ତାପସି ପନ୍ନୁ । ଏବେକାର ବ୍ୟସ୍ତତମ ନାୟିକା ।୨୦୨୨ ମସିହାରେ ରିଲିଜ ୪ଟି ସିନେମା । ଥିଏଟର ଖୋଲିବା ପରେ ଏବେ ସମସ୍ତେ ସିନେମା ରିଲିଜ ପାଇଁ ହଲ ବୁକ କରିବା ପାଇଁ ଆରମ୍ଭ କଲେଣି । ରଶ୍ମି ରକେଟର ସଫଳତା ପରେ ,ଏବେ ତାପସିଙ୍କର ଆଗକୁ ଆସିବ ଲୁପ୍ ଲପେଟା । ଲୁପ ଲପେଟାର କାହାଣୀ ବି ଏକଦମ୍ ୟୁନିକ ।
କିସିଂ ଷ୍ଟାର ଭାବେ ବଲିଉଡର ବେଶ ଜଣାଶୁଣା ନାୟକ ଇମ୍ରାନ ହାସମୀ । ଇମ୍ରାନ ହାସମୀଙ୍କୁ ଘାରିଛି ସିକ୍ଲେଲ ପ୍ରେମ । ଏବେ ଇମ୍ରାନ ତାଙ୍କର ପପୁଲାର ଓ ହିଟ୍ ଫିଲ୍ମ ଗୁଡିକର ସ୍ୱିକେଲରେ ନଜର ଆସିବେ । ତେବେ ଇମ୍ରାନ ମଧ୍ୟ ତାଙ୍କର ଅଭିନିତ ଫିଲ୍ମ ଆୱାରପନ୍,’ରାଜା ନଟବର ଲାଲ୍’ , ଡାର୍ଟି ପିକଚର, ଏବଂ ‘ଏକ ଥା ଡାୟନ’ର ସିକ୍ୱେଲ କରିବାକୁ ଚାହୁଁଛନ୍ତି ।
ଆଜି ଶାହରୁଖ ଖାନ ତାଙ୍କର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନରେ ତାଙ୍କ ଘର ରଙ୍ଗୀନ ଆଲୋକରେ ସଜାଯାଇଛି । ବଲିଉଡର ଅନେକ ଷ୍ଟାରମାନେ ମଧ୍ୟ ଶାହରୁଖଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଶାହରୁଖଙ୍କ ଜନ୍ମଦିନକୁ ନେଇ ଶାହରୁଖଙ୍କ ବାସଭବନ ‘ମନ୍ନତ’ ଆଗରେ ଫ୍ୟାନ୍ସ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।
ବଡିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ପଙ୍ଗା ଗାର୍ଲ ଭାବେ ଜଣାଶୁଣା କଙ୍ଗନା ରାଣାୱତ କୌଣସି ଯୋଦ୍ଧା ଠାରୁ ବି କମ ନୁହନ୍ତି। ଗ୍ଲାମର ଦୁନିଆରେ ପାଦ ଦେବା ପୂର୍ବରୁ ତାଙ୍କୁ ବହୁତ ସଂଘର୍ଷର ସାମ୍ନା କରିବାକୁ ହୋଇଛି। ଏହା କହିବା ଭୁଲ୍ ହେବ ନାହିଁ ଯେ ତାଙ୍କ ବାସ୍ତବ ଜୀବନ କୌଣସି ଏକ ଫିଲ୍ମ ଠାରୁ ବି କମ ନୁହେଁ। ଏବେ ବି ତାଙ୍କ ଜୀବନ ଅନେକ ବାଦ ବିବାଦ ଭିତରେ ଗତି କରୁଥିବା ଦେଖାଯାଏ। କିନ୍ତୁ ଆପଣ ଯେତେବେଳେ ଜାଣିବେ ଯେ ଏହି ବିବାଦୀୟ ଅଭିନେତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଆପଣ ନିଶ୍ଚିତ ଚକିତ ହୋଇଯିବେ।
