Advertisment

‘ବାହୁବଲୀ’ ଫେମ୍ ପ୍ରଭାସ୍‌ଙ୍କୁ ପଛରେ ପକେଇଲେ ଅଲ୍ଲୁ ଅର୍ଜୁନ୍

ବଢି ବଢି ଚାଲିଛି ‘ପୁଷ୍ପା’ ଷ୍ଟାରର୍ ଅଲ୍ଲୁ ଅର୍ଜୁନ୍‌ଙ୍କ ପ୍ରଶଂସକଙ୍କ ସଂଖ୍ୟା। ଏ ଦିଗରେ ସେ ପ୍ରଭାସ, ରାମ ଚରଣ ଓ ଏନ୍‌ଟିଆର୍‌ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Allu Arjun hits 15 million instagram followers

Allu Arjun hits 15 million instagram followers

‘ପୁଷ୍ପା’ ରିଲିଜ୍ ହେବା ପରଠାରୁ ଗୋଟିଏ ପଟେ ଏହାର ବକ୍ସ ଅଫିସ୍ କଲେକ୍ସନ୍ ଦିନକୁ ଦିନ ବଢୁଥିବାବେଳେ ଅନ୍ୟ ପଟେ ତେଲୁଗୁ ସୁପର୍‌ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ଅଭିନେତା ଗତ ବର୍ଷ ଜାନୁଆରୀ ୭ରେ ଇନଷ୍ଟାଗ୍ରାମରେ ପ୍ରାୟ ୧୦ ମିଲିୟନ୍ ଫଲୋର୍ସ ଥିବା ସୂଚନା ଦେଇଥିଲେ ଏବଂ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଥିଲେ। ଏକ ବର୍ଷ ପରେ, ଅଲ୍ଲୁଙ୍କ ଫ୍ୟାନ୍ ଫଲୋର୍ସଙ୍କ ସଂଖ୍ୟା ସିଧା ୫ ମିଲିୟନ ବୃଦ୍ଧି ପାଇଛି। ବର୍ତ୍ତମାନ ତାଙ୍କର ମୋଟ ଇନଷ୍ଟାଗ୍ରାମ ଫଲୋର୍ସ ୧୫ ମିଲିୟନ୍ ଅତିକ୍ରମ କରିଛି।

Advertisment

ମକର ସଂକ୍ରାନ୍ତି ଅବସରରେ ଅଲୁ ଅର୍ଜୁନ ଏକ ପୋଷ୍ଟ୍‌ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପ୍ରଶଂସକଙ୍କୁ ପୁଣି ଥରେ ଧନ୍ୟବାଦ ଜଣାଇଛନ୍ତି। ୧୫ ମିଲିୟନ୍ ବିଶିଷ୍ଟ ଏକ ଇନ୍‌ଷ୍ଟା ପରିବାର ରହିବା ତାଙ୍କ ପାଇଁ ସର୍ବୋତ୍ତମ ପୋଙ୍ଗଲ୍ ଉପହାର ହୋଇପାରେ। ଏ କ୍ଷେତ୍ରରେ ସେ ଦକ୍ଷିଣର ସର୍ବାଧିକ ଅନୁଗାମୀ ହାସଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ବାହୁବଲୀ ଫେମ୍ ପ୍ରଭାସ, ରାମ ଚରଣ ଏବଂ ଏନ୍‌ଟିଆର୍‌ଙ୍କୁ ମଧ୍ୟ ପଛରେ ପକେଇ ଦେଇଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ 'ରାଧେ ଶ୍ୟାମ' ତାରକା ପ୍ରଭାସଙ୍କର ୭.୭ ମିଲିୟନ ଫଲୋର୍ସ ଥିବାବେଳେ ରାମ ଚରଣଙ୍କ ପାଖରେ ୫ ମିଲିୟନ୍ ଓ ଏନଟିଆର୍‌ଙ୍କର ୩.୫ ମିଲିୟନ୍ ଫଲୋର୍ସ ଅଛନ୍ତି। ଅଲ୍ଲୁ ଅର୍ଜୁନ ଏ କ୍ଷେତ୍ରରେ ବହୁ ଉପରେ ଅଛନ୍ତି। ତାଙ୍କର ଦକ୍ଷିଣର ସମସ୍ତ ସୁପର୍‌ଷ୍ଟାରଙ୍କ ତୁଳନାରେ ଦୁଇଗୁଣରୁ ଅଧିକ ଫଲୋର୍ସ ହୋଇଯାଇଛନ୍ତି। ତେବେ ତାଙ୍କର ଏହି ବୃଦ୍ଧି 'ପୁଷ୍ପା: ଦି ରାଇଜ୍’ର ସଫଳତା ପରେ ହୋଇଛି। 'ପୁଷ୍ପରାଜ' ହେବା ପରେ ଅଭିନେତାଙ୍କ ଲୋକପ୍ରିୟତା ବହୁତ ଦ୍ରୁତ ଗତିରେ ବଢିବାରେ ଲାଗିଛି।

Advertisment

ସେହିପରି ‘ପୁଷ୍ପା’ର ମୁଖ୍ୟ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଏବେ ୨୭.୩ ମିଲିୟନ୍ ବ୍ୟକ୍ତି ଫଲୋ କରୁଛନ୍ତି, ଯାହା ଅଲ୍ଲୁଙ୍କ ତୁଳନାରେ ଦୁଇଗୁଣ। ଆଗାମୀ ଦିନରେ, ଏହି ଦୁଇ ତାରକାଙ୍କ ଫଲୋର୍ସ ଆହୁରି ଅଧିକ ବୃଦ୍ଧି ପାଇବାର୍ ଆଶା ମଧ୍ୟ ଅଛି। ବର୍ତ୍ତମାନ ଏହି ତେଲୁଗୁ ତାରକାମାନେ ମଧ୍ୟ ହିନ୍ଦୀ ଭାଷାଭାଷୀ ଦର୍ଶକଙ୍କ ଭଲ ପାଇବା କିଣିବାରେ ଲାଗିଛନ୍ତି।

Bollywood
Advertisment
Advertisment