ମଧୁବାଲାଙ୍କ ପରି ସୁନ୍ଦରୀ ବଲିଉଡ୍ ଜଗତରେ ନା କେବେ ଥିଲେ, ନା ଏବେ ଅଛନ୍ତି, ନା ଆଗକୁ ଆଉ ଆସିବେ। ସେ ସିନା ଖୁବ କମ୍ ବୟସରେ ଏ ଦୁନିଆ ଛାଡି ଚାଲିଗଲେ, କିନ୍ତୁ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଛାଡିଦେଇଗଲେ କ୍ଷତ। ତେବେ ତାଙ୍କର ଏହି ୫ଟି ଫଟୋ ଆଜିବି ଆପଣଙ୍କ ସ୍ମୃତିକୁ କରିଦେବ ତାଜା।
ସାରା ଭାରତ ଏହାର ୭୩ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ସମସ୍ତେ ଉତ୍ସବମୁଖର ରହିଛନ୍ତି। ତେବେ ଏହି ଅବସରରେ ଆମ ଭିତରେ ସ୍ୱାଧୀନତା ସଂଗ୍ରାମକୁ ଉଜ୍ଜୀବିତ କରିବା ନେଇ ଆମକୁ ନିଶ୍ଚିତ ଏହି ୫ଟି ଫିଲ୍ମ ଉପରେ ନଜର ପକେଇବାକୁ ହେବ।
ଚୁମ୍ବନ ମାମଲାରୁ ଅପରାଧ ମୁକ୍ତ ହୋଇଛନ୍ତି ଶିଳ୍ପା ଶେଟ୍ଟୀ। ସର୍ବସାଧାରଣରେ ହଲିଉଡ୍ ଅଭିନେତା ରିଚାର୍ଡ ଗେରେଙ୍କ ଠାରୁ ଚୁମ୍ବନ ଖାଇ ହଟହଟାରେ ପଡିଥିଲେ ଅଭିନେତ୍ରୀ।
ପ୍ରୀତି ଜିଣ୍ଟା, ଶିଲ୍ପା ସେଟ୍ଟୀ, ଏକତା କପୁରଙ୍କଠୁ ନେଇ ଏକତା କପୁରଙ୍କ ଯାଏଁ, ଶାହରୁଖ ଖାନ୍, ଅମିର ଖାନଙ୍କ ଠାରୁ ଆରମ୍ଭ କରି କରଣ ଜୋହର୍ ଓ ତୁଷାର କପୁରଙ୍କ ଯାଏଁ,ଏମାନେ ସରୋଗେସି ଜରିଆରେ ବାପା ମାଆ ବନିଛନ୍ତି
କୌଣସି ଦଂପତି ନିଜର ସନ୍ତାନ ପ୍ରାପ୍ତି ପାଇଁ ଅନ୍ୟ ମହିଳାଙ୍କ ଗର୍ଭକୁ ଭଡ଼ାରେ ନିଅନ୍ତି, ତେବେ ତାହାକୁ ସରୋଗେସି କୁହାଯାଏ ।
ବଲିଉଡ୍ ଅଭିନେତା ସଲମାନ ଖାନ ଓ ତାଙ୍କ ପଡୋଶୀ କେତନ କକ୍କଡଙ୍କ ଭିତରେ ବିବାଦ ବଢିଚାଲିଛି। ସଲମାନଙ୍କୁ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେତନ। ସେ କହିଛନ୍ତି ଯେ ତାଙ୍କ ଫାର୍ମହାଉସରେ ପୋତାହୋଇଛି କଳାକାରମାନଙ୍କ ଶବ।
ଦକ୍ଷିଣୀ ଫିଲ୍ମର ସଫଳତା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରାୟ ସବୁ ଫିଲ୍ମକୁ ସବୁ ସ୍ତରର ଦର୍ଶକ ପସନ୍ଦ କରୁଛନ୍ତି। ତେବେ ଏହା ପଛରେ ରହିଛି ଅନେକ କାରଣ। ତେବେ କାହିଁକି ହେଉଛି ସଫଳ ତାହାକୁ ନେଇ ରୋକ୍ଠୋକ୍ କହିଛନ୍ତି କଙ୍ଗନା ରାଣାୱତ୍।
