/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743742532.jpg)
Khordha murder
ବଜାର ଉପରେ ଗଡ଼ିଲା ମୁଣ୍ଡ । ଘରୁ ଡାକିଆଣି ଯୁବକଙ୍କୁ ନିର୍ମମ ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଷଣ୍ଢପୁରଠାରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ହେଲେ ଜଟଣୀ ନୂଆଗାଁ ଅଞ୍ଚଳର ମାନସ ଦଳେଇ । ତାଙ୍କୁ ଘରୁ ଡାକିଆଣି ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ: ୨ ଲୁଟେରାଙ୍କୁ ଏନକାଉଣ୍ଟର, ରାଜଧାନୀରେ ଖେଳାଇଥିଲେ ବ୍ଲାକ୍ ପଲସର୍ ଆତଙ୍କ
ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ହତ୍ୟାକାଣ୍ଡ । ଜଟଣୀ ଥାନା ଷଣ୍ଢପୁର ଛକରେ ମାନସଙ୍କୁ ହତ୍ୟା କରାଯାଇଛି । ତାଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରିଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ମାନସଙ୍କୁ ଘରୁ ଡାକିଆଣି ସଙ୍ଗବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କଲା ତାହା ଅସ୍ପଷ୍ଟ ଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)