ବିଦେଶର ଏକ ପରମ୍ପରା ଅନୁସାରେ ବର୍ତ୍ତମାନ ଚାଲିଛି ହେଲୋୱିନ୍ ସପ୍ତାହ। ଏହି ସପ୍ତାହକୁ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଲୋକେ ନିଜକୁ ବିଭିନ୍ନ ପ୍ରକାରର ଭୟଙ୍କର ରୂପରେ ସଜ୍ଜେଇବା ନେଇ ଚେଷ୍ଟା କରିଥାନ୍ତି। କିନ୍ତୁ ବଲିଉଡ୍ ସ୍ଲିମ୍ ଗାର୍ଲ ଶିଳ୍ପା ସେଟ୍ଟୀ ଭଲଭାବେ ଜାଣିଛନ୍ତି ଏହି ଉତ୍ସବକୁ କିପରି ପାଳନ କରାଯାଏ। ହେଲୋୱିନ୍କୁ ନେଇ ସୋସିଆଲ୍ ମିଡିଆରେ ଶିଳ୍ପା ସେଟ୍ଟୀଙ୍କ ଠାରୁ ଆରମ୍ଭ କରି ମାଧୁରୀ ଦୀକ୍ଷିତଙ୍କ ପର୍ଯ୍ୟନ୍ତ ନିଜ ନିଜ ଢଙ୍ଗରେ ଫଟୋ ଶେୟାର କରିଛନ୍ତି।
ନର୍ଗିସ୍ ଫାଖ୍ରୀ ବଲିଉଡର ଏକ ଆଗଧାଡିର ନାଁ। ନର୍ଗିସ୍ ଇଣ୍ଡଷ୍ଟ୍ରୀର ଏମିତି ଏକ ପରିଚିତ ନାଁ ଯାହା ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଫିଲ୍ମ୍ ‘ରକ୍ଷ୍ଟାର୍’ ହିଁ ତାଙ୍କୁ ରାତାରାତି ଇଣ୍ଡଷ୍ଟ୍ରୀରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ବଲିଉଡ୍ରେ ଯଦି ସବୁ ସୁନ୍ଦରୀ ଓ ଗ୍ଲାମରସ୍ ଅଭିନେତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯାଏ ତେବେ ନର୍ଗିସ୍ ଫାଖ୍ରୀଙ୍କ ନାମ ବାଦ ପଡିବ ନାହିଁ। ସେ ମାତ୍ର ୧୬ ବର୍ଷ ବୟସରୁ ଗ୍ଲାମର୍ ଦୁନିଆରେ ପାଦ ଦେଇଥିଲେ ଓ ଆରମ୍ଭ କରିଥିଲେ ମଡେଲିଂରେ କ୍ୟାରିୟର୍।
ଟିଭି ଦୁନିଆର ନାଗୁଣୀ ଭାବେ ପରିଚିତ ମୋନୀ ରାୟ ବଲିଉଡ୍ରେ ପାଦ ଦେଇଛନ୍ତି। ସେ ମଧ୍ୟ ନିଜ କାମ ଉପରେ ଧ୍ୟାନ ରଖିଛନ୍ତି। ତାଙ୍କ ସୋସିଆଲ୍ ମିଡିଆ ମଧ୍ୟ ହଟ୍ ଆଉ ଆକର୍ଷଣୀୟ ଫଟୋରେ ଭରି ହୋଇଛି। ଆଜିକାଲି ମୋନୀଙ୍କର ସବୁ ଗ୍ଲାମରସ୍ ଫଟୋ ଓ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏମିତିରେ ବି ସୋସିଆଲ୍ ମିଡିଆରେ ତାଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ତେଣୁ ତାଙ୍କ ଫଟୋ ପୋଷ୍ଟ ହେବା ମାତ୍ରେ ଲାଇକ୍-କମେଣ୍ଟର ସୁଅ ଛୁଟୁଛି। ବର୍ତ୍ତମାନ ତାଙ୍କର ସେମିତି କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଖୁବ୍ ଗ୍ଲାମର ଓ ହଟ୍ ଲାଗୁଛନ୍ତି।
