Advertisment

କୁନି ଝିଅକୁ ଗାୟତ୍ରୀ ମନ୍ତ୍ର ଶିଖେଇଲେ ଶିଳ୍ପା ଶେଟ୍ଟୀ

ପିଲାମାନେ ହେଉଛନ୍ତି କଞ୍ଚା ମାଟି। ତାଙ୍କୁ ଯେମିତି ଗଢିବ ସେମାନେ ସେମିତି ତିଆରି ହେବେ। ଏ ଦିଗରେ ଶିଳ୍ପା ଶେଟ୍ଟୀ ମଧ୍ୟ ପଛରେ ପଡି ନାହାନ୍ତି। ସେ ତାଙ୍କ କୁନି ଝିଅକୁ ଆଧ୍ୟାତ୍ମକ ମାର୍ଗରେ ନେବା ନେଇ ଉଚିତ ଶିକ୍ଷା ଦେଉଥିବା ଦେଖାଯାଏ।

author-image
Pramod Behera
Shilpa Shetty taught Gayatri mantra to her 2 year old daughter

Shilpa Shetty taught Gayatri mantra to her 2 year old daughter

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଗତ କିଛି ମାସ ହେବ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଖାଲି ପ୍ରଶଂସକମାନେ ନୁହେଁ, ସେଲିବ୍ରେଟିମାନେ ମଧ୍ୟ ତାଙ୍କର ସୋସିଆଲ୍ ମିଡିଆ ପୋଷ୍ଟ୍‌ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ନିକଟରେ ଶିଳ୍ପା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଶିଳ୍ପା ତାଙ୍କ ଝିଅ ସମିଷାଙ୍କୁ ବଗିଚାରେ କାଉ ଦେଖେଇବା ସହିତ ପଶୁ ପକ୍ଷୀମାନଙ୍କୁ ଭଲପାଇବା ନେଇ ବୁଝାଉଥିବା ଜଣାଯାଏ। କେବଳ ଏତିକି ନୁହେଁ, ସେ ତାଙ୍କ ଝିଅକୁ ଗାୟତ୍ରୀ ମନ୍ତ୍ରର ଶିକ୍ଷା ମଧ୍ୟ ଦେଉଥିବା ଦେଖାଯାଏ। ବର୍ତ୍ତମାନ ସମିଷାଙ୍କର ଏହି ସୁନ୍ଦର ଭିଡିଓ ପ୍ରଶଂସକଙ୍କ ହୃଦୟ ଜିତିବାରେ ଲାଗିଛି।

Advertisment

ଝିଅ ସମିଷା ସହିତ ଶିଳ୍ପା ଶେଟ୍ଟୀ ସୋସିଆଲ୍ ମିଡିଆରେ ଶେୟାର କରିଥିବା ଭିଡିଓ ତାଙ୍କ ଘରର ବଗିଚା ପରି ଲାଗେ। ଏହି ବଗିଚାରେ ଝିଅକୁ ଶିଳ୍ପା ଖେଳଉଥିବା ବେଳେ ଏକ କାଉ ପେଟମାରି ବସିଥିବା ଦେଖାଯାଏ। ଏହା ଉଡୁ ନଥିବାରୁ କୁନି ଝିଅ ସମିଷା ଭାବେ ଯେ ସେ ବୋଧେ କୌଣସି ଯନ୍ତ୍ରଣା ପାଇଛି ଆଉ ଉଡିପାରୁନି। ତେଣୁ ସେ ଠାକୁରଙ୍କୁ ଡାକୁଛି ଯେ ଶିଘ୍ର ଭଲ ହୋଇଯିବାକୁ। ଶିଳ୍ପା ମଧ୍ୟ ଝିଅକୁ ଏହି ଶିକ୍ଷା ଦେଉଥିବା ଦେଖାଯାଏ।

ଏହା ପରେ ସମିଷା ଧିରେ ଧିରେ ପଛେଇ ପଛେଇ ଚାଲିଯାଇ ବସିପଡେ। ସତେ ଯେମିତି ସେ ଥକିପଡିଛି। ଏହା ପରେ ଶିଳ୍ପା ଝିଅକୁ ଗାୟତ୍ରୀ ମନ୍ତ୍ର ଶିକ୍ଷା ଦିଅନ୍ତି। ଶିଳ୍ପା ଗାୟତ୍ରୀ ମନ୍ତ୍ରର ପ୍ରଥମ ପଦ ବୋଲିଲା ପରେ ଝିଅ ସମିଷା ମଧ୍ୟ ମା’ ସହ ତାଳ ଦେଇ ଖନେଇ ଖନେଇ କୁନି ସ୍ୱରରେ ଗାୟତ୍ରୀ ମନ୍ତ୍ର ବୋଲେ। ଏହି ଭିଡିଓରେ କୁନି ସମିଷାର ବିଭିନ୍ନ ପ୍ରତିକ୍ରିୟା ନିଶ୍ଚିତ ସମସ୍ତଙ୍କୁ ଖୁସି କରିଦେଲା ଭଳି। ଏହି ସୁନ୍ଦର ଭିଡିଓ ପ୍ରଶଂସକଙ୍କ ହୃଦୟକୁ ଖୁବ ସ୍ପର୍ଶ କରୁଛି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୧୮ ଲକ୍ଷରୁ ଅଧିକ ଥର ଦେଖାସରିଥିଲା।

Advertisment

ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନଙ୍କ ସହିତ ସେଲିବ୍ରେଟିମାନେ ମଧ୍ୟ ପ୍ରତିକ୍ରିୟା ଦେବାରୁ ନିଜକୁ ଅଟକାଇ ପାରୁ ନାହାନ୍ତି। ଅଭିନେତ୍ରୀ ବିପାଶା ବସୁ ଏକ ହାର୍ଟ ଇମୋଜି ଶେୟାର କରି ଉଭୟଙ୍କୁ ପ୍ରଶଂସା କରିଛନ୍ତି। ସେହିପରି ସୁଜୈନ୍ ଖାନ ମଧ୍ୟ ଶିଳ୍ପାଙ୍କୁ ପ୍ରଶଂସା କରଛନ୍ତି। ପ୍ରଶଂସକମାନେ ମଧ୍ୟ ଏହି କୌତୁକିଆ ଭିଡିଓକୁ ଦେଖି ବିଭିନ୍ନ ପ୍ରତିକ୍ରିୟା କରୁଛନ୍ତି। ଜଣେ ପ୍ରଶଂସକ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ “ତୁମେ ଏବଂ ତୁମର ଲାଳନପାଳନ। ଅନ୍ୟଜଣେ ଲେଖିଛନ୍ତି - ଆପଣ କାମ ସହିତ ପିଲା ଏବଂ ପରିବାର ପ୍ରତି ମଧ୍ୟ ଖୁବ ଧ୍ୟାନ ଦେଉଛନ୍ତି।

Bollywood
Advertisment
Advertisment