Advertisment

ପ୍ରିୟଙ୍କା ଓ ନିକ୍‌ଙ୍କ ଘରକୁ ଆସିଲା ନୂଆ ଅତିଥି

ପ୍ରିୟଙ୍କା ଓ ନିକ୍‌ଙ୍କ ବିବାହକୁ ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ତାଙ୍କର ସନ୍ତାନ ହୋଇଥିବା ଖବର ନେଇ ମଧ୍ୟ ଚର୍ଚ୍ଚା ବେସ୍ ଜୋର ସୋର୍‌ରେ ଚାଲିଛି । ମା’ ହେବା ଖୁସିରେ ଦେଶୀ ଗାର୍ଲ ନିଜ ଫ୍ୟାନ୍ସକୁ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Priyanka Chopra became Mother

Priyanka Chopra became Mother

ମା’ ହେଲେ ମିସ୍ ୱାର୍ଲ୍ଡ ପ୍ରିୟଙ୍କା ଚୋପ୍ରା । ଏନେଇ ଦେଶୀ ଗାର୍ଲ ପ୍ରିୟଙ୍କା ଗତକାଲି ନିଜ ଇନଷ୍ଟାଗ୍ରାମ ପେଜରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଫ୍ୟାନ୍ସଙ୍କ ଭିତରେ ଖୁସିର ବାତାବରଣ ଖେଳିଯାଇଛି । ସରୋଗେସି ମାଧ୍ୟମରେ ପ୍ରିୟଙ୍କା ଓ ନିକ୍‌ଙ୍କ ଘରେ ନୂଆ ଅତିଥି ଆସିଥିବାର ନିଜେ ପ୍ରିୟଙ୍କା ନିଜ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ।

Advertisment

ପ୍ରିୟଙ୍କା ଓ ନିକ୍‌ଙ୍କ ବିବାହକୁ ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ତାଙ୍କର ସନ୍ତାନ ହୋଇଥିବା ଖବର ନେଇ ମଧ୍ୟ ଚର୍ଚ୍ଚା ବେସ୍ ଜୋର ସୋର୍‌ରେ ଚାଲିଛି । ମା’ ହେବା ଖୁସିରେ ଦେଶୀ ଗାର୍ଲ ନିଜ ଫ୍ୟାନ୍ସକୁ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି । ସେ ସେହି ପୋଷ୍ଟରେ ଲେଖିଛନ୍ତି ଯେ, “ସରୋଗେସି ଦ୍ୱାରା ଆମ ଘରକୁ ନୂଆ ଅତିଥି ଆସିଛି, ଏନେଇ ଆମେ ଦୁହେଁ ବହୁତ ଖୁସି ଅଛୁ। ତେଣୁ ଏପରି ବିଶେଷ ସମୟରେ ଆମ ପ୍ରାଇଭେସିକୁ ସମ୍ମାନ ଦେବା ପାଇଁ ଆମେ ଆପଣଙ୍କୁ ନିବେଦନ କରୁଛୁ। ଆମେ ନିଜ ପରିବାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛୁ”।

ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ଦେଶ ବିଦେଶରୁ ଅଭିନନ୍ଦନର ସୁଅ ଛୁଟିଛି । ତେବେ ଏନେଇ ପ୍ରିୟଙ୍କା ନିଜ ଫ୍ୟାନ୍ସଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ୨୦୦୦ ମସିହାରେ ମିସ୍‌ ୱାର୍ଲ୍ଡ ମୁକୁଟ ପିନ୍ଧିଥିବା ପ୍ରିୟଙ୍କା ୨୦୧୮ ମସିହାରେ ରାଜସ୍ଥାନରେ ଏକ ରୟାଲ ମ୍ୟାରେଜ ସେରିମନିରେ ଆମେରିକା ଗାୟକ ନିକ ଜୋନ୍ସଙ୍କୁ ବିବାହ କରିଥିଲେ। ଏହି ବିବାହଟି ରାଜସ୍ଥାନ ଜୋଧପୁରର ଉମୈଦ ଭବନରେ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟୀଆନ୍ ରୀତିନିତୀରେ ହୋଇଥିଲା । ନିକଟରେ ତାଙ୍କ ବିବାହର ତିନି ବର୍ଷ ପୂରଣ ହୋଇଥିବା ନେଇ ପ୍ରିୟଙ୍କା ଫ୍ୟାନ୍ସକୁ ଜଣାଇଥିଲେ ।

Advertisment

ପ୍ରିୟଙ୍କା ୨୦୦୨ ରେ ତାମିଲ ଫିଲ୍ମ ‘ଥମିଜନ୍’ ମାଧ୍ୟମରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ । ଏହାପରେ ସେ ସ୍ପାଇ ‘ଦ୍ ଥ୍ରିଲର ହିରୋ’ ଫିଲ୍ମ ମାଧ୍ୟମରେ ବଲିଉଡରେ ନିଜର ଡେବ୍ୟୁ କରିଥିଲେ । ୨୦୦୩ ରେ ପ୍ରିୟଙ୍କାଙ୍କ ଅଭିନୀତ ଫିଲ୍ମ ଅନ୍ଦାଜ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା । ଏହାପରେ ମୁଝସେ ଶାଦି କରୋଗି, ଏତରାଜ ଭଳି ଅନେକ ଫିଲ୍ମରେ ତାଙ୍କର ଅଭିନୟକୁ ନେଇ ଫ୍ୟାନ୍ସଙ୍କ ପକ୍ଷରୁ ପ୍ରଶଂସାର ସୁଅ ଛୁଟିଥିଲା ।

Priyanka Chopra Bollywood
Advertisment
Advertisment