ନିଜର ବିବାଦୀୟ ବୟାନ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କଙ୍ଗନା ରାଣାୱତ୍ ପୁଣି ଫସିଛନ୍ତି। ଶିଖ୍ଙ୍କ ଉପରେ ଅପମାନଜନକ ମତ ଓ ଦେଶକୁ ଜିହାଦ ସହ ତୁଳନା କରି ସେ ବିବାଦରେ ଛନ୍ଦି ହୋଇଛନ୍ତି।
ଫିଟ୍ନେସ୍କୁ ନେଇ ସବୁବେଳେ ଜାଗ୍ରତ ଥାଆନ୍ତି ମନ୍ଦିରା ବେଦୀ। ଏବେ ତାଙ୍କର ଏକ ଏମିତି ଭିଡିଓ ସୋସିଆଲ୍ ମିଡିଆରେ ଶେୟାର ହୋଇଛି ଯାହାକୁ ଦେଖି ଲୋକେ ବିଶ୍ୱାସ କରିପାରୁ ନାହାନ୍ତି।
ଏପ୍ରିଲରେ ମହାଟକ୍କର । ସାମ୍ନାସାମ୍ନି ହେବେ ଆମୀର ଏବଂ ୟଶ୍ । ବହୁଦିନ ଧରି ଅପେକ୍ଷାରେ ଥିବା ଦର୍ଶକଙ୍କ ପାଇଁ ଖୁସିର ମୁହୂର୍ତ୍ତ । ଏକା ସାଙ୍ଗେ ରିଲିଜ ହେବ ଦୁଇଟି ବଡ ଫିଲ୍ମ । ଏପ୍ରିଲ ୧୪ ରେ ରିଲିଜ ହେବ ୟଶ୍ଙ୍କ କେଜିଏଫ୍ ଓ ଆମୀର ଖାନଙ୍କ ଲାଲ୍ ସିଂହ ଚଡ୍ଡା ।
ବଲିଉଡ୍ ଅଭିନେତା ସୁନୀଲ୍ ସେଟ୍ଟୀ ତାଙ୍କ ବାପାଙ୍କ ସଂଘର୍ଷମୟ ଜୀବନ କଥାକୁ ମନେପକେଇ ଭାବପ୍ରବଣ ହୋଇପଡିଛନ୍ତି। ତାଙ୍କ ବାପା ମୁମ୍ବାଇରେ ପ୍ରଥମେ ସଫେଇ କାମ କରି ଜୀବନ ଯାପନ କରୁଥିଲେ ବୋଲି ସେ କହିଛନ୍ତି।
ରାନୀ ମୁଖାର୍ଜୀ ଓ ସୈଫ୍ ଅଲୀ ଖାନ୍ ଅଭିନୀତ ‘ବଣ୍ଟୀ ଔର୍ ବବ୍ଲୀ-୨’ ପ୍ରେକ୍ଷାଳୟକୁ ଆସିଯାଇଥିବା ବେଳେ ଏହାକୁ ନେଇ ଯେଉଁ ଆଶା କରାଯାଉଥିଲା ତାହା ସଫଳ ହୋଇନି। ପ୍ରଥମ ଦିନରୁ ଏହା ନିରାଶ କରିଛି।
୪୬ ବର୍ଷ ବୟସରେ ମାଆ ହେଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା । ପ୍ରୀତି ଓ ତାଙ୍କ ସ୍ୱାମୀ ସରୋଗେସୀ ଜରିଆରେ ପିତାମାତା ହୋଇଥିବା ଜଣାଯାଇଛି। ଏହି ଖବରକୁ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଶେୟାର କରିବା ସହ ସରୋଗେଟ ମା’ ଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।
ରବୀନା ଟଣ୍ଡନ୍ଙ୍କ ସହ ସଲମାନ ଖାନଙ୍କ ଝଗଡା ହେବାରୁ ସଲମାନ୍ ତାଙ୍କ ସହ ଆଉ କାମ ନ କରିବାକୁ ଜିଦି ଧରିଥିଲେ। କିନ୍ତୁ ଦୀର୍ଘ ୬ ବର୍ଷ ପରେ ସେମାନେ ‘କହୀଁ ପ୍ୟାର୍ ନା ହୋ ଯାଏ’ରେ ପୁଣି କାମ କରିଥିଲେ।
ଆଗକୁ ଆସୁଛି ଅନନ୍ୟା ପାଣ୍ଡେଙ୍କ ‘ଲାଇଗର୍’। ଏହି ଫିଲ୍ମରେ କାମ କରୁଛନ୍ତି ହଲିଉଡ୍ ଅଭିନେତା ମାଇକ୍ ଟାୟସନ୍। ଅନନ୍ୟା ତାଙ୍କ ସହ ଏକ ମଜାଳିଆ ଫଟୋ ଶେୟାର କରିଛନ୍ତି।
ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୂରିଛି ୨୫ ବର୍ଷ। ଫିଲ୍ମର କିଛି ସ୍ମୃତିକୁ ମନେପକେଇ କରିସ୍ମା କପୁର ଏହାର କିଛି ସିକ୍ରେଟ୍ ଶେୟାର କରିଛନ୍ତି।
ସୋନୁ ସୁଦ୍ ଏବେ ସୋସିଆଲ୍ ମିଡିଆରେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ନେଇ ସେ ଟ୍ରୋଲ୍ ହେଉଛନ୍ତି। ଏହି ଫଟୋରେ ସେ ଏକ ଘଷି ଗଦାରେ ବସିଥିବା ନଜର ଆସିଛନ୍ତି।
ରିଲିଜ୍ ହୋଇଛି ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପୃଥ୍ୱୀରାଜ’ର ଟିଜର୍। ବୀର ପୃଥ୍ୱୀରାଜଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ। ଏଥିରେ ଦର୍ଶକେ ପ୍ରେମ ସହିତ ସଂଗ୍ରାମର ଝଲଜ ଦେଖିବାକୁ ପାଇବେ।
କୁହାଯାଏ ଯେ ମା-ବାପା ହେବା ପାଇଁ ବିବାହ କରିବା ଜରୁରୀ। କିନ୍ତୁ ବଲିଉଡ୍ରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଏହି କଥାକୁ ଭୁଲ ପ୍ରମାଣିତ କରି ଦେଖେଇଛନ୍ତି। ସେମାନେ ପ୍ରମାଣିତ କରିଦେଇଛନ୍ତି ଯେ ମା-ବାପା ହେଉଛି ଏକ ଭାବନା ଓ ହୃଦୟରେ ସାଇତା ଥିବା ସ୍ନେହ ଓ ମମତା।
କଙ୍ଗନା ରାଣାୱତ ବଲିଉଡ୍ର ପଙ୍ଗା ଗାର୍ଲ ଭାବେ ପରିଚିତ। ଅନେକ ସମୟରେ ସେ ତାଙ୍କର ବୟାନ ନେଇ ବିବାଦକୁ ଆସିଥାନ୍ତି। ଏବେ ଭାରତର ସ୍ୱାଧୀନତା ଭିକ୍ଷାରେ ମିଳିଥିବା କହି ସେ ଚର୍ଚ୍ଚାରେ ଅଛନ୍ତି। ଏହାକୁ ନେଇ କଙ୍ଗନା ଯେତେ ଟ୍ରୋଲ୍ ହେଲେ ବି ସେ ତାଙ୍କ ଜିଦିରେ ଅଟଳ ଅଛନ୍ତି।
ବଲିଉଡର ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନ ଅନେକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖେଇଛନ୍ତି। କିନ୍ତୁ ଏବେ ସେ ଯେଉଁ ରୂପରେ ଆସୁଛନ୍ତି ତାହା ନିହାତି ଭୟଙ୍କର। ଏହି ରୂପ ସେ ‘ଆର୍ଯ୍ୟା-୨’ ରେ ନେଇଛନ୍ତି।
ଦେଶର ସ୍ୱାଧୀନତା ସଂପର୍କରେ କଙ୍ଗନା ରାଣାୱତ ଦେଇଥିବା ବିବୃତ୍ତିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଭିକ୍ଷାରେ ଦେଶ ସ୍ୱାଧୀନତା ପାଇଛି, ଏଭଳି ବୟାନକୁ ନେଇ ବରୁଣ ଗାନ୍ଧି ତାଙ୍କୁ ଟାର୍ଗେଟ୍ କରିଥିଲେ । ହେଲେ ଏବେ ଏହାର ପାଲଟା ଜବାବ ଦେଇଛନ୍ତି କଙ୍ଗନା ।
