ରିଲିଜ୍ ହୋଇଛି ଅକ୍ଷୟଙ୍କ ନୂଆ ଫିଲ୍ମ 'ବଚ୍ଚନ ପାଣ୍ଡେ'ର ଟ୍ରେଲର୍। ନୂଆ ଲୁକ୍, ନୂଆ ଷ୍ଟାଇଲ୍ ସହ ପୁଣି ଏକ ଫିଲ୍ମରେ ନଜର ଆସିବେ ଅକ୍ଷୟ। ଏଥର ହିରୋ ନୁହେଁ ଭିଲେନ୍ ଭାବେ ତାଙ୍କୁ ଦେଖିବାକୁ ମିଳିବ।
ସୋସିଆଲ ମିଡିଆରେ ତାଙ୍କର ଗ୍ଲାମର ଲୁକ୍ ସବୁବେଳେ ଚର୍ଚ୍ଚାରେ ରହିଥାଏ । ବୋଲ୍ଡ ଲୁକ୍ ଆଉ ଅନ୍ଦାଜ ପାଇଁ ଅନେକ ସମୟରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଥାଏ ।
ସିନେମାର ଝିଲ୍ମିଲ୍ ଦୁନିଆ ପଛରେ ବି ରହିଛି କଳାର ଦୁନିଆ। ଇଣ୍ଡଷ୍ଟ୍ରୀରେ ଏମିତି ଅନେକ ନାୟିକା ଅଛନ୍ତି ଯେଉଁମାନଙ୍କ ନାମ ସେକ୍ସ୍ ରାକେଟ୍ରେ ଯୋଡି ହୋଇଯାଇଛି। ତେବେ ଆସନ୍ତୁ ସାଉଥ୍ ସିନେମାର ସେମିତି କିଛି ମୋହିନୀଙ୍କ ଉପରେ ନଜର ପକେଇ ନେବା।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ରଣାୱତ ବଲିଉଡରେ ପରିବାରବାଦ୍କୁ ନେଇ ଟାର୍ଗେଟ୍ କରିଥିଲେ । ଏନେଇ ଏକ ବଡ଼ ବିତର୍କ ବି ଆରମ୍ଭ ହୋଇଥିଲା ।
ସମସ୍ତେ ଜାଣନ୍ତି ବଲିଉଡ୍ ତାରକା ମାନେ କେତେ ଧନୀ। ଗୋଟେ ଗୋଟେ ଫିଲ୍ମରୁ ହିଁ ସେମାନଙ୍କର ସାଧାରଣ ଲୋକଙ୍କ ସାରା ଜୀବନର ରୋଜଗାର ହୋଇଯାଏ। କିନ୍ତୁ ଅନେକ ତାରକା ଅଛନ୍ତି ଯେଉଁମାନ ଫିଲ୍ମ ସହିତ ବ୍ୟବସାୟ ମଧ୍ୟ କରୁଛନ୍ତି ଆଉ ସେପଟେ ବି କୋଟି କୋଟି ରୋଜଗାର କରୁଛନ୍ତି।
ସିଦ୍ଧାନ୍ତ ସେହି କମେଣ୍ଟସ୍ ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ । ଯେଉଁଥିରେ କୁହାଯାଉଥିଲା ଯେ, ଦୀପିକାଙ୍କ ସହ ଅନ୍ତରଙ୍ଗ ମହୂର୍ତ୍ତର ଦୃଶ୍ୟ ସୁଟିଂ କରିବା ପାଇଁ ତାଙ୍କ ସ୍ୱାମୀ ରଣବୀର ସିଂହଙ୍କଠାରୁ ସିଦ୍ଧାନ୍ତ ଅନୁମତି ମାଗିଥିଲେ ।
