• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ କେବଳ ତାଙ୍କ ଅଭିନୟ ପାଇଁ ଜଣାଶୁଣା ନୁହଁନ୍ତି, ସେ ତାଙ୍କ ଫିଟ୍‌ନେସ୍‌କୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଯଦିଓ ଏବେ ବିପାଶା ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି କିନ୍ତୁ ନିଜର ଫଟୋ ଏବଂ ଭିଡିଓ ମାଧ୍ୟମରେ ପ୍ରଶଂସକଙ୍କୁ ବାନ୍ଧି ରଖିଛନ୍ତି। ସମସ୍ତଙ୍କୁ ଜଣା ଯେ ଯେତେବେଳେ ବିପାଶା ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ, ସେତେବେଳେ ତାଙ୍କର ରଙ୍ଗ ଶ୍ୟାମଳ ଥିଲା, କିନ୍ତୁ ଏହା ସତ୍ତ୍ୱେ ବି ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଥିଲେ। ତଥାପି ତାଙ୍କୁ ନିଜ ରଙ୍ଗକୁ ନେଇ ଅନେକ କିଛି ସହିବାକୁ ପଡିଛି।

ଆଜି ଅର୍ଥାତ ଜାନୁଆରୀ ୭ରେ ବିପାଶା ତାଙ୍କର ୪୩ତମ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡ୍‌ରେ ଅନେକ ଥର ଅଭିନେତ୍ରୀମାନଙ୍କ ମଧ୍ୟରେ ଟଣାଓଟରାର କାହାଣୀ ଦେଖାଯାଏ ଓ ଶୁଣାଯାଏ। ଏନେଇ ବିପାଶାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଫିଲ୍ମ ‘ଅଜନବୀ’ର ସେଟ୍‌ରେ କିପରି ଝଗଡା କରିଥିଲେ କରୀନା ଓ ବିପାଶା।

ଚଳଚ୍ଚିତ୍ର ‘ଅଜନବୀ’ରେ ବିପାସା ବସୁ, ବବି ଦେଓଲ, କରୀନା କପୁର ଓ ଅକ୍ଷୟ କୁମାର ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ସେଟ୍‌ରେ କରୀନା ଓ ବିପାଶାଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହା ପରେ ବଲିଉଡ୍‌ରେ ଦୁହିଁଙ୍କ ମଧ୍ୟରେ ବିବାଦକୁ ନେଇ ଖୁବ ଆଲୋଚନା କରାଯାଇଥିଲା।

ଯେତେବେଳେ ‘ଅଜନବୀ’ ଫିଲ୍ମର ସୁଟିଂ ଚାଲିଥିଲା, ସେତେବେଳେ ଡ୍ରେସ୍‌କୁ ନେଇ କରୀନା କପୁର ଓ ବିପାଶା ବସୁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଝଗଡା ଏତେ ବାଟ ଯାଇଥିଲା ଯେ କରୀନା ରାଗିଯାଇ ବିପାଶାଙ୍କୁ ଚାପୁଡ଼ା ମାରିଥିଲେ। ଏହା ସହିତ, ତାଙ୍କ ରଙ୍ଗକୁ ନେଇ ତାଙ୍କୁ ଅପମାନିତ କରିବା ସହ ତାଙ୍କୁ ଏକ କାଳି ବିଲେଇ ବୋଲି ମଧ୍ୟ କହିଥିଲେ।

ଏହି ଘଟଣା ପରେ ବିପାଶା ଏକ ସାକ୍ଷାତକାର ସମୟରେ କହିଥିଲେ ଯେ “ମୁଁ ଭାବୁଛି ଯେ ଏହି ଘଟଣାକୁ ଜବରଦସ୍ତ କିଛି ଅଧିକ ଟାଣି ଓଟାରି ସୋରିଷର ପାହାଡ କରିଦିଆଯାଇଛି। ଯଦି କରୀନାଙ୍କର ଡିଜାଇନର୍ ସହିତ କିଛି ଅସୁବିଧା ଥିଲା ତେବେ ଏଠିକୁ ମୋତେ କାହିଁକି ଟାଣି ନିଆଗଲା। କରୀନାଙ୍କର ସେହି କାମ ବାସ୍ତବରେ ପିଲାଳିଆମୀ ଥିଲା। ମୁଁ ତାଙ୍କ ସହିତ ଆଉ କେବେ କାମ କରିବି ନାହିଁ।” ସେହିଭଳି କରୀନା ମଧ୍ୟ ସାକ୍ଷାତକାରରେ କହିଥିଲେ ଯେ “ମୁଁ ଭାବୁଛି ବିପାଶା ତାଙ୍କ ପ୍ରତିଭା ଉପରେ ବିଶ୍ୱାସ କରନ୍ତି ନାହିଁ।”

ବିପାସା ବସୁ ୧୯୭୮ ମସିହା ଜାନୁଆରୀ ୭ରେ ନୂଆଦିଲ୍ଲୀରେ ଏକ ହିନ୍ଦୁ ବଙ୍ଗଳା ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜଣେ ବଡ଼ ଭଉଣୀ ବିଦିଶା ଏବଂ ସାନ ଭଉଣୀ ବିଜେତା ଅଛନ୍ତି। ଯଦି ଆମେ ବିପାଶାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେବା, ତେବେ ସେ ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କ ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି।

ବିପାଶା ‘ଅଜନବୀ’ ଫିଲ୍ମରୁ ହିଁ ନିଜର ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଏକରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ବିଶେଷକରି ବିପାଶା ହରର୍‌ ଫିଲ୍ମ ପାଇଁ ବେଶ ଜଣାଶୁଣା। ସେ ରାଜ୍, ରାଜ୍ ୩ କ୍ରିଏଚର୍, ଆତ୍ମା, ଏଲୋନ୍, ଡର୍‌ନା ଜରୁରୀ ହୈ ଭଳି ଅନେକ ହରର୍‌ ଫିଲ୍ମରେ କାମ କରିଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now