Advertisment

ଏବେ ଯୁଆଡେ ଦେଖିବେ ପୁଷ୍ପା, ପୁଷ୍ପା ଆଉ ପୁଷ୍ପାର କ୍ରେଜ

ତେଲୁଗୁ ଫିଲ୍ମକୁ ନେଇ ଉତ୍ତର ଭାରତରେ ଏତେ ଉତ୍ସାହ ବୋଧେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ପୂର୍ବରୁ ପ୍ରଭାସଙ୍କ ବାହୁବଳୀ ସିରିଜ୍ ସବୁ ରେକର୍ଡ ଭାଙ୍ଗିଥିଲା। ବାହୁବଳୀ ଅନ୍ୟ ଫିଲ୍ମ୍ ପାଇଁ ଟ୍ରେଣ୍ଡ ସେଟର ଥିଲା। ଏବେ ଯୁଆଡେ ଦେଖିବେ ପୁଷ୍ପା, ପୁଷ୍ପା ଆଉ ପୁଷ୍ପାର କ୍ରେଜ ।

author-image
Prasanjit Ray
ଅଦ୍ୟତନ ହୋଇଛି
Puspa film

Puspa film

(ପ୍ରସନଜିତ ରାୟ) ଏବେ ଯୁଆଡେ ଦେଖିବେ ପୁଷ୍ପା, ପୁଷ୍ପା ଆଉ ପୁଷ୍ପାର କ୍ରେଜ। ପୁଷ୍ପାରେ ଅଲୁ ଅର୍ଜୁନଙ୍କ ଅଭିନୟକୁ ଲୋକେ ଯେତିକି ପସନ୍ଦ କରିଛନ୍ତି, ସେତିକି ଏହାର ଗୀତ ଓ ଡାନ୍ସକୁ ବି ସେତେ ଗ୍ରହଣ କରିଛନ୍ତି। ପୁଷ୍ପା ହିନ୍ଦି ରିଲିଜ୍ ଆଜି ସୁଦ୍ଧା ୯୦ କୋଟିରୁ ଅଧିକ ବ୍ୟବସାୟ କରିଛି। ସାରା ଭାରତରେ ଏହା ୩୫୦ କୋଟିରୁ ଅଧିକ କଲେକ୍ସନ କରିଛି। ତେଲୁଗୁ, ତାମିଲ, ମାଲାୟାଲାମ, କନ୍ନଡ଼ରେ ବି ଏହା ଲୋକଙ୍କୁ ପ୍ରଭାବିତ କରୁଛି।

Advertisment

ହେଲେ ତେଲୁଗୁ ଫିଲ୍ମକୁ ନେଇ ଉତ୍ତର ଭାରତରେ ଏତେ ଉତ୍ସାହ ବୋଧେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ପୂର୍ବରୁ ପ୍ରଭାସଙ୍କ ବାହୁବଳୀ ସିରିଜ୍ ସବୁ ରେକର୍ଡ ଭାଙ୍ଗିଥିଲା। ବାହୁବଳୀ ଅନ୍ୟ ଫିଲ୍ମ୍ ପାଇଁ ଟ୍ରେଣ୍ଡ ସେଟର ଥିଲା। ତେବେ ଏଥିରେ ବଡ଼ ଭୂମିକା ଥିଲା ନିର୍ଦ୍ଦେଶକ ରଜମୋଲିଙ୍କ। ଉତ୍ତର ଭାରତରେ ଓ ନିଜ ପୂର୍ବ ନିର୍ଦ୍ଦେଶନା ପାଇଁ ରଜମୋଲିଙ୍କ ଫିଲ୍ମକୁ ଲମ୍ବା ସମୟ ପାଇଁ ପ୍ରୋମୋସନ ମିଳିଥିଲା।

ସେହିପରି କନ୍ନଡ଼ ଫିଲ୍ମ କେଜିଏଫ ମଧ୍ୟ ରିଲିଜ୍ ହେବାର କିଛି ଦିନ ପରେ ଏହାକୁ ଉତ୍ତର ଭାରତର ଲୋକେ ଗ୍ରହଣ କରିଥିଲେ। ଆଉ ହିନ୍ଦି ରାଜ୍ୟରେ ଏହା ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ହେଲେ ପୁଷ୍ପା ପାଇଁ ଏତେଟା ପ୍ରୋମୋସନ କରାଯାଇନଥିଲା। ନା ଏହାର ବ୍ୟାନର ଆଉ ନିର୍ଦ୍ଦେଶକଙ୍କୁ ଉତ୍ତର ଭାରତରେ ଏତେ ଲୋକ ଜାଣିଥିଲେ ! ତଥାପି କିପରି ପୁଷ୍ପା ଏତେ ସଫଳ ହେଲା ? ଅଲୁଙ୍କୁ ରାତାରାତି କିପରି ଏତେ ଲୋକ ହିନ୍ଦି ଭାଷାଭାଷୀରେ ପସନ୍ଦ କଲେ ? ଆସନ୍ତୁ ଜାଣିବା...

