Advertisment

୧୫ ବର୍ଷର ଚୁମ୍ବନ ମାମଲାରୁ ଦୋଷମୁକ୍ତ ହେଲେ ଶିଳ୍ପା

ଚୁମ୍ବନ ମାମଲାରୁ ଅପରାଧ ମୁକ୍ତ ହୋଇଛନ୍ତି ଶିଳ୍ପା ଶେଟ୍ଟୀ। ସର୍ବସାଧାରଣରେ ହଲିଉଡ୍ ଅଭିନେତା ରିଚାର୍ଡ ଗେରେଙ୍କ ଠାରୁ ଚୁମ୍ବନ ଖାଇ ହଟହଟାରେ ପଡିଥିଲେ ଅଭିନେତ୍ରୀ।

author-image
Pramod Behera
Shilpa Shetty got relief after from kissing case

Shilpa Shetty got relief after from kissing case

ମୁମ୍ବାଇ: ହଲିଉଡ୍‌ ଅଭିନେତା ରିଚାର୍ଡ ଗେରେ ସର୍ବସାଧାରଣ ସ୍ଥାନରେ ଶିଳ୍ପା ଶେଟ୍ଟୀଙ୍କୁ ଚୁମ୍ବନ ଦେବା ମାମଲାରେ ଫସିଥିଲେ ଅଭିନେତ୍ରୀ। ବର୍ତ୍ତମାନ ତାଙ୍କୁ କୋର୍ଟରୁ ମୁକ୍ତି ମିଳିଛି। ଅଶ୍ଳୀଳତା ଖେଳେଇବା ନେଇ ଶିଳ୍ପାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ୧୫ ବର୍ଷ ପରେ କୋର୍ଟ ଏହି ମାମଲାରେ ଶିଳ୍ପାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Advertisment

ସୂଚନା ମୁତାବକ ୨୦୦୭ରେ ହଲିଉଡ୍‌ ଅଭିନେତା ତଥା ଏଡସ୍ ସଚେତନତା ଅଭିଯାନକାରୀ ରିଚାର୍ଡ ଗେରେ ଏକ କାର୍ଯ୍ୟକ୍ରମରେ ଶିଳ୍ପା ଶେଟ୍ଟୀଙ୍କୁ ଖୋଲାଖୋଲି ଚୁମ୍ବନ ଦେଇଥିଲେ। ପରେ ତାଙ୍କର ଏହି ଚୁମ୍ବନକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଅଶ୍ଳୀଳତା ଖେଳେଇବା ନେଇ ରିଚାର୍ଡ ଗେରେ ଏବଂ ଶିଳ୍ପା ଶେଟ୍ଟୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ବର୍ତ୍ତମାନ ଏହି ମାମଲାରୁ ଅଭିନେତ୍ରୀଙ୍କୁ ନିର୍ଦ୍ଦୋଷ କରାଯାଇଛି। ଇଂରାଜୀ ସୂଚନା ମୁତାବକ ମହାନଗର ନିଗମ ମାଜିଷ୍ଟ୍ରେଟ୍ କେତକୀ ଚହ୍ୱାନ ଏହି ମାମଲାରେ ଶିଳ୍ପା ଶେଟ୍ଟୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାଜିଷ୍ଟ୍ରେଟ୍ କହିଛନ୍ତି ଯେ ଏହି ମାମଲାରେ ଅଭିନେତ୍ରୀ ଅଭିଯୁକ୍ତ ନୁହଁନ୍ତି ବରଂ ରିଚାର୍ଡ ଗେରେଙ୍କ ନିର୍ଯାତନାର ଶିକାର ହୋଇଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଅନୁଯାୟୀ ଶିଳ୍ପା ଶେଟ୍ଟୀଙ୍କ ବିରୋଧରେ ଅଭିଯୋଗ ଭିତ୍ତିହୀନ ଥିଲା। ତେଣୁ ଅଭିନେତ୍ରୀଙ୍କୁ ଦୋଷମୁକ୍ତ କରାଯାଇଛି।
ମାଜିଷ୍ଟ୍ରେଟ୍ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଅଭିଯୋଗରେ ଏହା ଶିଳ୍ପା ଶେଟ୍ଟୀଙ୍କ କୌଣସି ପ୍ରକାର ଅପରାଧୀ ବୋଲି ଜଣାପଡିଛି। ୨୦୦୭ ରେ ଯେତେବେଳେ ରିଚାର୍ଡ ଗେରେ ଶିଳ୍ପା ଶେଟ୍ଟୀଙ୍କୁ ଚୁମ୍ବନ ଦେଇଥିଲେ ସେତେବେଳେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଏହି ଘଟଣା ପରେ ରାଜସ୍ଥାନର ମୁଣ୍ଡାୱାରର ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀରେ ଶିଳ୍ପା ଶେଟ୍ଟି ଏବଂ ରିଚାର୍ଡ ଗେରେଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା।