ବଲିଉଡ୍ର ନାମୀ ଅଭିନେତ୍ରୀମାନେ ଅନେକ ପ୍ରେମରେ ପଡୁଥିବା ଦେଖାଯାଏ। କିନ୍ତୁ ଏମିତି ଜଣେ ଅଭିନେତ୍ରୀ ଥିଲେ ଯିଏ ବହୁତ ନାଁ କମେଇଥିଲେ କିନ୍ତୁ କୌଣସି ପୁରୁଷଙ୍କୁ ଛୁଇଁବାର ସୁଯୋଗ ଦେଉ ନଥିଲେ। ତେବେ ଆସନ୍ତୁ ଜାଣିବା କିଏ ସେ।
ସାଧାରଣ ଲୋକ ନୂଆ ଘର ତ କିଣିବା ପଛ କଥା ବେଳେବେଳେ ନିଜ ପୁରୁଣା ଘରର ବି ରକ୍ଷଣାବେକ୍ଷଣା କରିବାରେ ଅସମର୍ଥ ହୋଇପଡେ। କିନ୍ତୁ ବଲିଉଡ୍ କଳାକାରମାନଙ୍କର ବା କ’ଣ ଅଛି। ସେମାନେ ତ କୋଟି କୋଟି ଟଙ୍କା ରୋଜଗାର କରନ୍ତି ଆଉ ଖର୍ଚ୍ଚ ବି। ତେବେ ଆସନ୍ତୁ ଜାଣିବା ଏମିତି କିଛି କଳାକାରଙ୍କ ବିଷୟରେ ଯେଉଁମାନଙ୍କର ବିଦେଶରେ ଅଛି କୋଟି କୋଟି ଟଙ୍କା ମୂଲ୍ୟର ଘର।
ବଲିଉଡ୍ର କିମ୍ବଦନ୍ତୀ ସଂଗୀତକାର ବପ୍ପି ଲାହିରି ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ନେଇ ଆଜି ଶୋକରେ ବାସିଯାଇଛି ବଲିଉଡ୍ ଦୁନିଆ। ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିଆ ତାଙ୍କ ମୃତ୍ୟୁର କାରଣ ହୋଇଥିବା କୁହାଯାଉଥିବା ବେଳେ କ’ଣ ଏହି ସମସ୍ୟା ଆସନ୍ତୁ ଜାଣିବା?
ରିଲିଜ୍ ହେବାକୁ ଯାଉଛି KGF2। ଏବେ ଭୟରେ ସବୁ ନିର୍ମାତା। ସାଉଥ୍ ଠାରୁ ଆରମ୍ଭ କରି ହିନ୍ଦି ଯାଏଁ କୌଣସି ବି ଷ୍ଟାର୍ କିମ୍ବା ପ୍ରଯୋଜନା ସଂସ୍ଥା ନିଜ ସିନେମାକୁ ୧୪ ଏପ୍ରିଲରେ ରିଲିଜ୍ କରାଇବାକୁ ଇଚ୍ଛା ପ୍ରକାଶ କରି ନାହାଁନ୍ତି। କାହିଁକି ଏତେ ଭୟ!
