Advertisment

ବଡିକନ୍‌ ପୋଷାକରେ ବଲିଉଡ୍ ଲଳନାଙ୍କ ବୋଲ୍ଡ ଅବତାର

ଦର୍ଶକଙ୍କ ମନରେ ସହଜରେ ରାଜ କରିବା ନେଇ ଖାଲି ଅଭିନୟ ନୁହେଁ, ଦରକାର ଆକର୍ଷଣୀୟ ଚେହେରା ମଧ୍ୟ। ଏନେଇ ନିଜ ଫିଗରକୁ ଦେଖେଇବା ନେଇ କୌଣସି ବି ସୁଯୋଗ ଛାଡନ୍ତି ନାହିଁ ବଲିଉଡ୍ ନାୟିକାମାନେ। ସେମାନଙ୍କ ବୋଲ୍ଡ ଅବତାର ଅନେକଙ୍କ ହୋସ୍ ଉଡେଇ ନିଏ।

author-image
Pramod Behera
ଅଦ୍ୟତନ ହୋଇଛି
Bollywood actress with bodycon dress to flaunt her perfect figure

Bollywood actress with bodycon dress to flaunt her perfect figure

ମୁମ୍ବାଇ: ଗ୍ଲାମର ଦୁନିଆରେ ତିଷ୍ଠି ରହିବା ପାଇଁ ଯେକୌଣସି ଅଭିନେତ୍ରୀଙ୍କୁ କେବଳ ଯେ ନିଜର ଅଭିନୟ ପ୍ରତିଭା ଦେଖାଇବାକୁ ପଡୁଛି ତାହା ନୁହେଁ। ଭଲ ଅଭିନୟ ସହିତ ନିଜକୁ ଫିଟ୍ ରଖିବା ମଧ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଅଭିନେତ୍ରୀମାନେ ଆକର୍ଷଣୀୟ ଫିଗର ପାଇବା ନେଇ କଠିନ ପରିଶ୍ରମ କରନ୍ତି। ସନ୍ତୁଳିତ ଖାଦ୍ୟ ସହିତ ସେମାନେ ଘଣ୍ଟା ଘଣ୍ଟା ଧରି ଜିମ୍‌ରେ ଝାଳ ମଧ୍ୟ ବୁହାନ୍ତି।

Advertisment

ଆଜିର ସମୟରେ ବଲିଉଡ୍‌ ଅଭିନେତ୍ରୀମାନେ ଚଳଚ୍ଚିତ୍ର ଅପେକ୍ଷା ସେମାନଙ୍କ ପୋଷାକକୁ ନେଇ ମଧ୍ୟ ଅଧିକ ଚର୍ଚ୍ଚାରେ ରହୁଛନ୍ତି। ସେମାନେ ନିଜ ନିଜ ଆକର୍ଷଣୀୟ ଫିଗରକୁ ଦେଖେଇବା ନେଇ କୌଣସି ବି ସୁଯୋଗ ହାତଛଡା କରନ୍ତି ନାହିଁ। ସେମାନେ ନିଜକୁ ଯେତେ ସମ୍ଭବ ସେତେ ବୋଲ୍ଡ ଭାବେ ସଜାନ୍ତି। ଏଭଳି ପରିସ୍ଥିତିରେ ପ୍ରାୟ ଅଭିନେତ୍ରୀ ବଡିକନ୍ ଡ୍ରେସ୍ ହିଁ ବାଛୁଛନ୍ତି। ତେବେ ଆସନ୍ତୁ କିଛି ଷ୍ଟାର୍ କିଡ୍ସ ଅଭିନେତ୍ରୀଙ୍କ ବଡିକନ୍ ଲୁକ୍ ଉପରେ ନଜର ପକେଇ ନେବା।

ଅନନ୍ୟା ପାଣ୍ଡେ:

ନିକଟରେ ଅନନ୍ୟା ପାଣ୍ଡେ ଏକ ବଡିକନ୍ ଡ୍ରେସ୍‌ରେ ଫଟୋସୁଟ୍ ମଧ୍ୟ କରିଛନ୍ତି। ଅନନ୍ୟା ଏକ ବାଦାମୀ ରଙ୍ଗର ଟ୍ରାନ୍ସପରେଣ୍ଟ ବିକିନିରେ ସୋସିଆଲ ମିଡିଆକୁ ଦୋହଲାଇ ଦେଇଛନ୍ତି। ସେ ବିକିନି ସହିତ ବଡି ଫିଟିଂ ସ୍କର୍ଟ ମଧ୍ୟ ପିନ୍ଧିଛନ୍ତି। ଅନନ୍ୟା ପାଣ୍ଡେଙ୍କ ଏହି ଫଟୋ ଦେଖି ପ୍ରଶଂସକମାନେ ପାଗଳ ହୋଇ ଯାଉଛନ୍ତି। ସେମାନେ ତାଙ୍କର ଆକର୍ଷଣୀୟ ଫିଗରର ପ୍ରଶଂସା ନ କରି ରହି ପାରୁ ନାହାନ୍ତି। ଏନେଇ ସେମାନେ ପ୍ରତିକ୍ରିୟା ଦେଇ ଚାଲିଛନ୍ତି।