Advertisment

ପରବର୍ତ୍ତୀ ସମୟରେ, ଆଇପିସି ଧାରା ୨୯୨ ୨୯୩, ୨୯୪ (ଅଶ୍ଳୀଳତା) ସହିତ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ମହିଳାଙ୍କୁ ଅଶ୍ଳୀଳ ପ୍ରତିନିଧିତ୍ୱ (ନିଷେଧାଦେଶ) ଅଧିନିୟମ ଅନୁଯାୟୀ ଶିଳ୍ପା ଶେଟ୍ଟୀ ଏବଂ ରିଚାର୍ଡ ଗେରେଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏଥି ସହିତ ଶିଳ୍ପା ଶେଟ୍ଟୀ ସୁପ୍ରିମ୍‌କୋର୍ଟରେ ଏକ ପିଟିସନ୍‌ ଦାଖଲ କରିଥିଲେ ଏବଂ ଏହାକୁ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଥିଲେ। ଏହାକୁ ୨୦୧୭ ମସିହାରେ କୋର୍ଟଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା। ଏହା ପରେ ମୁମ୍ବାଇର ବେଲାର୍ଡ ପିୟର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ଶୁଣାଣି ହୋଇଥିଲା।

ଶିଳ୍ପା ଶେଟ୍ଟୀଙ୍କ ଓକିଲ ମଧୁକର ଦଲଭୀଙ୍କ ଅନୁଯାୟୀ, ସେ କ୍ରାଇମ୍‌ବ୍ରାଞ୍ଚର ଧାରା ୨୩୯ (ପୋଲିସର ରିପୋର୍ଟ ଏବଂ ଦଲିଲକୁ ବିଚାର କରିବା ପରେ ନିର୍ଦ୍ଦୋଷରେ ଖଲାସ) ଏବଂ ୨୪୫ (ଦୋଷମୁକ୍ତ ହେବା ପରେ ନିର୍ଦ୍ଦୋଷରେ ଖଲାସ) ଅନୁଯାୟୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅନ୍ୟପକ୍ଷରେ, ଶିଳ୍ପା ଶେଟ୍ଟୀ ତାଙ୍କ ଆବେଦନ ମାଧ୍ୟମରେ କୋର୍ଟଙ୍କୁ କହିଥିଲେ ଯେ ତାଙ୍କର ଏକମାତ୍ର ଭୁଲ ହେଉଛି ଯେ ସେ ରିଚାର୍ଡ ଗେରେଙ୍କ ଚୁମ୍ବନକୁ ବିରୋଧ କରି ନଥିଲେ, ଯାହା ଅପରାଧ ହୋଇପାରିବ ନାହିଁ।

ଖାଲି ସେତିକି ନୁହେଁ ୨୦୦୯ ରେ ଶିଳ୍ପା ଶେଟ୍ଟୀ ଓଡ଼ିଶାର ସାକ୍ଷୀଗୋପାଲ ମନ୍ଦିରକୁ ଆସିଥିଲେ। ଏଠାରେ ଜଣେ ପୁରୋହିତ ତାଙ୍କ ଗାଲରେ ଚୁମ୍ବନ ଦେଇଥିଲେ। ଏହି ଘଟଣା ମଧ୍ୟ ସେହି ସମୟରେ ବହୁ ଧ୍ୟାନ ଆକର୍ଷଣ କରିଥିଲା।

Bollywood Shilpa Shetty
Advertisment
Advertisment