/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641716636.jpg)
Jacqueline and Sukesh Chandrasekhar
ମୁମ୍ବାଇ: ମନି ଲଣ୍ଡ୍ରିଂ ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଗିରଫ ପରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍(Jacqueline Fernandez)ଙ୍କ ନାଁ ଆସିବା ପରେ ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି। ପୂର୍ବରୁ ସୁକେଶଙ୍କ ସହ ଜ୍ୟାକଲିନ୍ଙ୍କ କିଛି ଫଟୋ ଭାଇରାଲ୍ ହୋଇଥିବାବେଳେ ଗତକାଲି ଆଉ ଏକ ନୂଆ ଫଟୋ ଭାଇରାଲ୍ ହୋଇଛି। ଏଥିରେ ସୁକେଶ, ଜ୍ୟାକଲିନ୍ଙ୍କୁ କିସ୍ କରୁଥିବା ଦେଖିବାକୁ ମିଳିଛି। ଜ୍ୟାକଲିନ୍ଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ଲୋକମାନେ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଛନ୍ତି। ଯାହାକୁ ନେଇ ଅଭିନେତ୍ରୀ ଚିନ୍ତାରେ ପଡ଼ି ଯାଇଛନ୍ତି।
ଏଭଳି ଭାବେ ଟ୍ରୋଲ୍ ନକରିବା ପାଇଁ ଜ୍ୟାକଲିନ୍ ବିଶେଷକରି ଫ୍ୟାନ୍ସଙ୍କୁ ଅପିଲ୍ କରିଛନ୍ତି। ବର୍ତ୍ତମାନ ସେ ବହୁତ ଖରାପ ସ୍ଥିତି ଦେଇ ଗତି କରୁଛନ୍ତି। ତେଣୁ ଲୋକମାନେ ଗୋପନୀୟତା(ପ୍ରାଇଭେସି)କୁ ବଜାୟ ରଖନ୍ତୁ ଓ ତାଙ୍କର ଏଭଳି ଫଟୋକୁ ସୋସିଆଲ୍ ମଡିଆରେ ଭାଇରାଲ୍ କରନ୍ତୁ ନାହିଁ ବୋଲି ଜ୍ୟାକଲିନ୍ ଅପିଲ୍ କରିଛନ୍ତି।
Jacqueline Fernandezସୋସିଆଲ୍ ମିଡିଆରେ ବୟାନ ଜାରି କରି ଜ୍ୟାକଲିନ୍ କହିଛନ୍ତି, ‘ଏହି ଦେଶ ଓ ଦେଶବାସୀ ମୋତେ ବହୁତ ଭଲ ପାଇବା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଗଣମାଧ୍ୟମର କିଛି ବନ୍ଧୁ, ଯାହାଙ୍କ ଠାରୁ ମୁଁ ବହୁତ କିଛି ଶିଖିଛି। ବର୍ତ୍ତମାନ ବହୁତ ଖରାପ ସ୍ଥିତି ଦେଇ ଗତି କରୁଛି। ମୁଁ ଆଶା କରୁଛି ବହୁତ ଶୀଘ୍ର ଏସବୁରୁ ବାହାରି ଯିବି। ମୁଁ ଅନୁରୋଧ କରୁଛି ମୋର ପ୍ରାଇଭେସିକୁ ବଜାୟ ରଖିବା ସହ ମୋର ପର୍ସନାଲ୍ ଫଟୋକୁ ଏଭଳି ଭାବେ ସୋସିଆଲ୍ ମିଡିଆରେ ଭାଇରାଲ୍ କରନ୍ତୁ ନାହିଁ। ଆପଣ ଆପଣଙ୍କ ଅତି ନିକଟତର ଲୋକଙ୍କ ସହ ଏଭଳି କରିପାରିବେ ନାହିଁ। ମୁଁ ଆଶା କରୁଛି, ଆପଣମାନେ ମୋ ସହ ଏଭଳି କିଛି କରିବେ ନାହିଁ। ମୋର ଆଶା ନ୍ୟାୟର ଜୟ ହେବ। ଧନ୍ୟବାଦ।’
Jacqueline Fernandez Appeals To Fansସୂଚନାଥାଉ କି, ୨୦୦ କୋଟି ମନି ଲଣ୍ଡ୍ରିଂ(Money Laundering) ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ପଚରାଉଚରା ବେଳେ ଅଭିନେତ୍ରୀ ଜ୍ୟାକଲିନ୍ଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ସୁକେଶଙ୍କ ସହ ଜ୍ୟାକଲିନ୍ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏପରିକି ସୁକେଶ, ଜ୍ୟାକଲିନ୍ଙ୍କୁ ଦେଇଥିବା ଅନେକ ମହଙ୍ଗା ଗିଫ୍ଟକୁ ମଧ୍ୟ ତଦନ୍ତ ଏଜେନ୍ସି ଜବତ କରିଛି।
Jacqueline Fernandez & Sukesh Chandrasekharଗତ ୫ ଡିସେମ୍ବରରେ ED ଜ୍ୟାକଲିନ୍ଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଥିଲେ। ଲୁକ୍ ଆଉଟ୍ ନୋଟିସ୍ ଜାରି ହେବା ଯୋଗୁ ଇମିଗ୍ରେସନ ଅଧିକାରୀ ଅଭିନେତ୍ରୀ ଜ୍ୟାକଲିନ୍ଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇ ଦେଇଥିଲେ। ଏକ କାର୍ଯ୍ୟକ୍ରମ ପାଇଁ ସେ ବିଦେଶ ଯାତ୍ରା ପାଇଁ ବାହାରିଥିବା ବେଳେ ତାଙ୍କୁ ଏୟାରପୋର୍ଟରେ ଅଟକାଇ ଦିଆଯାଇଥିଲା। ଏହାପରେ ତାଙ୍କୁ ପଚରାଉଚରା ପାଇଁ ଦିଲ୍ଲୀ ଅଣାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)