ବଲିଉଡ୍ର ବରିଷ୍ଠ ଅଭିନେତା ୟୁସୁଫ୍ ହୁସେନ୍ଙ୍କ ପରଲୋକ ହୋଇଛି। ଆଜି ଭୋର ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ।
ଶାହାରୁଖ୍ ଖାନ୍ଙ୍କ ଅଡ଼ୁଆ ବଢିବାରେ ଲାଗିଛି। ଏବେ ବଲିଉଡ଼୍ର ଏହି ଚର୍ଚ୍ଚିତ ଅଭିନେତାଙ୍କ ସହ ଫିଲ୍ମ କରିବାକୁ ଆଗ୍ରହୀ ହେଉନାହାନ୍ତି ହିରୋଇନ୍। ଯାହାକୁ ନେଇ ଚିନ୍ତାରେ ପ୍ରଡ୍ୟୁସର ଓ ଡାଇରେକ୍ଟର। କ୍ରୁଜ୍ରେ ଡ୍ରଗ୍ସ୍ ପାର୍ଟି ମାମଲାରେ ଶାହାରୁଖ ଖାନ୍ଙ୍କ ପୁଅ ଗିରଫ ହୋଇଥିଲେ, ଗତକାଲି ତାଙ୍କର ଜାମିନ ମଧ୍ୟ ହୋଇଛି
ସିନେ ପ୍ରେମୀଙ୍କ ଏହି ସପ୍ତାହରେ ମିଳିବ ଭରପୁର ମନୋରଞ୍ଜନ। ଦୀର୍ଘ ଦିନର ବ୍ୟବଧାନ ପରେ ଦୁଇଟି ବହୁ ପ୍ରତିକ୍ଷିତ ଫିଲ୍ମ୍ ରିଲିଜ୍ ହେବାକୁ ଯାଉଛି। ଆସନ୍ତାକାଲି ଓଟିଟିରେ ରିଲିଜ୍ ହେଉଛି ଦୁଇଟି ହିନ୍ଦୀ ଫିଲ୍ମ୍। ରାଜକୁମାର ରାଓଙ୍କ 'ହମ୍ ଦୋ, ହମାରେ ଦୋ' ଏବଂ ଇମ୍ରାନ୍ ହାସିମୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଦେବ୍ବୁକ୍'। ଉଭୟ ଫିଲ୍ମ୍ କରୋନା କଟକଣା ଯୋଗୁଁ ବଡ଼ ପରଦାରେ ରିଲିଜ୍ ହୋଇ ପାରି ନ ଥିଲା। ଦୁଇଟି ଯାକ ସିନେମା ଦର୍ଶକଙ୍କୁ ଅଲଗା ସ୍ଵାଦ ଦେବ।
ଭାଇରାଲ ହେଉଛି ଖିଲାଡି କୁମାର ଅକ୍ଷୟ କୁମାରର ଏକ ଟ୍ୱିଟ୍। କଥା କଣ କି ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ଅଭିନେତ୍ରୀ ତାରା ସୁତାରିଆଙ୍କ ସହିତ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କ ଫିଲ୍ମ ‘ତଡପ’ର ଟ୍ରେଲର ରିଲିଜ୍ ହୋଇଛି। ଏହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଏହି ଅବସରରେ ସୁନୀଲ୍ ସେଟ୍ଟୀଙ୍କ ବନ୍ଧୁ ଅଭିନେତା ଅକ୍ଷୟ କୁମାର ଅହାନଙ୍କ ପ୍ରଦର୍ଶନକୁ ନେଇ ଖୁବ ତାରିଫ କରିଛନ୍ତି। ତାଙ୍କର ଏହି ଟ୍ୱିଟ୍ ଖୁବ ଭାଇରାଲ ହେବାରେ ଲାଗିଛି।
