Advertisment

"ମା'ର ପଣତ ମୋର ସୁରକ୍ଷାର କମ୍ବଳ"

ମା’ର ପଣତକୁ ନେଇ ଭାବପ୍ରବଣ ହୋଇଛନ୍ତି ବଲିଉଡ୍ ଅଭିନେତା ଅନୁପମ ଖେର୍। ଏନେଇ ସେ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଲୋକଙ୍କ ମନ କିଣୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Anupam Kher shared emotional video on Maa ka pallu

Anupam Kher shared emotional video on Maa ka pallu

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର ପ୍ରାୟ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି। ଦେଶ ବିଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ଦେବା ସହିତ ସେ ସୋସିଆଲ ମିଡିଆରେ ତାଙ୍କ ମା’ ଦୁଲାରୀଙ୍କ ସହ ଭିଡିଓ ଶେୟାର କରନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି। ନିକଟରେ ସେ ତାଙ୍କ ମାଆଙ୍କୁ ନେଇ ଏକ ଭାବପ୍ରବଣ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ତାଙ୍କ ମା ଦୁଲାରୀ ତ ନୁହଁନ୍ତି, କିନ୍ତୁ ସେ ତାଙ୍କ ମା’ଙ୍କ ବିଷୟରେ ଏମିତି କିଛି କହିଛନ୍ତି ଯେ ଯାହାକୁ ଶୁଣି ଲୋକେ ଭାବୁକ ହୋଇଯାଇଛନ୍ତି।

Advertisment

ଅନୁପମ ଖେର୍‌ଙ୍କୁ ପ୍ରାୟ ସମୟରେ ଦେଖାଯାଏ ଯେ ସେ ତାଙ୍କ ମା’ଙ୍କ ସହ ପିଲାଳିଆମୀ କରିବା। କିନ୍ତୁ ସେ ବର୍ତ୍ତମାନ ଯେଉଁ ଭିଡିଓ ଶେୟାର କରିଛନ୍ତି ତାହା ଖୁବ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ତେବେ ଅନୁପମ ଏହି ଭିଡିଓରେ ମା’ଙ୍କ ଶାଢୀର ପଣତ କଥା କହିଛନ୍ତି।

ଭିଡିଓରେ ଅନୁପମ ଖେର କୁହନ୍ତି ଯେ “ମୁଁ ଏକ ଛୋଟ ସହରରୁ ଆସିଛି। ଛୋଟ ସହରରେ ମା’ର ଶାଢୀର ପଣତ କି କି କାମରେ ଆସେ ଆସନ୍ତୁ ଜାଣିବା। ଏହା ବୋଧହୁଏ ତୁମମାନଙ୍କ ମଧ୍ୟରୁ କେତେକଙ୍କ ହୃଦୟକୁ ଛୁଇଁବ। ବାସ୍ତବରେ, ମା’ର ପଣତ। ମା’ର ପଣର ପିଲାମାନଙ୍କର ଝାଳ ଓ ଲୁହ ପୋଛିବା ସହିତ ଖାଇ ସାରିବା ପରେ ମା’ର ପଣରେ ମୁହଁ ପୋଛିବାର ମଜା ହିଁ ଅଲଗା। ଯେତେବେଳେ ଆଖିରେ ଯନ୍ତ୍ରଣା ହୁଏ, ସେତେବେଳେ ମାଆ ତା’ର ଶାଢୀର ପଣତକୁ ଗୋଲ କରି ତାକୁ ଫୁଙ୍କି ଗରମ କରିବା ପରେ ଆଖିରେ ଲଗାଇଦିଏ। ଯନ୍ତ୍ରଣା ସାଙ୍ଗେ ସାଙ୍ଗେ କୁଆଡେ ଉଡି ପଳାଏ।”

Advertisment

ସେ ଆହୁରି କୁହନ୍ତି ଯେ “ଯେତେବେଳେ ପିଲାମାନକୁ ବାହାରକୁ ଯିବାକୁ ପଡୁଥିଲା ମା’ର ଶାଢୀର ପଣତ ଧରିନେଲେ ଆଉ ଗୁଗୁଲ୍ ମ୍ୟାପ୍ ଦରକାର ପଡେନି। ଯେପର୍ଯ୍ୟନ୍ତ ପିଲାଟି ମା’ର ପଣତକୁ ନିଜ ହାତରେ ଧରିଥାଏ, ସତେଯେପରି ଲାଗେ ପୂରା ବ୍ରହ୍ମାଣ୍ଡ ଶିଶୁର ମୁଠାରେ ରହିଛି। ମା’ର ପଣର ଗରମ ଦିନରେ ଥଣ୍ଡା ଆଉ ଶୀତଦିନରେ ଗରମ କରିବାର କାମ ମଧ୍ୟ କରେ। ଅନେକ ଥର ମା’ର ପଣତ ଫୁଲ ଫଳ ତୋଳିବାରେ କାମରେ ଆସେ। ମା ଏହି ପଣତରେ ମଧ୍ୟ କିଛି ଟଙ୍କା ସଞ୍ଚୟ କରି ରଖିଥାଏ।”

ତାଙ୍କ କହିବା କଥା “ମା’ ଏହି ପଣତ ତଳେ କେବେ ହସେ, କେବେ ଲାଜରେ ସରମୀଯାଏ ଆଉ କେବେ କେବେ କାନ୍ଦେ ମଧ୍ୟ। ମା’ର ପଣତର ବିକଳ୍ପ ହିଁ ନାହିଁ। ଏହି ପଣରେ ରହିଥାଏ ଏକ ଯାଦୁକରୀ ଭାବନା। ଆଜିର ପିଢି ମା’ର ପଣତର ମହତ୍ତ୍ୱ ବୁଝନ୍ତି କି ନାହିଁ, କିନ୍ତୁ ମୁଁ ନିଶ୍ଚିତ ଯେ ତୁମମାନଙ୍କ ମଧ୍ୟରୁ ଅନେକ ଏସବୁ ଶୁଣିବା ପରେ ମା ଏବଂ ମା’ର ପଣତ ଖୁବ ମନେପଡିବ।”

ଏହି ଭିଡିଓ ଶେୟାର କରି ଅନୁପମ କ୍ୟାପ୍‌ସନ୍‌ରେ ଲେଖିଛନ୍ତି – “ମା’ର ପଣତ: ଆପଣମାନଙ୍କ ମଧ୍ୟରୁ କେତେଜଣ ପିଲାଦିନେ ମା’ର ପଣତ ବ୍ୟବହାର କରିଛନ୍ତି? ନିଶ୍ଚିତ କହିବେ। ଏହା ଏବେ ସୁଦ୍ଧା ମୋର ସୁରକ୍ଷା କମ୍ବଳ!” ଏହା ସହିତ ସେ ଲେଖିଛନ୍ତି, “ତୁମ ମା’ଙ୍କ ନାମ ମୋ ସହିତ ଶେୟାର କରନ୍ତୁ। ମା’ଙ୍କର ଜୟ ହେଉ”

Bollywood
Advertisment
Advertisment