ସ୍ୱଦେହରୁ ଆମ ଗହଣରୁ ବିଦାୟ ନେଇଛନ୍ତି ସଂଗୀତର ବାଦଶାହା ବାପି ଲାହିରି। କିନ୍ତୁ ବଲିଉଡ୍କୁ ସେ ଯେଉଁ ଉପହାର ଦେଇଯାଇଛନ୍ତି ତାକୁ କେହି ବି ଭୁଲିପାରିବେ ନାହିଁ। ତାଙ୍କ ଅବଦାନ ନେଇ ସେ ଚିରସ୍ମରଣୀୟ ହୋଇ ରହିବେ। ତେବେ ଆସନ୍ତୁ ନଜର ପକେଇବା ତାଙ୍କ ଜୀବନୀ ଉପରେ।
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ। ଗତବର୍ଷ କୃଷି ଆଇନ ବିରୋଧରେ ଚାଷୀମାନେ କରିଥିବା ଟ୍ରାକ୍ଟର ରାଲି ବେଳେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଦୀପ ସିଦ୍ଧୁ ଚାଷୀଙ୍କୁ ଉସକାଇ ଲାଲକିଲ୍ଲାରେ ଶିଖ ପତାକା ଉଡ଼ାଇବା ସହ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ଫସିଥିଲେ।
ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ। ୬୯ ବର୍ଷ ବୟସରେ ମୁମ୍ବାଇରେ ବାପି ଲାହିରିଙ୍କ ପରଲୋକ ହୋଇଛି।
ଅକ୍ଷୟ କୁମାର ଦେଖେଇଛନ୍ତି ତାଙ୍କର ଭୟଙ୍କର ରୂପ। ସୋସିଆଲ୍ ମିଡିଆରେ ସେ ଏହି ଫଟୋ ଶେୟାର କରିଛନ୍ତି। କହିଛନ୍ତି “ତୁମେ ମୋତେ ଗୁଣ୍ଡା ବୋଲି କହିପାରିବ ନାହିଁ, ମୁଁ ହେଉଛି ଗଡ୍ଫାଦର।”
ଏବେ ଚାଲିଛି ସୁପର୍ହିରୋ ଟ୍ରେଣ୍ଡ୍। ୯୦ ଦଶକରେ ଟିଭି ପରଦାରେ ରାଜ୍ କରିଥିବା ଦେଶୀ ସୁପର୍ହିରୋ ‘ଶକ୍ତିମାନ’କୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ପୂର୍ବରୁ ମଧ୍ୟ ବଲିଉଡରେ ଅଛନ୍ତି ଅନେକ ସୁପରହିରୋ। ଆସନ୍ତୁ ନଜର ପକେଇବା ଏହି ୮ ଜଣଙ୍କ ଉପରେ।
ଆସୁଛି ଭାରତର ଦୁଇ ବିଶିଷ୍ଠ ବୈଜ୍ଞାନିକ ହୋମି ଜାହାଙ୍ଗୀର ଭାବା ଓ ବିକ୍ରମ ସାରାଭାଇଙ୍କୁ ନେଇ ଜବରଦସ୍ତ ଫିଲ୍ମ ‘ରକେଟ୍ ବୟସ୍’। ଏହି ଦୁଇ ଚରିତ୍ରରେ ଜିମ୍ ସର୍ଭ ଓ ଇଶ୍ୱାକ ସିଂହଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ।
ଭାଲେନ୍ଟାଇନ୍ ଡେ’ ଦମ୍ପତି ଓ ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ହୋଇ ଆସିଥାଏ। ଏହି ଦିନ କେତେକ ନିଜର ମନର କଥାକୁ ମନ ମଣିଷ ଆଗରେ ପ୍ରକାଶ କରିଥାନ୍ତି ତ ପୁଣି କେତେକେ ପରସ୍ପରଙ୍କୁ ସବୁଦିନ ପାଇଁ ନିଜର କରି ନେଇଥାନ୍ତି। ବଲିଉଡର୍ ମଧ୍ୟ ସେମିତି କିଛି ଦମ୍ପତି ଅଛନ୍ତି, ଯେଉଁମାନେ ଏହି ଦିନ ବିବାହ କରିଥିଲେ। ଆସନ୍ତୁ ଜାଣିବା…
