Advertisment

ପୁଣି ଚେହେରା ଦେଖେଇ ପାଗଳ କଲେ ଜାହ୍ନବୀ

ଜାହ୍ନବୀ କପୁର ପ୍ରାୟ ସମୟରେ ନିଜ ଆକର୍ଷଣୀୟ ଚେହେରାରେ ଲୋକଙ୍କ ହୋସ୍ ଉଡାନ୍ତି। ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଅନେକ ବୋଲ୍ଡ ଫଟୋରେ ଭରିଥିଲେ ବି ତାଙ୍କର ଆଉ ଏକ ନୂଆ ଫଟୋ ଲୋକଙ୍କୁ ପାଗଳ କରିବାରେ ଲାଗିଛି।

author-image
Pramod Behera
Jhanvi Kapoors new look went viral

Jhanvi Kapoors new look went viral

ଯେତେବେଳେ ବଲିଉଡ ସୁନ୍ଦରୀମାନଙ୍କ କଥା ଆସେ, ଜାହ୍ନଭୀ କପୁର ତ ସେ ତାଲିକାରୁ କେବେ ବି ବାଦ ପଡିବେନି। ସେ ତାଙ୍କ ଅଭିନୟ ଅପେକ୍ଷା ସୌନ୍ଦର୍ଯ୍ୟକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି। ସମ୍ପ୍ରତି, କରୋନାଙ୍କୁ ପରାସ୍ତ କରିଥିବା ଏହି ଅଭିନେତ୍ରୀ ତାଙ୍କର ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଫଟୋରେ ଅଭିନେତ୍ରୀ ଏକ ଟ୍ରାନ୍ସପେରେଣ୍ଟ୍ ଟପ୍‌ରେ ଖୁବ୍ ବୋଲ୍ଡ ଲାଗୁଛନ୍ତି।

Advertisment

ଜାହ୍ନଭୀ କପୁର ତାଙ୍କର ଏହି ଫଟୋରେ ଖୁବ୍ ସେକ୍ସୀ ଲାଗୁଛନ୍ତି। ଫଟୋରେ ସେ ଏକ ପତଳା ଟ୍ରାନ୍ସପେରେଣ୍ଟ୍ କ୍ରପ୍ ଟପ୍ ପିନ୍ଧିଛନ୍ତି। ଏଥିରେ ରେ ତାଙ୍କର ହଳଦିଆ ରଙ୍ଗର ଅନ୍ତର୍ବସ୍ତ୍ର ସ୍ପଷ୍ଟ ଦେଖାଯାଉଛି। ଏହି ଟ୍ରାନ୍ସପେରେଣ୍ଟ୍ ଟପ୍ ସହିତ ଅଭିନେତ୍ରୀ ଡେନିମ୍ ସର୍ଟ ପିନ୍ଧିଛନ୍ତି ଏବଂ ହାଲୁକା ମେକ୍‌ଅପ୍ ନେଇଛନ୍ତି ଓ ଚୁଟିକୁ ଖୋଲା ରଖିଛନ୍ତି। ତାଙ୍କର ଏହି ଲୁକ୍ ଖୁବ୍ ଆକର୍ଷଣୀୟ ଲାଗୁଛି।

ଏହି ଫଟୋ ଶେୟାର କରି ଅଭିନେତ୍ରୀ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ 'ସେଲ୍ଫ କେୟାର ୱିକେଣ୍ଡ।' ଏହି କ୍ୟାପ୍‌ସନ୍‌ରୁ ଏହା ସ୍ପଷ୍ଟ ହୋଇଛି ଯେ ଜାହ୍ନଭୀ ଏହି ସପ୍ତାହ ଶେଷରେ ନିଜ ଚର୍ମର ଯତ୍ନ ନେବାକୁ ଚେଷ୍ଟା କରୁଛନ୍ତି, ଯାହାର ପ୍ରମାଣ ହେଉଛି ଏହାର କ୍ୟାପ୍‌ସନ୍।

Advertisment

ନିକଟରେ ଜାନଭି କପୁର କୋଭିଡରେ ସଂକ୍ରମିତ ହୋଇଥିଲେ। ଅଭିନେତ୍ରୀ ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ଶେୟାର କରି ଏହି ସୂଚନା ଦେଇଥିଲେ।

ଜାହ୍ନଭୀ କପୁରଙ୍କ ବ୍ୟତୀତ ଖୁସୀ କପୁର, ଅଂଶୁଲା କପୁର ଏବଂ ଅର୍ଜୁନ କପୁର ମଧ୍ୟ ନେଗେଟିଭ ହୋଇଥିବା ଖବର ଆସିଛି। ଏହା ପରେ ସମସ୍ତେ ଏକାଠି ପାର୍ଟୀ କରିବାକୁ ବାହାରକୁ ଯାଇଥିଲେ। ପୂର୍ବରୁ ଅର୍ଜୁନ ନିଜେ ମଧ୍ୟ ପଜିଟିଭ୍ ହୋଇଥିଲେ। ସେ ଏବଂ ଜାହ୍ନଭୀ ଓ ଖୁସି କରୋନାରୁ ମୁକ୍ତ ହେବା ମାତ୍ରେ ସମସ୍ତେ ଏକାଠି ରାତ୍ରୀ ଭୋଜନ କରିବାକୁ ବାହାରକୁ ଯାଇଥିଲେ। ରାତ୍ରୀ ଭୋଜନରୁ ଫେରିବାବେଳେ ଏହି ତିନିଜଣଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା।

Jhanvi Kapoors new look went viral ଜାହ୍ନଭି କପୁରଙ୍କ ଭାଇରାଲ ହୋଇଥିବା ସ୍ୱିଟର ପିନ୍ଧା ଫଟୋ

ଏହାପୂର୍ବରୁ ଜାହ୍ନଭି କପୁରଙ୍କ କେବଳ ସ୍ୱିଟର ପିନ୍ଧା ଫଟୋ ଭାଇରାଲ ହୋଇଥିଲା। ଏହି ଭାଇରାଲ୍ ଫଟୋରେ ଜାହ୍ନଭୀ କପୁର କେବଳ ହାଲୁକା ବାଦାମୀ ରଙ୍ଗର ସ୍ୱିଟର ପିନ୍ଧିଥିଲେ। ଫଟୋରେ ଜାହ୍ନବୀ କପୁର କେତେବେଳେ ଚେୟାର ଉପରେ ବସିକି ତ ପୁଣି କେତେବେଳେ ବସି ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ହାଲୁକା ମେକ୍‌ଅପ୍ ସହିତ ଖୋଲା ଚୁଟିରେ ନଜର ଆସିଥିଲେ, ଯେଉଁଥିରେ ତାଙ୍କ ଚେହେରାକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଥିଲେ।

Bollywood
Advertisment
Advertisment