Advertisment

ଗଣତନ୍ତ୍ର ଦିବସରେ ଦେଖିବାକୁ ଭୁଲନ୍ତୁ ନାହିଁ ଏହି ୫ଟି ଫିଲ୍ମ

ସାରା ଭାରତ ଏହାର ୭୩ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ସମସ୍ତେ ଉତ୍ସବମୁଖର ରହିଛନ୍ତି। ତେବେ ଏହି ଅବସରରେ ଆମ ଭିତରେ ସ୍ୱାଧୀନତା ସଂଗ୍ରାମକୁ ଉଜ୍ଜୀବିତ କରିବା ନେଇ ଆମକୁ ନିଶ୍ଚିତ ଏହି ୫ଟି ଫିଲ୍ମ ଉପରେ ନଜର ପକେଇବାକୁ ହେବ।

author-image
Pramod Behera
Don’t forget to see these 5 films in this republic day

Don’t forget to see these 5 films in this republic day

ମୁମ୍ବାଇ: ଆଜି ସାରା ଭାରତ ଏହାର ୭୩ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ସେହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ସ୍ୱାଧୀନତା ସଂଗ୍ରାମ ଏବଂ ଦେଶପ୍ରେମର କାହାଣୀ କୁହାଯାଇଛି। ଯେଉଁଥିରେ ସେହିସବୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ କୁହାଯାଇଛି ଯେଉଁମାନେ ପାଣି ପରି ନିଜ ରକ୍ତ ଢାଳିଦେଇଥିଲେ। ନିର୍ଦ୍ଦୟ ବ୍ରିଟିଶ ଶାସନରୁ ମୁକ୍ତି ପାଇବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ଚଳଚ୍ଚିତ୍ରରେ ଚିତ୍ରଣ ହୋଇଛି କିପରି ଆମ ସଂଗ୍ରାମୀ ବୀରମାନେ ସବୁ ପ୍ରକାର ଯନ୍ତ୍ରଣାକୁ ସହି ଭାରତକୁ ସ୍ୱାଧୀନ କରିବା ନେଇ କିଏ ବ୍ରିଟିଶ ଗୁଳି ଆଗରେ ଛାତି ପାତି ଦେଇଥିଲେ ତ ଆଉ କିଏ ନିଜକୁ ତିଳ ତିଳ କରି ଜାଳିଥିଲେ।

Advertisment

ସର୍ଦ୍ଦାର(୧୯୯୩):

ଚଳଚ୍ଚିତ୍ର ‘ସର୍ଦାର’ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲଭଭାଇ ପଟେଲଙ୍କ ଉପରେ ଆଧାରିତ। ସ୍ୱାଧୀନତା ପରେ ଗଣତାନ୍ତ୍ରିକ ଭାରତ ଗଠନରେ ପଟେଲ କିପରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଶତାଧିକ ବର୍ଷ ଧରି ବ୍ରିଟିଶ ଶାସନର କବଳରୁ ମୁକ୍ତି ପାଇବାକୁ ନେଇ ଏହି ଚଳଚ୍ଚିତ୍ରଟିରେ ଦର୍ଶାଯାଇଛି।

ଏହି ଚଳଚ୍ଚିତ୍ରରେ ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ବଲଭଭାଇ ପଟେଲଙ୍କ ସମ୍ପର୍କକୁ ମଧ୍ୟ କୁହାଯାଇଛି। ଏହି ଚଳଚ୍ଚିତ୍ରରେ ପରେଶ ରାୱଲ ସର୍ଦ୍ଦାର ବଲଭଭାଇ ପଟେଲ ଭୂମିକାରେ ଅଭିନୟ କରିଥିବାବେଳେ ଅନ୍ନୁ କପୁର ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ କେତନ ମେହେଟ୍ଟା।

Advertisment

ମଙ୍ଗଳ ପାଣ୍ଡେ – ଦ ରାଇଜିଙ୍ଗ୍(୨୦୦୫):

