• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆ ବର୍ଷ ପୂର୍ବରୁ ପୁରୀରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ତେଣୁ ପୁରୀରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛି ପୋଲିସ । ମାର୍କେଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ନୋ ଭେହିକିଲ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ସେହିପରି ଦିଗବାରେଣୀରୁ ବତୀଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ନୋ-ଭେହିକଲ୍ ଜୋନ ଭାବେ ଘୋଷଣା କରାଯାଇଛି।

ସମସ୍ତ ଆନ୍ତରାଜ୍ୟ ଟୁରିଷ୍ଟ ବସ୍ ଓ ସ୍ଥାନୀୟ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ। ନିୟମିତ ଯାତ୍ର ପରିବହନ କରୁଥିବା ବସ୍ ଉପରେ କୌଣସି କଟକଣା ନାହିଁ । ସମସ୍ତ ହାଲୁକା ଯାନ ପାଇଁ ଶରଧାବାଲି ପାର୍କିଂ, ଜେଲରୋଡ ପାର୍କିଂ ଓ ଜଗନ୍ନାଥବଲ୍ଲଭ ପାର୍କିଂରେ ବ୍ୟବସ୍ଥା ହୋଇଛି। ଆଜି ଓ ଆସନ୍ତକାଲି ପର୍ଯ୍ୟନ୍ତ ନିୟମାବଳୀ ବଳବତ୍ତର ରହିବ ପୋଲିସ ପକ୍ଷରୁ କୁହାଯାଇଛି। ପୁରୀ ବାସିନ୍ଦାଙ୍କ ପାଇଁ ସବୁଠୁ କମ୍ କଟକଣା ରହିବ ବୋଲି ପୋଲିସ କହିଛି।