‘ଶୁଟିଂ ମଝିରେ ପ୍ରଡ୍ୟୁସର ଆସି କହିଲେ ମୋ ସହ କାମ କରିବାକୁ ଚାହୁଁ ନାହାନ୍ତି। କାରଣ ଥିଲା ମୁଁ ତାଙ୍କ ସହ ଶୋଇବାକୁ ମନା କରି ଦେଇଥିଲି।’ ଏକ ସାକ୍ଷାତକାର ବେଳେ ଇଣ୍ଡଷ୍ଟ୍ରିର ଡାର୍କ ସିକ୍ରେଟ୍ ସମ୍ପର୍କରେ ଏଭଳି କିଛି ଖୁଲାସା କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତା।
ବିବାହ ଋତୁ ଆରମ୍ଭ ହୋଇଯାଇଛି। ବିହାହ ଋତୁର ଆରମ୍ଭରେ ବଲିଉଡର ପ୍ରେମଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ବଲିଉଡ ଅବିନେତ୍ରୀ କାଟ୍ରୀନା କୈଫ୍ ଓ ଭିକୀ କୌଶଳଙ୍କ ବିବାହକୁ ନେଇ ଚର୍ଚ୍ଚା ଥିବା ବେଳେ ଏବେ ସେଥିରେ ଯୋଡି ହୋଇଯାଇଛି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡି। ଏହି ଦୁହିଁଙ୍କର ବିବାହକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସୁଛି ଯାହା ଜାଣିବା ପରେ ତାଙ୍କ ପ୍ରଶଂସକମାନଙ୍କ ମନରେ ଖୁସୀର ଲହରୀ ଖେଳିଯିବ। ଗତ କିଛି ଦିନ ହେବ ଆଲିଆ-ରଣବୀରଙ୍କ ବିବାହ ଖବର ଖୁବ ଚର୍ଚ୍ଚାରେ ରହିଆସିଛି।
ପୁଣି ଝୁଲିଲା ଆର୍ୟନ ଖାନଙ୍କ ଜାମିନ ଶୁଣାଣି । ବମ୍ବେ ହାଇକୋର୍ଟରେ ଆଜି ଆର୍ୟନଙ୍କ ଜାମିନ ଶୁଣାଣି ହୋଇଥିବା ବେଳେ ତାହା ଅସମାପ୍ତ ରହିଛି । ଆସନ୍ତାକାଲି ଅପରାହ୍ନ ସାଢେ ୨ଟାରେ ପୁଣି ଥରେ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ହେବ ।
ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’ର ଟ୍ରେଲର ରିଲିଜ୍ ହୋଇଛି। ଆୟୁଷ ଶର୍ମାଙ୍କ ସହିତ ତାଙ୍କର ଏହି ଫିଲ୍ମ ନଭେମ୍ବର ୨୬ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ସଲମାନ ଖାନ୍ ଏକ ଆକ୍ସନ ଅବତାରରେ ନଜର ଆସିବେ। ଏଥିରେ ତାଙ୍କ ଟକ୍କର ଆୟୁଷ ଶର୍ମାଙ୍କ ସହିତ ହେବ। ଉଭୟଙ୍କର ଏକ ଫାଇଟିଂ ସିନ୍ ଏବେ ଲୋକପ୍ରିୟ ହେବାରେ ଲାଗିଛି। କିନ୍ତୁ ଆୟୁଷ ଶର୍ମାଙ୍କ ପାଇଁ ଏହି ଫାଇଟ୍ ସିନ୍ ସଲମାନଙ୍କ ସହିତ କରିବା ସହଜ ନ ଥିଲା। ଏହି ସୂଚନା ନିଜେ ଆୟୁଷ ଶର୍ମା ଫିଲ୍ମର ଟ୍ରେଲର ରିଲିଜ୍ ହେବା ସମୟରେ ଦେଇଛନ୍ତି।
ସୁପରଷ୍ଟାର ରଜନୀକାନ୍ତଙ୍କୁ ଭାରତୀୟ ସିନେମାର ସବୁଠାରୁ ବଡ ସମ୍ମାନ ‘ଦାଦା ସାହେବ ଫାଲ୍କେ ଆୱାର୍ଡ’ ମିଳିଛି। ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ସାମିଲ ହୋଇ ରଜନୀକାନ୍ତ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ସେ ଦେଶର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ ଠାରୁ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ଗ୍ରହଣକରି ରଜନୀକାନ୍ତ ନିଜ ଗୁରୁ ବାଲାଚନ୍ଦର, ଭାଇ ସତ୍ୟନାରାୟଣ ଗାୟକୱାଡ୍ ଓ ତାଙ୍କର ସବୁଠାରୁ ଭଲ ବନ୍ଧୁ ରାଜ ବାହାଦୂରଙ୍କୁ ସମର୍ପଣ କରିଛନ୍ତି।
ହିନ୍ଦୀ ଫିଲ୍ମ ‘ବଣ୍ଟି ଔର୍ ବବଲୀ ୨’ ର ଟ୍ରେଲର ରିଲିଜ୍ ହୋଇଯାଇଛି। ଏଥିରେ ସୈଫ୍ ଅଲ୍ଲୀ ଖାନ୍, ରାନୀ ମୁଖାର୍ଜୀ, ସିଦ୍ଧାନ୍ତ ଚତୁର୍ବେଦୀ ଓ ଶରବରୀଙ୍କ ମଧ୍ୟରେ ମଜାଦାର ଲଢେଇ ଦେଖିବାକୁ ମିଳିବ। ସବୁଠାରୁ ମଜା କଥା ହେଲା ଏଥିରେ ଦୁଇ ହଳ ବଣ୍ଟି-ବବଲୀଙ୍କୁ ଦେଖିବାକୁ ମିଳିବ। ‘ବଣ୍ଟି ଔର୍ ବବଲୀ ୨’ ଏକ ପାରିବାରିକ ଫିଲ୍ମ ହୋଇଥିବା ବେଳେ ଏହା ସମସ୍ତଙ୍କୁ ହସେଇ ହସେଇ ବେଦମ କରିବ। ୟଶ ରାଜ୍ ଫିଲ୍ମ ବ୍ୟାନରରେ ତିଆରି ହୋଇଥିବା ଏହି ଫିଲ୍ମ ଦିପାବଳୀ ଅବସରରେ ରିଲିଜ୍ ହେବ।
ବଲିଉଡର ସଫଳ ନାୟିକାମାନଙ୍କ ତାଲିକା ଦେଖିଲେ ପ୍ରିୟଙ୍କା ଚୋପ୍ରା ବାଦ ପଡିବେ ନାହିଁ। ଖାଲି ବଲିଉଡ୍ ନୁହେଁ ପ୍ରିୟଙ୍କା ହଲିଉଡ୍ରେ ମଧ୍ୟ ନିଜର ଏକ ଶକ୍ତ ପରିଚୟ ତିଆରି କରି ସାରିଲେଣି। ତେବ ସଫଳତା ସିଡିର ଏହି ସ୍ଥାନରେ ପହଞ୍ଚିବା ନେଇ ତାଙ୍କୁ କମ ପରିଶ୍ରମ କରିବାକୁ ପଡିନି। କୁହାଯାଏ ଯେ ପ୍ରିୟଙ୍କାଙ୍କ ପିଲାଦିନ ବହୁ ସଂଘର୍ଷମୟ ଥିଲା। ତାଙ୍କ ବାପା-ମାଆ ଉଭୟ ଆର୍ମି ଡାକ୍ତର ଥିଲେ। ଏହି କାରଣରୁ ତାଙ୍କ ପକ୍ଷେ ଗୋଟିଏ ସହରରେ ରହି ପାଠ ପଢିବା ସମ୍ଭବ ନ ଥିଲା।