ନିଜର ଆଗାମୀ ବୈବାହିକ ଜୀବନ ବିଷୟରେ କଙ୍ଗନା ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି । ସେ ସିଧାସଳଖ କହିଛନ୍ତି, ଆଗାମୀ ୫ ବର୍ଷ ମଧ୍ୟରେ ମା’ ହେବେ ।
ନୋରା ଫତେହୀ ନିଜ ବୋଲ୍ଡନେସ୍ ଓ ଡ୍ୟାନ୍ସରେ ଯାହାକୁ ପାଗଳ କରିବାର କ୍ଷମତା ରଖନ୍ତି। ନିକଟରେ ତାଙ୍କର ‘କୁସୁ କୁସୁ’ ଗୀତ ରିଲିଜ୍ ହୋଇଛି। ସୋସିଆଲ୍ ମିଡିଆରେ ଏହି ଗୀତକୁ ଶେୟାର୍ କରି ଭୂମିକମ୍ପ ଆସିଗଲା ବୋଲି ସେ କହିଛନ୍ତି।
ପୁଅ ଯେତେ ଉଚ୍ଚକୁ ଗଲେ ବି ମା’ ପାଇଁ ସେ ତା’ର ସେଇ ଅଜ୍ଞାନ ବାଳକ। ପୁଅ ଯେତେ ବଡ ହେଲେ ବି ମା ପାଇଁ ସେ ସବୁବେଳେ ସେଇ ଗେଲ୍ହା ବସର। ବଲିଉଡ୍ର ବରିଷ୍ଠ ଅଭିନେତା ଅନୁପମ ଖେର୍ ମଧ୍ୟ ଏଥିରୁ ମୁକ୍ତ ନୁହନ୍ତି। ତାଙ୍କ ମା’ ପାଇଁ ସେ ଆଜିବି କୁନି ପିଲାଟିଏ।
ସବୁବେଳେ ନିଜର ବୋଲ୍ଡନେସ୍ ଓ ହଟଚମଟ ବୟାନକୁ ନେଇ ବିବାଦରେ ଥିବା ପୁନମ ପାଣ୍ଡେ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ର ହୋଇଛନ୍ତି। ଏ ଏବେ ହସ୍ପିଟାଲ୍ ବେଡ୍ରେ। ସ୍ୱାମୀଙ୍କ ମାରପିଟ୍ ଯୋଗୁଁ ସେ ହୋଇଛନ୍ତି କ୍ଷତାକ୍ତ। ଏହି ମାମଲା ପୋଲିସ୍ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରିଛି।
ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ବଲିଉଡ୍ ରାଣୀ କଙ୍ଗନା ରାଣାୱତ୍। ସବୁବେଳେ ବିବାଦରେ ରହୁଥିବା ଏହି ଅଭିନେତ୍ରୀଙ୍କ ଜୀବନ ଯାତ୍ରା ସଂଘର୍ଷରେ ଥିଲା ପରିପୂର୍ଣ୍ଣ। ଗ୍ଲାମର ଦୁନିଆରେ ନିଜ ଭବିଷ୍ୟତର ସ୍ୱପ୍ନ ଦେଖି ମାତ୍ର ୧୬ ବର୍ଷରେ ଛାଡିଥିଲେ ଘର। ଝିଅର ପଥଭ୍ରଷ୍ଟ ଦେଖି ଘର ଲୋକ କରିଦେଲେ ପର। ନିଜ ସ୍ୱପ୍ନକୁ ସାକାର କରିବାକୁ ଜୀବନକୁ କଷ୍ଟରେ ଜୀଇବାକୁ ପଡିଲା। ବଞ୍ଚିବା ପାଇଁ ଖାଇବାକୁ ପଡିଲା ପାଉଁରୁଟି ଆଉ ଆଚାର। ତେବେ ଆସନ୍ତୁ ଜାଣିନେବା କିପରି ଥିଲା ଏହି ଅଭିନେତ୍ରୀଙ୍କ ଜୀବନ ଯାତ୍ରା