Advertisment

ଜାହ୍ନଭି କପୁର:

ଏ ଦିଗରେ ଶ୍ରୀଦେବୀ ଲଳନା ଜାହ୍ନଭି କପୁର ମଧ୍ୟ ପଛରେ ପଡି ନାହାନ୍ତି। ସେ ମଧ୍ୟ ବଡିକନ୍ ଡ୍ରେସ୍‌ରେ ନିଜର ବୋଲ୍ଡ ଅବତାର ଦେଖେଇଛନ୍ତି। ଏହି ଫଟୋରେ ଜାହ୍ନଭି ଏକ ସୁବର୍ଣ୍ଣ ରଙ୍ଗର ବଡିକନ୍ ଡ୍ରେସ୍‌ ପିନ୍ଧିଛନ୍ତି। ଟାଇଟ୍ ପୋଷାକରେ ସେ ବହୁତ ହଟ୍ ଲାଗୁଛନ୍ତି। ପ୍ରଶଂସକମାନେ ତାଙ୍କ ଫଟୋ ଉପରେ ଜମେଇକି କମେଣ୍ଟ ମଧ୍ୟ ଦେଉଛନ୍ତି। ଜାହ୍ନଭି କପୁର ଅଧିକାଂଶ ସମୟ ବଡିକନ୍ ଡ୍ରେସ୍‌ରେ ଫଟୋସୁଟ୍ କରନ୍ତି। ସେ ନିଜ ଫିଗରକୁ ଦେଖେଇବା ନେଇ କୌଣସି ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ତାଙ୍କର ବୋଲ୍ଡ ଅବତାର ଅନେକ ସମୟରେ ସୋସିଆଲ ମିଡିଆରେ ନିଆଁ ଲଗାଏ।

ସାରା ଅଲି ଖାନ:

ସୈଫ୍‌ ଅଲି ଖାନ ଓ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ସବୁ ପ୍ରକାର ପୋଷାକରେ ସାରା ଫିଟ୍ ଲାଗନ୍ତି। ଏକ ସମୟ ଥିଲା ଯେତେବେଳେ ସାରାଙ୍କର ଓଜନ ଅଧିକ ଥିଲା। କିନ୍ତୁ ବର୍ତ୍ତମାନ ସେ ପ୍ରାୟତଃ ବଡିକନ୍‌ ପୋଷାକରେ ନିଜର ଚମତ୍କାର ଚେହେରାକୁ ଦେଖେଇ ପ୍ରଶଂସକଙ୍କୁ କାବୁ କରି ନିଅନ୍ତି।

Bollywood actress with bodycon dress to flaunt her perfect figureବଡିକନ୍‌ ପୋଷାକରେ ଶାନୟା କପୁର, ସୁହାନା ଖାନ, ଅନନ୍ୟା ପାଣ୍ଡେ

ଶାନୟା କପୁର:

ସଞ୍ଜୟ କପୁରଙ୍କ ଝିଅ ଶାନୟା କପୁର ମଧ୍ୟ ଏ ସୁଯୋଗ ହାତଛଡା କରି ନାହାନ୍ତି। ତାଙ୍କର ଏପର୍ଯ୍ୟନ୍ତ କୌଣସି ଫିଲ୍ମ ରିଲିଜ୍‌ ହୋଇ ନାହିଁ। କିନ୍ତୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍ ଗ୍ଲାମରସ୍ ଫଟୋରେ ପରିପୂର୍ଣ୍ଣ। ସେ ପ୍ରାୟତଃ ନିଜ ଫଟୋସୁଟ୍‌କୁ ବଡିକନ୍ ଡ୍ରେ୍‌ସ୍‌ରେ କରି ନିଜ ପତଲି କମର ଦେଖେଇ ହଇଚଇ ସୃଷ୍ଟି କରନ୍ତି।

ସୁହାନା ଖାନ:

ସୁହାନା ଖାନଙ୍କ ଫ୍ୟାଶନ ସେନ୍ସ ମଧ୍ୟ ତାଙ୍କ ବାପା ଶାହାରୁଖ ଖାନଙ୍କ ପରି ଦେଖିଲା ଭଳି। ସେ ମଧ୍ୟ ନିଜ ବୋଲ୍ଡନେସ୍ ପାଇଁ ବଡିକନ୍‌କୁ ଛାଡି ନାହାନ୍ତି। ଏକ ଫଟୋରେ ସୁହାନା ଲାଲ୍ ବଡିକୋନ୍ ପୋଷାକରେ ନିଜ ଚେହେରା ଦେଖେଇଛନ୍ତି। ତାଙ୍କର ଏହି ଷ୍ଟାଇଲ ଦେଖି ଯେକେହି ବି ମୋହିତ ହୋଇଯିବ। ତେବେ ଖୁବ୍ ଶୀଘ୍ର ସୁହାନା ଚଳଚ୍ଚିତ୍ରରେ ପାଦ ଦେବାକୁ ଯାଉଛନ୍ତି।

Bollywood
Advertisment
Advertisment