ହିନ୍ଦି ସିନେମାର ବରିଷ୍ଠ ଅଭିନେତା ସଞ୍ଜୀବ କୁମାର ଯେବେ ବି ପରଦାକୁ ଆସନ୍ତି ନିଜର ଗମ୍ଭୀରତାରେ ସେ ଦର୍ଶକଙ୍କ ହୃଦୟ ଜିତି ନିଅନ୍ତି। ତାଙ୍କ ସମୟରେ ଯେତେ ବି ଅଭିନେତା ଥିଲେ ସମସ୍ତଙ୍କ ଠାରୁ ସଞ୍ଜୀବ ଅଲଗା ବାରି ହୋଇ ପଡୁଥିଲେ। ସେ ମମୟରେ ସେ ସବୁଠାରୁ ହ୍ୟାଣ୍ଡସମ୍ ଅଭିନେତା ଥିଲେ। ଯୁବତୀମାନେ ତାଙ୍କୁ ପରଦାରେ ଦେଖି ବି ତାଙ୍କ ପ୍ରେମରେ ପଡିଯାଉଥିଲେ। ତେଣୁ ସଞ୍ଜୀବଙ୍କୁ ଜୀବନସାଥୀ କରିବା ନେଇ ଅନେକ ଯୁବତୀ ମଧ୍ୟ ତାଙ୍କ ପାଇଁ ଟିଫିନ୍ ପଠଉଥିଲେ। ଏଭଳି ସୁନ୍ଦର ଓ ପ୍ରସିଦ୍ଧ ଅଭିନେତାଙ୍କର ଯଦି ବିବାହ ନ ହୁଏ ତେବେ ଏ କଥା ସହଜେ ହଜମ ହୁଏନି। ତେବେ କ’ଣ ରହିଛି ଏହା ପଛର କାହାଣୀ?
ଦୁଇ ଦିନ ତଳେ କିଙ୍ଗ ଖାନଙ୍କ ଘର ମନ୍ନତରେ ଏନସିବି ଟିମ୍ ପହଞ୍ଚିଥିଲା। ଶାହରୁଖ୍ ଓ ତାଙ୍କ ମ୍ୟାନେଜର୍ ପୂଜାଙ୍କ ସହ ଆଲୋଚନା କରିଥିଲା ଏନସିବି।ଏହି ସମୟରେ ଆର୍ୟନଙ୍କ ସମ୍ପର୍କୀତ ତଥ୍ୟ ଦେବାକୁ କୁହାଯାଇଥିଲା।
ଆଜି ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଜନ୍ମଦିନ । ଏନେଇ ସୋସିଆଲ ମିଡିଆରେ ମଲାଇକାଙ୍କ ଫ୍ୟାନ୍ ଓ ବନ୍ଧୁ ମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ମଲାଇକାଙ୍କ ଜନ୍ମଦିନ ଅବସରରେ ତାଙ୍କର ବଡ଼ ଫ୍ୟାନ୍ ତଥା ବୟଫ୍ରେଣ୍ଡ୍ ଅର୍ଜୁନ କପୁର ମଧ୍ୟ ରୋମାଣ୍ଟିକ୍ ଫଟୋ ପୋଷ୍ଟ କରି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।
