Behera
Gold To Lord Jagannath

Gold To Lord Jagannath

ମହାପ୍ରଭୁଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଗୁଜରାଟର ଜଣେ ଭକ୍ତ । ଦୈନିକ ବେଶରେ ଲାଗୁଥିବା ସୁବର୍ଣ୍ଣ ଚିତା ବା ତିଲକ ଦୁଇଟି ଆଜି ଶ୍ରୀମନ୍ଦିର ପ୍ରଶାସନକୁ ସେ ଦାନ କରିଛନ୍ତି। ଦାନ କରିଥିବା ପ୍ରାୟ ୧ କେଜି ୭୫ ଗ୍ରାମ ଓଜନ ସୁନାର ମୂଲ୍ୟ ପ୍ରାୟ ୭୫ଲକ୍ଷ ଟଙ୍କା ହେବ। ଏଥିସହିତ ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ଏକ ଲକ୍ଷ ଟଙ୍କା ମୂଲ୍ୟର ୩ଟି ରୁପାମୁକୁଟ ଦାନ କରିଛନ୍ତି ଗୁଜୁରାଟ ଅହମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ। ପୁରୀ ଆସି ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଓ ବରିଷ୍ଠ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ତେବେ ଏହି ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରେଟ୍ ସୁନାର ଦୁଇଟି ଚିତା ତିଆରି କରାଯାଇଥିବା କୁହାଯାଉଛି। ଆଜି ଏହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଏହାଦ୍ୱାରା ଅନ୍ୟ ଭକ୍ତମାନେ ଦାନ ପାଇଁ ଉତ୍ସାହିତ ହେବେ ବୋଲି କହିଛନ୍ତି ସେବାୟତ।

Advertisment

Srimandir Lord Jagannath
Advertisment
Advertisment