Advertisment

ଅଲୁ ବେଶ ଛୋଟ ବେଳୁ ସିନେମାରେ ଅଭିନୟ କରିଛନ୍ତି। ୨୦୦୩ରେ ହିରୋ ଭାବେ ତେଲୁଗୁ ଫିଲ୍ମ ଗଙ୍ଗୋତ୍ରିରେ ଡେବ୍ୟୁ କରିଥିଲେ। ହେଲେ ୨୦୦୪ରେ ରିଲିଜ୍ ଆର୍ୟା ତାଙ୍କୁ ଅଭିନେତା ଭାବେ ପରିଚୟ ଦେଇଥିଲା। ଏହାପରେ ଆର୍ୟା-୨, ହିରୋ, ବଦ୍ରିନାଥ, ସୂର୍ଯ୍ୟା, ସନ୍ ଅଫ ସତ୍ୟମୂର୍ତ୍ତି, ସରାଇନାଡୁ, ଡିଜେ ଭଳି ଏକାଧିକ ଫିଟ୍ ଫିଲ୍ମ ତାଙ୍କୁ ସୁପରଷ୍ଟାର ପରିଚୟ ଦେଇଛି। ଅଲୁଙ୍କ ପ୍ରାୟ ସବୁ ଫିଲ୍ମ ଏବେ ହିନ୍ଦୀରେ ଡବ ହୋଇଛି। ସେସବୁ ୟୁଟ୍ୟୁବରେ ଉପଲବ୍ଧ। ଫଳରେ ଉତ୍ତରପ୍ରଦେଶ ହେଉ କି ପଞ୍ଜାବ ସବୁଠି ତାଙ୍କର ଫ୍ୟାନ ଦିନକୁ ଦିନ ବଢି ଚାଲିଲେ।

ଆର୍ୟାକୁ ଅନେକ ଭାଷାରେ ରିମେକ୍ କରାଯାଇଛି। ଓଡ଼ିଶାରେ ସବ୍ୟସାଚୀଙ୍କ ପ୍ରଥମ ଫିଲ୍ମ ପାଗଳ ପ୍ରେମୀ ବି ଆର୍ୟାର ରିମେକ୍। ଏହା ବି ଏକ କାରଣ ଯାହା ତାଙ୍କୁ ଅନ୍ୟ ରାଜ୍ୟରେ ପରିଚିତ କରାଇବାର। ପୁଷ୍ପାକୁ ରିଲିଜ୍ କରାଇବା ପୂର୍ବରୁ ପ୍ରତିଟି ଟ୍ରେଲର ଆଉ ଏହାର ଡାଇଲଗକୁ ହିନ୍ଦୀରେ ପ୍ରସ୍ତୁତ କରାଯାଇ ସୋସିଆଲ ମିଡିଆରେ ଅପଲୋଡ଼ କରାଯାଇଥିଲା। କରୋନା କଟକଣା ଥିବାରୁ ଏସବୁ ଅନଲାଇନରେ ହିଟ୍ ମଧ୍ୟ ହେଇଥିଲା। ସେହିପରି ଅଲୁ ଅନ୍ୟ ଦକ୍ଷିଣ ଭାରତୀୟ ଷ୍ଟାରଙ୍କଠୁ ଭିନ୍ନ। ନିଜ ୟୁନିକ ଫାଇଟ୍, ଷ୍ଟାଇଲିସ୍ ଗେଟଅପ୍, ପ୍ରତି ଫିଲ୍ମରେ ନୂଆ ଚରିତ୍ର ତାଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଛି। ସେଥିପାଇଁ ତ୍ ପୁଷ୍ପା ଏବେ ହଲିଉଡର ସ୍ପାଇଡର ମ୍ୟାନ ଓ ହିନ୍ଦୀ ଫିଲ୍ମ 83କୁ ପଛରେ ପକାଇଛି। କରୋନା କଟକଣା ସତ୍ତ୍ୱେ ଆଜି ବି ହଲରେ ପୁଷ୍ପା ଦେଖିବାକୁ ଲୋକଙ୍କ ଭିଡ ଜମୁଛି।

Bollywood Puspa Film
Advertisment
Advertisment