ବଲିଉଡ୍ର ମହାନାୟକଙ୍କ କଥା ପଡିଲେ ସର୍ବପ୍ରଥମେ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାମ ଆସିବା ଥୟ। ସେ ଅନେକ ଫିଲ୍ମରେ ନିଜ ଅଭିନୟର ସର୍ବୋତ୍ତମ ଦେଇଥିଲେ ବି ତାଙ୍କର ଏହି ସଫଳତାରେ ଉଚ୍ଚାରେ ପହଞ୍ଚିବା ନେଇ ‘ୟାରାନା’ ଫିଲ୍ମର ବଡ ଭୂମିକା ରହିଛି। ୨୩ ଅକ୍ଟୋବର ୧୯୮୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ହିନ୍ଦୀ ସିନେମାର ସର୍ବୋତ୍ତମ ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ ହୋଇଛି। ଏହି ଚଳଚ୍ଚିତ୍ର ସହିତ ଅନେକ ସ୍ମୃତି ମଧ୍ୟ ଜଡିତ ଅଛି। ସବୁବେଳେ ନକାରାତ୍ମକ ଭୂମିକା ଗ୍ରହଣ କରୁଥିବା ଅମଜାଦ ଖାନ 'ୟାରାନା'ରେ ଏକ ସକାରାତ୍ମକ ଭୂମିକାରେ ଦେଖାଦେଇଥିଲେ।
ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ନାମ ଏମିତି କିଛି ଅଭିନେତ୍ରୀଙ୍କ ତାଲିକାରେ ଗଣାଯାଉଛି ଯେଉଁମାନେ ନିଜର ଦକ୍ଷତା ବଳରେ ଫିଲ୍ମକୁ ସୁପରହିଟ୍ କରେଇଦିଅନ୍ତି। ନିକଟରେ ଫିଲ୍ମ ‘ରଶ୍ମୀ ରକେଟ୍’ରେ ତାପସୀଙ୍କ ନିଷ୍ଠା ଓ ପରିଶ୍ରମ ସମସ୍ତେ ଦେଖିଛନ୍ତି। ପ୍ରକାଶଥାଉ ଯେ ଏହି ଅଭିନେତ୍ରୀ ପିଲା ଦିନେ ବହୁତ ପାଠ ପଢୁଥିଲେ। ଖାଲି ସେତିକି ନୁହେଁ ନିଜ ଦକ୍ଷତା ବଳରେ ସେ ଏକ ଆପ୍ ମଧ୍ୟ ତିଆରି କରିଥିଲେ।
ସିନେ ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଆମ ଗହଣରେ ଆଉ ନାହାନ୍ତି ଡ୍ୟାନ୍ସର ତଥା ଅଭିନେତ୍ରୀ ମିନୁ ମୁମତାଜ୍। କାନାଡାରେ ତାଙ୍କର ପରଲୋକ ହୋଇଛି। ସେ ଜଣାଶୁଣା କମେଡିଆନ୍ ମହମୁଦ ଅଲୀଙ୍କ ଭଉଣୀ ଥିଲେ। ମୁମତାଜ୍ଙ୍କ ମୃତ୍ୟୁ ଖବର ତାଙ୍କ ଭାଇ ଅନ୍ୱର୍ ଅଲୀ ଦେଇଛନ୍ତି। ୫୦ ଦଶକର ଜଣାଶୁଣା ଏହି ସହ କଳାକାରଙ୍କର ମୃତ୍ୟୁ ଖବର ଆସିବା ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।
ଆପଣ ଅନେକ ହେୟାର ଷ୍ଟାଇଲ୍ ଦେଖିଥିବେ। ହେଲେ ଦେଖି ନଥିବେ ଶିଳ୍ପା ସେଟ୍ଟୀଙ୍କ ଏହି ହେୟାର ଷ୍ଟାଇଲ୍। ସୋସିଆଲ ମିଡ଼ିଆରେ ଶିଳ୍ପା ନିଜର ହେୟାର ଷ୍ଟାଇଲ୍ ଭିଡିଓ ପୋଷ୍ଟ କରି କ୍ୟାପ୍ସନରେ ଅଣ୍ଡରକଟ ବଜ କଟ ଲେଖିଛନ୍ତି।