ମୁମ୍ବାଇ: ବଲିଉଡ୍ର ଭାଇଜାନର ଅର୍ଥାତ୍ ସଲମାନ ଖାନଙ୍କ ନାମକୁ ଅନେକ ସମୟରେ ଅନେକଙ୍କ ସହ ଯୋଡି ଚର୍ଚ୍ଚା କରାଯାଏ। ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ଆରମ୍ଭ କରି କାଟ୍ରୀନା କୈଫ୍ ପର୍ଯ୍ୟନ୍ତ ଏହି ତାଲିକାରେ ଆସନ୍ତି। ପୂର୍ବରୁ ଐଶ୍ୱର୍ଯ୍ୟା ବାହା ହୋଇସାରିଥିବା ବେଳେ ନିକଟରେ ସମ୍ପ୍ରତି କ୍ୟାଟ୍ରିନା କୈଫ୍ ବିବାହ କରିଛନ୍ତି। ତେବେ ସଲମାନ କେବେ ବିବାହ କରିବେ ସେହି ଅପେକ୍ଷାରେ ଅଛନ୍ତି ପ୍ରଶଂସକ। ୟୁଲିଆ, ସୋମି ଅଲି ଓ କ୍ୟାଟ୍ରିନାଙ୍କ ପରେ ଏବେ ଆଉ ଜଣେ ବିଦେଶୀ ଲଳନାଙ୍କ ନାମ ସଲମାନଙ୍କ ସହ ଯୋଡି ହୋଇଛି।
ସଲମାନ ଖାନଙ୍କ ପ୍ରେମ ଜୀବନ ପ୍ରାୟତଃ ଚର୍ଚ୍ଚାରେ ଥାଏ। ଜଣେ ଦୁଇ ଜଣ ନୁହେଁ, ଅନେକ ଅଭିନେତ୍ରୀଙ୍କ ସହ ସଲମାନ ଖାନ୍ଙ୍କ ଲିଙ୍କ ଅପ୍ ବିଷୟରେ ଖବର ଆସିଛି, କିନ୍ତୁ ସଲମାନ ନିଜକୁ ସବୁବେଳେ ସିଙ୍ଗଲ ବୋଲି କହିଛନ୍ତି। ଆଜିକାଲି ସଲମାନ ଖାନଙ୍କ ନାମ ହଲିଉଡର ଅଭିନେତ୍ରୀ ସାମନ୍ଥା ଲକ୍ଉଡ୍ଙ୍କ ସହିତ ଜଡିତ ହୋଇଛି। ଦୁହିଁଙ୍କର ସମ୍ପର୍କ ଥିବା ଖବର ସହରରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି।
Also Read
ଏକ ସାକ୍ଷାତକାରରେ ସାମନ୍ଥା ଲକ୍ଉଡ୍ ସଲମାନଙ୍କ ସହ ତାଙ୍କ ନାମକୁ ଯୋଡାଯାଉଥିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି – “ମୁଁ ଭାବୁଛି ଲୋକମାନେ ଅଧିକ କଥା କହୁଛନ୍ତି। ମୁଁ ମଧ୍ୟ ଅନୁଭବ କରେ ଯେ କିଛି ନ ଥିଲେ ବି ଲୋକମାନେ ବହୁତ କଥା ହୁଅନ୍ତି। ମୁଁ ସଲମାନଙ୍କୁ ଭେଟିଛି, ସେ ବହୁତ ଭଲ ଲୋକ। ଏ ବିଷୟରେ କହିବାକୁ କେବଳ ଏତିକି ଅଛି। ମୁଁ ବୁଝିପାରୁନି ଲୋକମାନେ ଏହିସବୁ ଧାରଣା କୋଉଠୁ ପାଆନ୍ତି।

ସାମନ୍ଥା ଲକ୍ଉଡ୍ ଆହୁରି କହିଛନ୍ତି ଯେ “ମୋର କହିବା କଥା ଯେ ମୁଁ ତାଙ୍କୁ ଭେଟିଥିଲି, ମୁଁ ହ୍ରିତିକ୍ ରୋଶନଙ୍କୁ ମଧ୍ୟ ଭେଟିଥିଲି। କିନ୍ତୁ ହ୍ରିତିକ ଓ ମୋ ବିଷୟରେ କେହି କିଛି କହି ନାହାଁନ୍ତି। ସେଥିପାଇଁ ମୁଁ ଜାଣେ ନାହିଁ ଏହି ଖବର କେଉଁଠୁ ଆସୁଛି। ତେବେ ସଲମାନଙ୍କ ଫିଲ୍ମ 'ସୁଲତାନ' ହେଉଛି ତାଙ୍କର ପ୍ରିୟ ବଲିଉଡ ଫିଲ୍ମ ବୋଲି ସାମନ୍ଥା କହିଛନ୍ତି।
କିଛି ଦିନ ପୂର୍ବେ ପାନଭେଲ୍ ଫାର୍ମ ହାଉସ୍ରେ ସଲମାନଙ୍କ ଜନ୍ମଦିନ ଭୋଜିରେ ସାମନ୍ଥା ଲକ୍ଉଡ୍ ଯୋଗ ଦେଇଥିଲେ। ଏହି ପାର୍ଟୀକୁ ନେଇ ସେ କହିଛନ୍ତି ଯେ ସେ ସଲମାନଙ୍କୁ କେବଳ ପାର୍ଟୀରୁ ହିଁ ଜାଣିଲେ, ଯଦିଓ ସେ ପୂର୍ବରୁ ତାଙ୍କୁ ୨-୩ ଥର ଭେଟିଛନ୍ତି। ଏହା ପୂର୍ବରୁ ସେ କେବଳ ସଲମାନଙ୍କୁ ଜାଣିଥିବା ବେଳେ ତାଙ୍କ ଜନ୍ମଦିନ ଭୋଜିରେ ହିଁ ସେ ଅନ୍ୟମାନଙ୍କୁ ଜାଣିବା କହିଛନ୍ତି। ଏହି ଭୋଜିରେ ଉପସ୍ଥିତ ଥିବା ସମସ୍ତଙ୍କୁ ମଧ୍ୟ ସେ ପ୍ରଶଂସା କରିଥିଲେ।