ପ୍ରିୟଙ୍କା ଓ ନିକ୍ଙ୍କ ବିବାହକୁ ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ତାଙ୍କର ସନ୍ତାନ ହୋଇଥିବା ଖବର ନେଇ ମଧ୍ୟ ଚର୍ଚ୍ଚା ବେସ୍ ଜୋର ସୋର୍ରେ ଚାଲିଛି । ମା’ ହେବା ଖୁସିରେ ଦେଶୀ ଗାର୍ଲ ନିଜ ଫ୍ୟାନ୍ସକୁ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି ।
ତେଲୁଗୁ ଫିଲ୍ମକୁ ନେଇ ଉତ୍ତର ଭାରତରେ ଏତେ ଉତ୍ସାହ ବୋଧେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ପୂର୍ବରୁ ପ୍ରଭାସଙ୍କ ବାହୁବଳୀ ସିରିଜ୍ ସବୁ ରେକର୍ଡ ଭାଙ୍ଗିଥିଲା। ବାହୁବଳୀ ଅନ୍ୟ ଫିଲ୍ମ୍ ପାଇଁ ଟ୍ରେଣ୍ଡ ସେଟର ଥିଲା। ଏବେ ଯୁଆଡେ ଦେଖିବେ ପୁଷ୍ପା, ପୁଷ୍ପା ଆଉ ପୁଷ୍ପାର କ୍ରେଜ ।
ଜାହ୍ନବୀ କପୁର ପ୍ରାୟ ସମୟରେ ନିଜ ଆକର୍ଷଣୀୟ ଚେହେରାରେ ଲୋକଙ୍କ ହୋସ୍ ଉଡାନ୍ତି। ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଅନେକ ବୋଲ୍ଡ ଫଟୋରେ ଭରିଥିଲେ ବି ତାଙ୍କର ଆଉ ଏକ ନୂଆ ଫଟୋ ଲୋକଙ୍କୁ ପାଗଳ କରିବାରେ ଲାଗିଛି।
ପିଲାମାନେ ହେଉଛନ୍ତି କଞ୍ଚା ମାଟି। ତାଙ୍କୁ ଯେମିତି ଗଢିବ ସେମାନେ ସେମିତି ତିଆରି ହେବେ। ଏ ଦିଗରେ ଶିଳ୍ପା ଶେଟ୍ଟୀ ମଧ୍ୟ ପଛରେ ପଡି ନାହାନ୍ତି। ସେ ତାଙ୍କ କୁନି ଝିଅକୁ ଆଧ୍ୟାତ୍ମକ ମାର୍ଗରେ ନେବା ନେଇ ଉଚିତ ଶିକ୍ଷା ଦେଉଥିବା ଦେଖାଯାଏ।
ବଲିଉଡ୍ରେ ଭାରତୀୟ ସେନାକୁ ନେଇ ଅନେକ ଫିଲ୍ମ ରହିଛି। ଏହି ଫିଲ୍ମଗୁଡିକୁ ପ୍ରାୟ ଦର୍ଶକ ପସନ୍ଦ କରିଥାନ୍ତି। ତେବେ ଆସନ୍ତୁ ନଜର ପକେଇବା ସେହିଭଳି ୫ଟି ଫିଲ୍ମ ଉପରେ।
ବଢି ବଢି ଚାଲିଛି ‘ପୁଷ୍ପା’ ଷ୍ଟାରର୍ ଅଲ୍ଲୁ ଅର୍ଜୁନ୍ଙ୍କ ପ୍ରଶଂସକଙ୍କ ସଂଖ୍ୟା। ଏ ଦିଗରେ ସେ ପ୍ରଭାସ, ରାମ ଚରଣ ଓ ଏନ୍ଟିଆର୍ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।
