Advertisment

ମୁନ୍ନୀଙ୍କୁ ମିଳିଲା ସମ୍ମାନଜନକ ଭାରତ ରତ୍ନ ଡାକ୍ତର ଆମ୍ବେଦକର ପୁରସ୍କାର

‘ବଜରଙ୍ଗୀ ଭାଇଜାନ’ର ମୁନ୍ନୀଙ୍କୁ ମିଳିଛି ସମ୍ମାନଜନକ ଭାରତ ରତ୍ନ ଡାକ୍ତର ଆମ୍ବେଦକର ପୁରସ୍କାର। ଏହି ଚରିତ୍ରରେ ସେ ସମସ୍ତଙ୍କ ମନ କିଣିଥିଲେ। ତାଙ୍କର ଏହି ସଫଳତା ନେଇ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି।

author-image
Pramod Behera
Harshaali Malhotra received Bharat Ratna Dr Ambedkar award

Harshaali Malhotra received Bharat Ratna Dr Ambedkar award

ମୁମ୍ବାଇ: କବୀର ଖାନଙ୍କ ‘ବଜରଙ୍ଗୀ ଭାଇଜାନ’ରେ ମୁନ୍ନୀଙ୍କୁ ଭୂମିକାରେ ଅଭିନୟ କରିଥିବା ହର୍ଷାଲୀ ମଲହୋତ୍ରାଙ୍କୁ ସମ୍ମାନଜନକ ଭାରତ ରତ୍ନ ଡାକ୍ତର ଆମ୍ବେଦକର ପୁରସ୍କାରରେ ସମ୍ମାନିତ କରାଯାଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଭିନେତ୍ରୀ ଏହି ସୂଚନା ଦେଇଛନ୍ତି।

Advertisment

ହର୍ଷାଲୀ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ସମୟର କିଛି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ପୁରସ୍କାର ନେଉଥିବାର ନଜର ଆସିଛନ୍ତି। ଏହାର କ୍ୟାପ୍‌ସନ୍‌ରେ ହର୍ଷାଲୀ ଲେଖିଛନ୍ତି ଯେ “ଶ୍ରୀ ଭଗତ ସିଂ କୋଶ୍ୟାରୀ (ମହାରାଷ୍ଟ୍ରର ରାଜ୍ୟପାଳ)ଙ୍କ ଠାରୁ ଭାରତ ରତ୍ନ ଡକ୍ଟର ଆମ୍ବେଦକର ପୁରସ୍କାର ପାଇ ମୁଁ ଧନ୍ୟ ହୋଇଛି।” ଏହି ଫଟୋରେ ସେ ଧଳା ଓ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବାର ନଜର ଆସିଛନ୍ତି। ତାଙ୍କୁ ଏହି ପୁରସ୍କାର ମିଳିଥିବାରୁ ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି।

Advertisment

ହର୍ଷାଲୀଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି ଯେ “ଅଭିନନ୍ଦନ, ଭଗବାନ ଆପଣଙ୍କୁ ସର୍ବଦା ଖୁସି ଏବଂ ସଫଳ କରନ୍ତୁ।” ସେହିପରି ଅନ୍ୟ ଜଣେ ଲେଖିଛନ୍ତି, “ଅଭିନନ୍ଦନ ଦିଦି। ଆପଣ ଏହା ପାଇବାକୁ ଯୋଗ୍ୟ। ଆହୁରି ଅନେକ କିଛି ବାକି ଅଛି। ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।” ତୃତୀୟ ଜଣଙ୍କ ମନ୍ତବ୍ୟ ଦେଇଛନ୍ତି ଯେ “ଅଭିନନ୍ଦନ, ଆପଣଙ୍କୁ ନେଇ ଗର୍ବ ଅନୁଭବ ହେଉଛି, ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଦ୍ରୁତ ଗତିରେ ଆଗକୁ ବଢନ୍ତୁ।

ସେ ଏହି ପୁରସ୍କାରକୁ ନିର୍ଦ୍ଦେଶକ କବୀର ଖାନ ଏବଂ ସଲମାନ ଖାନଙ୍କୁ ମଧ୍ୟ ଉତ୍ସର୍ଗ କରିଛନ୍ତି। କବୀର ଖାନ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଏବଂ ସଲମାନ ଖାନ ‘ବଜରଙ୍ଗୀ ଭାଇଜାନ’ର ମୁଖ୍ୟ ଅଭିନେତା ଥିଲେ। ହର୍ଷାଲୀ ଲେଖିଛନ୍ତି ଯେ “ମୋ ଉପରେ ବିଶ୍ୱାସ କରିଥିବାରୁ ମୁଁ ଏହି ପୁରସ୍କାରକୁ ସଲମାନ ଖାନ, କବୀର ଖାନ ଏବଂ ମୁକେଶ ଛାବଡା ଅଙ୍କଲଙ୍କୁ ସମର୍ପିତ କରିବାକୁ ଚାହେଁ।”

ହର୍ଷାଲୀଙ୍କ ଆଉ ଜଣେ ପ୍ରଶଂସକ ଲେଖିଛନ୍ତି ଯେ “ମୁନି ତୁମେ କେବଳ ତୁମର କୌତୁକିଆ ରୂପ, ଅଭିନୟ ଦକ୍ଷତା ଏବଂ କଠୋର ପରିଶ୍ରମ ଯୋଗୁଁ ଏହି ପୁରସ୍କାର ପାଇଛ।” ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, “ଏହି ମୁହୂର୍ତ୍ତ ପାଇଁ ଅଭିନନ୍ଦନ, ନିଜକୁ ଭଲ କରି ତିଆରି କର, ଖୁସି ରୁହ, ହସ, ନିଜ ଜୀବନକୁ ବଞ୍ଚ ଏବଂ ଆଗକୁ ସମସ୍ତ ସୁଖ ଏବଂ ସଫଳ ଜୀବନ କାମନା କର।”

Harshaali Malhotra received Bharat Ratna Dr Ambedkar award'ବଜରଙ୍ଗୀ ଭାଇଜାନ'ରେ ମୁନ୍ନୀ ଭୂମିକାରେ ହର୍ଷାଲୀ

ପ୍ରକାଶଥାଉ ଯେ 'ବଜରଙ୍ଗୀ ଭାଇଜାନ' ଚଳଚ୍ଚିତ୍ରରେ ହର୍ଷାଲୀ ଭାରତରେ ହଜିଯାଉଥିବା ପାକିସ୍ତାନୀ ଝିଅ ମୁନ୍ନୀଙ୍କ ଭୂମିକାରେ ଅଭିନୟ କରିଥିଲେ। ପୱନ କୁମାର ଚତୁର୍ବେଦୀ ଭୂମିକାରେ ଅଭିନୟ କରିଥିବା ସଲମାନ ଖାନ ମୁନ୍ନୀଙ୍କୁ ସାହାଯ୍ୟ କରନ୍ତି। ଏହି ଚଳଚ୍ଚିତ୍ରଟି ଏପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଏଥିରେ ଜଣେ ମୂକ ଝିଅ ଭାବରେ ଅଭିନୟ ପାଇଁ ହର୍ଷାଲୀଙ୍କୁ ଖୁବ ପ୍ରଶଂସା କରାଯାଇଥିଲା। ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଛି। ଏହି ବର୍ଗରେ ମନୋନୀତ ହୋଇଥିବା ସେ ହେଉଛନ୍ତି ସର୍ବକନିଷ୍ଠ ବ୍ୟକ୍ତି।

Bollywood
Advertisment
Advertisment