ଏହି ଦୀପାବଳୀ ଦର୍ଶକଙ୍କ ପାଇଁ ନେଇ ଆସିଛି ମନୋରଞ୍ଜନର ମାହୋଲ। ଲକ୍ଡାଉନ୍ ପରେ ପ୍ରେକ୍ଷାଳୟଗୁଡିକ ଚଳଚଞ୍ଚଳ ହୋଇପଡିଥିବା ବେଳେ ପରଦାକୁ ଆସିଛି ଅନେକ ଫିଲ୍ମ। ଭାରତୀୟ ଫିଲ୍ମ ‘ଅନ୍ନାଥେ’ ଓ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସ୍ରେ ଯେଉଁଭଳି ଭାବେ ପ୍ରଦର୍ଶନ କରୁଛନ୍ତି ଏଥିରୁ ଲାଗୁଛି ଏହି ଦୁଇ ଫିଲ୍ମ ଖୁବ୍ ଶୀଘ୍ର ଶହେ କୋଟି ଫିଲ୍ମର ତାଲିକାରେ ନାମାଙ୍କିତ ହେବେ। ତେବେ ରଜନୀକାନ୍ତଙ୍କ ‘ଅନ୍ନାଥେ’ ଅକ୍ଷୟଙ୍କ ‘ସୂର୍ଯ୍ୟବଂଶୀ’କୁ ଟକ୍କର ଦେଇ ଆଗେଇ ଚାଲିଛି।
ଆଜିକାଲି ପଲକ ତିୱାରୀ ହୋଇଯାଇଛନ୍ତି ଇଣ୍ଟରନେଟ୍ ସେନ୍ସୁଆଲ୍ ଗାର୍ଲ। ନିଜ ବୋଲ୍ଡ ଅବତାରରେ ସେ ସବୁବେଳେ ସମସ୍ତଙ୍କ ହୃଦୟରେ ନିଆଁ ଲଗେଇବା ନେଇ ପୂରା ପ୍ରସ୍ତୁତ। ଏବେ ସେ ତାଙ୍କର ଏମିତି ଏକ ଫଟୋ ପୋଷ୍ଟ୍ କରିଛନ୍ତି, ଯାହାକୁ ନେଇ ସମସ୍ତେ ଫିଦା ହୋଇଯାଇଛନ୍ତି।
ରିଲିଜ୍ ହୋଇସାରିଛି କାଟ୍ରୀନା-ଅକ୍ଷୟ ଅଭିନୀତ ‘ସୂର୍ଯ୍ୟବଂଶୀ’। ଏହାକୁ ଦର୍ଶକେ ଖୁବ ପସନ୍ଦ କରୁଥିବା ବେଳେ ଏହାରି ଭିତରେ ରିଲିଜ୍ ହୋଇଛି ଏହାର ୪ ନମ୍ବର ଗୀତ ‘ଟିପ୍ ଟିପ୍ ବରଷା ପାନି’। ଏଥିରେ କାଟ୍ରୀନାଙ୍କ ଆକର୍ଷଣୀୟ ଅଙ୍ଗଭଙ୍ଗୀ ସମସ୍ତଙ୍କୁ ପାଗଳ କରିବାରେ ଲାଗିଛି। ପ୍ରଶଂସକମାନେ ଏହା ଦେଖି ମୂଳ ଗୀତ ଠାରୁ ଆହୁରି ଚମତ୍କାର ବୋଲି କହୁଛନ୍ତି।
ସିନେମା ଶିଳ୍ପ ଏକ ଲାଭଜନକ ବ୍ୟବସାୟ। ପ୍ରତ୍ୟେକ ନିର୍ମାତା ଏକ ବଡ ଲାଭ ଲକ୍ଷରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସିନେମା ତିଆରି କରନ୍ତି ଦର୍ଶକଙ୍କର ମନୋରଞ୍ଜନ ପାଇଁ। ପ୍ରେକ୍ଷାଳୟ ବା ଡିଜିଟାଲ୍ ପ୍ଲାଟ୍ଫର୍ମରେ ସିନେମା ଚାଲିଲେ ଟଙ୍କା ଆସିଥାଏ ଓ ବ୍ୟବସାୟର ଲକ୍ଷ ପୂରଣ ହୁଏ। କିନ୍ତୁ ଏହା ଯଦି ଅନ୍ଲାଇନ୍ ଲିକ୍ ହୁଏ ତେବେ ବାଧିବା ନିଶ୍ଚିତ। ବର୍ତ୍ତମାନ ସେଭଳି ସମସ୍ୟାର ସମ୍ମୁଖିନ ହୋଇଛନ୍ତି ନିର୍ମାତା ନିର୍ଦ୍ଦେଶକ ରୋହିତ ସେଟ୍ଟୀ।
ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ସୂର୍ଯ୍ୟବଂଶୀ । ଅକ୍ଷୟ-କ୍ୟାଟ୍ରିନାଙ୍କ ରୋମାନ୍ସ ସହ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଜବରଦସ୍ତ ଆକ୍ସନକୁ ବଡ ପରଦାରେ ଦେଖିପାରିବେ ଦର୍ଶକ । ଅଜୟ-ରଣବୀରଙ୍କ କ୍ୟାମିଓକୁ ବଡ଼ ସ୍କିନ୍ରେ ଦେଖିଛନ୍ତି ଦର୍ଶକ । ଫିଲ୍ମଟି ୨୦ ମାସ ପରେ ରିଲିଜ୍ ହୋଇଥିବାରୁ ବେଶ ଉତ୍ସାହିତ ରହିଛନ୍ତି ଦର୍ଶକ ।