Advertisment

ରାଜ୍ୟପାଳଙ୍କୁ ଭେଟିଲେ ବୈଦିକ ବ୍ରାହ୍ମଣ ପରିଷଦ

ରାଜଭବନରେ ଭେଟି ସ୍ମାରକ ପତ୍ର ଦେଲା ବୈଦିକ ବ୍ରାହ୍ମଣ ପରିଷଦ । ୧୧ ଜଣିଆ ସଦସ୍ୟ ରାଜ୍ୟପାଳଙ୍କୁ ଭେଟିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Kamia Jani

Kamia Jani

ଥମୁନି କାମିଆ ଜାନି ପ୍ରସଙ୍ଗ । ନିର୍ବାଚନ ଯେତିକି ପାଖୋଉଛି କାମିଆ ଜାନି ପ୍ରସଙ୍ଗ ସେତିକି ତୀବ୍ର ହେଉଛି । ଏବେ କାମିଆ ଜାନି ପ୍ରସଙ୍ଗରେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେଇଛି ବୈଦିକ ବ୍ରାହ୍ମଣ ପରିଷଦ ଓଡିଶା । ଶ୍ରୀମନ୍ଦିରକୁ ଗୋମାଂସ ଭକ୍ଷଣକାରୀ କାମିୟା ଯାନି ଏବଂ ଭି. କେ. ପାଣ୍ଡିଆନ ପ୍ରବେଶ କରି ରାଧା ବଲ୍ଲଭ ମଠରେ ମହାପ୍ରସାଦ ଖାଇ ପ୍ରଚାର ପ୍ରସାର କରିଥିଲେ।

Advertisment

ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବୈଦିକ ବ୍ରାହ୍ମଣ ପରିଷଦର ୧୧ ଜଣିଆ ସଦସ୍ୟ ରାଜ୍ୟପାଳଙ୍କୁ ଭେଟି ଏହି ସ୍ମାରକ ପତ୍ର ଦେଇଛନ୍ତି। ଯଦି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନହୁଏ, ତାହେଲେ ବୈଦିକ ବ୍ରାହ୍ମଣ ପରିଷଦ ଆନ୍ଦୋଳନ ସ୍ୱରୂପ ଶ୍ରୀମନ୍ଦିରର ଚାରି ଦ୍ୱାରରେ ବସି ଶୁଦ୍ଧି କରିବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏନେଇ କାମିଆ ଜାନୀ କିମ୍ବା ପାଣ୍ଡିଆନ୍‌ଙ୍କ ପ୍ରତିକ୍ରିୟା ମିଳିପାରିନି ।

ସେପଟେ କାମିଆ ଜାନି ବିରୋଧରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ୪ ଦଫା ଦାବି ନେଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ। ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ୫ ଜଣିଆ ଟିମ ରାଜ ଭବନରେ ପହଂଚି ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି । କାମିୟା ଜାନି ଶ୍ରୀମନ୍ଦିର ପ୍ରବେଶ କରିବା ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଭକ୍ତ ମାନଙ୍କ ଉଦେଶ୍ୟରେ ମନ୍ଦିରରେ ୪ ଦ୍ୱାରା ଖୋଲିବା, ରତ୍ନ ଭଣ୍ଡାରରେ ରତ୍ନ କେତେ ରହିଛି ଏବଂ ଭଣ୍ଡାରର ଅବସ୍ଥା କିପରି ରହିଛି ଏ ଭଳି ଦାବି ନେଇ ରାଜ୍ୟପାଳଙ୍କୁ ସ୍ମାରକୀ ପତ୍ର ଦେଇଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ।

Advertisment

Srimandir Lord Jagannath
Advertisment
Advertisment