‘ମଙ୍ଗଳ ପାଣ୍ଡେ – ଦ ରାଇଜିଙ୍ଗ୍’ ଜଣେ ଭାରତୀୟ ସୈନିକ ମଙ୍ଗଲ ପାଣ୍ଡେଙ୍କ ଜୀବନୀ ଉପରେ ଆଧାରିତ, ଯିଏ ୧୮୫୭ର ଭାରତୀୟ ବିଦ୍ରୋହର ସୂତ୍ରଧର ବୋଲି। ଏହି ଚଳଚ୍ଚିତ୍ରରେ ଆମୀର ଖାନ ମଙ୍ଗଲ ପାଣ୍ଡେଙ୍କ ଭୂମିକାରେ ଅଭିନୟ କରିଥିଲେ।

ମଣିକର୍ଣ୍ଣିକା : ଝାନ୍ସୀ କୀ ରାନୀ(୨୦୧୯):

ଚଳଚ୍ଚିତ୍ର 'ମଣିକର୍ଣ୍ଣିକା' ଜୋଦ୍ଧା ରାଣୀ ଲକ୍ଷ୍ମୀବାଇଙ୍କ ଜୀବନୀକୁ ନେଇ ନିର୍ମିତ। ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ସିଧା ଯୁଦ୍ଧକ୍ଷେତ୍ରକୁ ନେଇଯିବା ସହ ବ୍ରିଟିଶମାନଙ୍କ ବିରୁଦ୍ଧରେ ତାଙ୍କର ବିଦ୍ରୋହର କାହାଣୀ କହିଥାଏ। କଙ୍ଗନା ରାଣାୱତ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ଭାବରେ ଅଭିନୟ କରିଥିଲେ।

ଦି ଲିଜେଣ୍ଡ୍ ଅଫ୍ ଭାଗତ ସିଂ(୨୦୦୨):

ଚଳଚ୍ଚିତ୍ର 'ଦି ଲିଜେଣ୍ଡ୍ ଅଫ୍ ଭାଗତ ସିଂ'ରେ ହିନ୍ଦୁସ୍ତାନ ରିପବ୍ଲିକ୍ ଆସୋସିଏସନ୍‌ର ସହକର୍ମୀମାନଙ୍କ ସହ ଭାରତର ସ୍ୱାଧୀନତା ପାଇଁ ଲଢିଥିବା ଜଣେ ସ୍ୱାଧୀନତା ସଂଗ୍ରାମୀ ସିଂଙ୍କ ବିଷୟରେ କୁହାଯାଇଛି। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ଭଗତ ସିଂଙ୍କ ଭୂମିକାରେ ଅଭିନୟ କରିଥିଲେ।

ଶହୀଦ ଉଦ୍ଧମ ସିଂହ (୨୦୦୦):

ଏହି ଚଳଚ୍ଚିତ୍ରଟି ଭାରତୀୟ ବିପ୍ଳବୀ ଉଦ୍ଧମ ସିଂଙ୍କ ଜୀବନୀ ଉପରେ ଆଧାରିତ, ଯିଏ ୧୯୧୯ ମସିହାର ଅମୃତସର ହତ୍ୟାକାଣ୍ଡକୁ ନିଜ ଆଖିରେ ଦେଖିଥିଲେ ଏବଂ ନିଜ ଦେଶବାସୀଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ସ୍ଥିର କରିଥିଲେ। ଏହି ହତ୍ୟାକାଣ୍ଡରେ ସାମିଲ ଥିବା ପଞ୍ଜାବର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମାଇକେଲ ଓ’ଡାୟରଙ୍କୁ ଦଣ୍ଡ ଦେବା ପାଇଁ ସେ ନିଜର ସମସ୍ତ ଜୀବନକୁ ଉତ୍ସର୍ଗ କରିଦେଇଥିଲେ।

Bollywood
Advertisment
Advertisment