ସାଧାରଣରେ କିନ୍ନରଙ୍କୁ ଏକ ଭିନ୍ନ ନଜରରେ ଦେଖାଯାଉଥିବା ବେଳେ ଅନେକ ଫିଲ୍ମ ଅଛି ଯାହା ସେମାନଙ୍କ ମହାନତାକୁ ଦର୍ଶାଏ। ଅନେକ ଆଗଧାଡିର କଳାକାରମାନେ ଏହି ଭୂମିକାରେ ଦର୍ଶକଙ୍କୁ ଢେର୍ ମନୋରଂଜନ କରିଛନ୍ତି। ଆସନ୍ତୁ ନଜର ପକେଇବା।
ଚଳିତ ବର୍ଷ ଦର୍ଶକଙ୍କୁ ଡରେଇବ ବଲିଉଡ୍। ଆସୁଛି ଭୟଙ୍କର ୫ ହରର୍ ଫିଲ୍ମ। ପରଦାରେ ହେବ ଭୁତମାନଙ୍କ ରାଜ। ଲୋକେ ଡରି ହେବେ ଛାନିଆ।
ବଲିଉଡ୍ ଅନେକଗୁଡିଏ ଖେଳଭିତ୍ତିକ ଫିଲ୍ମ ଭେଟି ଦେଇଛି। ଆଜିକାଲି ଦର୍ଶକମାନେ ଏଭଳି ଫିଲ୍ମକୁ ପସନ୍ଦ କରୁଥିବାରୁ ନିର୍ମାତାମାନେ ଏ ଦିଗରେ ଅଣ୍ଟା ଭିଡୁଥିବା ଦେଖାଯାଏ। ଚଳିତ ବର୍ଷ ମଧ୍ୟ ଖେଳକୁ ନେଇ କେତେକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଆସନ୍ତୁ ନଜର ପକେଇବା।
ବଲିଉଡ୍ର ପ୍ରାୟ ପ୍ରତ୍ୟେକ ପିଲ୍ମରେ ତ ରାଜନୀତିର କିଛି ନା କିଛି ଝଲକ ଦେଖିବାକୁ ମିଳେ। କିନ୍ତୁ ଏମିତି କିଛି ଫିଲ୍ମ ଅଛି ଯେଉଁଥିରେ ନିରୋଳା ରାଜନୀତି ହିଁ ଦେଖିବାକୁ ମିଳେ। ଆସନ୍ତୁ ସେଭଳି କିଛି ଫିଲ୍ମ ଉପରେ ନଜର ପକେଇବା।
ରବିନାଙ୍କ ପିତାଙ୍କ ମୃତ୍ୟୁ ଆଜି ବଢି ସକାଳୁ ହୋଇଥିବା ନେଇ ସୂଚନା ମିଳିଛି । ଖବର ଶୁଣିବା ପରେ ବଲିଉଡର ଫିଲ୍ମ ନିର୍ମାତା ଫରାହ୍ ଖାନ୍ ଓ ଅଭିନେତ୍ରୀ ରିଦ୍ଧିମା ପଣ୍ତିତ ପ୍ରଥମେ ରଭିନାଙ୍କୁ ଭେଟିବାକୁ ଯାଇଥିଲେ ।
ନୂଆ ରୂପରେ ଆସୁଛନ୍ତି କଙ୍ଗନା ରାଣାୱତ। ତାଙ୍କ ମୁହଁରୁ ଶୁଣାଯିବ ଦମଦାର ଡାଏଲଗ୍। ଶୋ’ର ଟିଜର ରିଲିଜ୍ ହୋଇଥିବା ବେଳେ, ଏଥିରୁ ସ୍ପଷ୍ଟ ହେଉଛି ଯେ ଶୋ’ ହିଟ୍ ହେବ।
ପିଲାଦିନର ସୁପରହିରୋକୁ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ। ସିରିୟଲ ‘ଶକ୍ତିମାନ୍’କୁ ନେଇ ଫିଲ୍ମ ହେବ ବୋଲି ଘୋଷଣା କରାଯାଇଛି। ତେବେ ଜାଣନ୍ତୁ କିଏ ହେବ ଗଙ୍ଗାଧର ବା ଶକ୍ତିମାନ।
ଅଭିନୟକୁ ରାଜନୀତିକୁ ଆସିଥିବା ହେମା ମାଳିନୀ ନିଜ କ୍ୟାରିୟର୍ ଭିତରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ପାଖରେ ଏବେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି। ସେ ଏବେ ୪୪୦ କୋଟିରୁ ଅଧିକ ଟଙ୍କା ସମ୍ପତ୍ତିର ମାଲିକାଣୀ ବୋଲି କୁହାଯାଉଛି। ଦିନେ ଶସ୍ତା ଶାଢୀ ପାଇଁ ଅପମାନିତ ହେଉଥିଲେ।