ମା’ର ପଣତକୁ ନେଇ ଭାବପ୍ରବଣ ହୋଇଛନ୍ତି ବଲିଉଡ୍ ଅଭିନେତା ଅନୁପମ ଖେର୍। ଏନେଇ ସେ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଲୋକଙ୍କ ମନ କିଣୁଛି।
ବଲିଉଡ୍ ପାଖରେ ସରିଗଲା କି ସ୍କ୍ରିପ୍ଟ ? ଆଉ ନୂଆ କାହାଣୀ ଭାବିବା, ଲେଖିବା ଓ ଏହାକୁ ନିର୍ଦ୍ଦେଶନା ଦେବାକୁ କେହି ନାହାନ୍ତି କି ? ଏପରି ପ୍ରଶ୍ନ ଆମ ମନରେ ନୁହେଁ ଅନେକଙ୍କ ମନରେ। ବଲିଉଡକୁ ଭଲ ପାଉଥିବା, ବଲିଉଡ୍ ଫିଲ୍ମ ପାଇଁ ଦିୱାନା ଥିବା ମୋ ଭଳି ଅନେକଙ୍କ ପାଖରେ ଏବେ ଏମିତି ପ୍ରଶ୍ନ। କାରଣ ବିଗତ କିଛି ବର୍ଷ ଧରି ବଲିଉଡର ଅବସ୍ଥା, ସିନେମା ନିର୍ମାଣ ଓ ଏହାର ପ୍ରସାର ପ୍ରଚାରକୁ ଦେଖି କିଛି ଏପରି ମନେ ହେଉଛି।
‘ବଜରଙ୍ଗୀ ଭାଇଜାନ’ର ମୁନ୍ନୀଙ୍କୁ ମିଳିଛି ସମ୍ମାନଜନକ ଭାରତ ରତ୍ନ ଡାକ୍ତର ଆମ୍ବେଦକର ପୁରସ୍କାର। ଏହି ଚରିତ୍ରରେ ସେ ସମସ୍ତଙ୍କ ମନ କିଣିଥିଲେ। ତାଙ୍କର ଏହି ସଫଳତା ନେଇ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି।
ଦର୍ଶକଙ୍କ ମନରେ ସହଜରେ ରାଜ କରିବା ନେଇ ଖାଲି ଅଭିନୟ ନୁହେଁ, ଦରକାର ଆକର୍ଷଣୀୟ ଚେହେରା ମଧ୍ୟ। ଏନେଇ ନିଜ ଫିଗରକୁ ଦେଖେଇବା ନେଇ କୌଣସି ବି ସୁଯୋଗ ଛାଡନ୍ତି ନାହିଁ ବଲିଉଡ୍ ନାୟିକାମାନେ। ସେମାନଙ୍କ ବୋଲ୍ଡ ଅବତାର ଅନେକଙ୍କ ହୋସ୍ ଉଡେଇ ନିଏ।
ଅବିବାହିତ ଥିବା ସଲମାନଙ୍କ ପ୍ରେମିକାଙ୍କ ଅଭାବ ନାହିଁ। ଖାଲି ବଲିଉଡ୍ ନାୟିକା ନୁହେଁ ତାଙ୍କ ପ୍ରେମରେ ପଡିଛନ୍ତି ଅନେକ ବିଦେଶିନୀ। ଏବେ ଆଉ ଜଣେ ବିଦେଶୀ ଝିଅ ତାଙ୍କ ନାଁ ସହ ଯୋଡି ହୋଇଛନ୍ତି।
ବଲିଉଡ୍ ଅଭିନେତ୍ରୀମାନେ ସେମାନଙ୍କ ପୋଷାକ ପରିପାଟୀକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କନ୍ୟାବେଶରେ ତ ସେମାନେ ସ୍ୱର୍ଗର ପରୀ ଭଳି ନିଜକୁ ସଜେଇ ଥାଆନ୍ତି। ତେବେ ସେମାନେ ପରିଧାନ କରୁଥିବା ମଙ୍ଗଳସୂତ୍ରର ମୂଲ୍ୟ କୋଟି କୋଟି ଟଙ୍କା ବି ହୋଇଥାଏ।
