Advertisment

କଙ୍ଗନା ବଖାଣିଲେ ଦକ୍ଷିଣୀ ଫିଲ୍ମର ସଫଳତାର କାହାଣୀ

ଦକ୍ଷିଣୀ ଫିଲ୍ମର ସଫଳତା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରାୟ ସବୁ ଫିଲ୍ମକୁ ସବୁ ସ୍ତରର ଦର୍ଶକ ପସନ୍ଦ କରୁଛନ୍ତି। ତେବେ ଏହା ପଛରେ ରହିଛି ଅନେକ କାରଣ। ତେବେ କାହିଁକି ହେଉଛି ସଫଳ ତାହାକୁ ନେଇ ରୋକ୍‌ଠୋକ୍ କହିଛନ୍ତି କଙ୍ଗନା ରାଣାୱତ୍।

author-image
Pramod Behera
Kangana said success behind south film and superstars

Kangana said success behind south film and superstars

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ଟ୍ୱିଟରରୁ ବ୍ୟାନ୍ ହେବାପରେ ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ବେଶ ସକ୍ରିୟ ରହୁଥିବା ଦେଖାଯାଏ। ସେ ତାଙ୍କର ବିଭିନ୍ନ ପୋଷ୍ଟ୍‌ ମାଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଏହି କାରଣରୁ ନେଇ ବେଳେବେଳେ ସେ ମଧ୍ୟ ବହୁ ବିବାଦର ମଧ୍ୟ ସମ୍ମୁଖିନ ହୁଅନ୍ତି। ନିକଟରେ ସୋସିଆଲ ମିଡିଆ ମାଧ୍ୟମରେ କଙ୍ଗନା ରାଣାୱତ ଦକ୍ଷିଣ ଚଳଚ୍ଚିତ୍ର ଏବଂ ଏହାର ତାରକାମାନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ଦକ୍ଷିଣ ଚଳଚ୍ଚିତ୍ରର ସଫଳତା ଉପରେ ସେ ନିଜର ମତ ରଖିଛନ୍ତି।

Advertisment

ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ଶେୟାର କରି ଆଜିକାଲି ଦକ୍ଷିଣ ଚଳଚ୍ଚିତ୍ର କାହିଁକି ସଫଳତା ପାଇ ଚାଲିଛି ତାହାର ବିଭିନ୍ନ କାରଣ ଦର୍ଶାଇଛନ୍ତି। ତାଙ୍କ କହିବା କଥା ହେଉଛି ପ୍ରଥମେ ଏହି ଫିଲ୍ମଗୁଡିକ ଭାରତୀୟ ସଂସ୍କୃତି ସହିତ ଜଡିତ। ଫିଲ୍ମଗୁଡିକରେ ପାରିବାରିକ କାହାଣୀ ରହିବା ସହିତ ପରମ୍ପରାର ଝଲକ ମଧ୍ୟ ଦେଖିବାକୁ ମିଳେ। ସେମାନଙ୍କର ଉତ୍ସାହ ଏବଂ କାର୍ଯ୍ୟ କରିବାର ତରିକା ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ।

ଏହା ସହିତ, ଶେଷରେ ସେ ପରାମର୍ଶ ଦେଇ ଲେଖିଛନ୍ତି ଯେ ସେ ନିଜକୁ ବଲିଉଡ୍‌ ଦ୍ୱାରା ଭ୍ରଷ୍ଟ ହେବାକୁ ସୁଯୋଗ ଦିଅନ୍ତୁ ନାହିଁ। କଙ୍ଗନା ତାଙ୍କର ଏହି ପୋଷ୍ଟ୍‌ରେ ‘ପୁଷ୍ପା’ ଚଳଚ୍ଚିତ୍ରର 'ଓ ଅନ୍ତୱା' ଗୀତକୁ ଲଗେଇ ଶେୟାର କରିଛନ୍ତି।

Advertisment

ଏହା ପୂର୍ବରୁ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଥିଲେ ଯେଉଁଥିରେ ଯୋଗୀ ଆଦିତ୍ୟନାଥ କହୁଥିବା ଦେଖାଯାଇଥିଲା ଯେ ଦୁନିଆର ଫିଲ୍ମ ସିଟି ହେବ, ସବୁଠାରୁ ଭଲ ଫିଲ୍ମ ସିଟି ହେବ। ଏହାପରେ ଏକ କଥାର ଜବାବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ସେ ନିଶ୍ଚିତ ଭାବରେ କଙ୍ଗନା ରାଣାୱତଙ୍କ ଫିଲ୍ମ ଦେଖିବେ। ଏହି ଭିଡିଓ କ୍ଲିପ୍‌କୁ ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ଶେୟାର କରିବା ସହିତ କଙ୍ଗନା 'ମହାରାଜ ଜୀ' ବୋଲି ଲେଖିଥିଲେ।

ଏଠାରେ ଯଦି ପଙ୍ଗା ଗାର୍ଲ କଙ୍ଗନାଙ୍କ କାମର କଥା କୁହାଯାଏ ତେବେ ତାଙ୍କ ହାତରେ ଅନେକ ଫିଲ୍ମ ଅଛି। ଏହିସବୁ ଫିଲ୍ମ ଭିତରେ 'ଧାକଡ୍', 'ତେଜସ୍' ଭଳି ଦମଦାର ଫିଲ୍ମ ମଧ୍ୟ ରହିଛି। ଏହି ଦୁଇଟି ଚଳଚ୍ଚିତ୍ର ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ବର୍ତ୍ତମାନ କଙ୍ଗନା ରାଣାୱତ୍ ତାଙ୍କ ନିଜ ପ୍ରଡକ୍ସନ୍ ହାଉସ୍‌ର ଡେବ୍ୟୁ ଫିଲ୍ମ 'ଟିକୁ ୱେଡ୍ସ ଶେରୁ'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ନୱାଜୁଦ୍ଦିନ ସିଦ୍ଦିକି ଏବଂ ଅବନୀତ କୌର ମୁଖ୍ୟ ଭୂମିକାରେ ନଜର ଆସିବେ।

Kangana Ranaut Bollywood
Advertisment
Advertisment