ମନୋରଂଜନ ଦୁନିଆରେ ସୁନ୍ଦର ସ୍ୱାସ୍ଥ୍ୟର ନାୟକଙ୍କ ଅଭାବ ନାହିଁ। ବଲିଉଡ୍ ଦୁନିଆ ତ ଏ ଦିଗରେ ବହୁ ଆଗରେ। ତେବେ ଏ ଦିଗରେ ପଛରେ ବି ପଡି ନାହାନ୍ତି ଜୁନିୟର୍ ଏନ୍ଟିଆର୍।
୨୦୨୨ ମନୋରଂଜନ ଜଗତ ପାଇଁ ବିନ୍ଦାସ୍ ହେବାକୁ ଯାଉଛି। ଏହି ବର୍ଷ ଏମିତି ଅନେକ ଫିଲ୍ମ ଅଛି ଯାହା ଭାରତୀୟ ସେନାର ବିରତ୍ୱର କାହାଣୀ କହିବ। ଆସନ୍ତୁ ସେସବୁ ଫିଲ୍ମ ଉପରେ ନଜର ପକେଇନେବା।
ମନି ଲଣ୍ଡ୍ରିଂ ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଗିରଫ ପରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍(Jacqueline Fernandez)ଙ୍କ ନାଁ ଆସିବା ପରେ ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି। ଏବେ ସୁକେଶଙ୍କ ସହ ଜ୍ୟାକଲିନ୍ଙ୍କ ଆଉ ଏକ ନୂଆ ଫଟୋ ଭାଇରାଲ୍ ହୋଇଛି।
ବଲିଉଡ ସୁନ୍ଦରୀମାନଙ୍କ ଖଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ନିଜର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବାରେ ଉଚ୍ଚତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ତେବେ ଆସନ୍ତୁ ଜାଣିନେବା ବଲିଉଡ୍ର କିଛି ସର୍ବୋତ୍ତମ ନାୟିକାଙ୍କ ବିଷୟରେ।
ଗୋଟିଏ ପରେ ଗୋଟିଏ ହିନ୍ଦୀ ଫିଲ୍ମ ଫ୍ଲପ୍ ହେଉଥିବା ବେଳେ ହିନ୍ଦୀ ଭାଷା ରାଜ୍ୟରେ କାୟାବିସ୍ତାର କରି ଚାଲିଛି ଦକ୍ଷିଣ ଭାରତୀୟ ଫିଲ୍ମ। ଲୋକମାନେ ଏହାକୁ ବେଶ ପସନ୍ଦ କରି ଚାଲିଛନ୍ତି। କ’ଣ ରହିଛି ଏହା ପଛର କାରଣ?
ବଲିଉଡରେ ଅଭିନେତ୍ରୀଙ୍କୁ ନେଇ ଟଣାଓଟରା କିଛି ନୂଆ କଥା ନୁହେଁ। ଏଥିରେ ମଧ୍ୟ ସାମିଲ୍ ଅଛନ୍ତି କରୀନା-ବିପାଶା। ଫିଲ୍ମର ଏକ ସେଟ୍ରେ ସେମାନଙ୍କ ମଧ୍ୟରେ ଝଗଡା ଏତେ ଉଗ୍ର ରୂପ ନେଇଥିଲା ଯେ ବିପାଶାଙ୍କୁ ଚାପୁଡା ଖାଇବାକୁ ପଡିଥିଲା।