ରାଜ୍ୟ ବିଜେପିର ୧ହଜାର ୫୨ଟି ମଣ୍ଡଳ ରହିଛି। ପ୍ରାୟ ୫୦ ପ୍ରତିଶତ ମଣ୍ଡଳରେ ସଭାପତି ଚୂଡାନ୍ତ ହୋଇ ସାରିଲାଣି। ଜାନୁଆରୀ ୧୫ ସୁଦ୍ଧା ଜିଲ୍ଲା ସଭାପତି ମଧ୍ୟ ଚୂଡାନ୍ତ ହୋଇଯିବେ। ତାପରେ ରାଜ୍ୟ ସଭାପତି ଚୟନ ହେବ। ରାଜ୍ୟର ନୂଆ ମଙ୍ଗୁଆଳ କିଏ ହେଉଛନ୍ତି ତାଉପରେ ରହିଛି ନଜର।
ଏହା ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା ତାକୁ ନେଇ ସସପେନ୍ସ ଲାଗି ରହିଛି। ହତ୍ୟା ଅଭିଯୋଗ ଆଣିଛନ୍ତି ବିଜେପି ନେତା ତଥା ଆହତ ବିଜେପି କର୍ମୀ। ମୃତ ବିଜେପି ନେତାଙ୍କ ପରିବାର ପକ୍ଷରୁ ମଧ୍ୟ ହତ୍ୟା ଅଭିଯୋଗ କରାଯାଇଛି । ହାଇୱାଟି ସେମାନଙ୍କୁ ତିନି ତିନି ଥର ଧକ୍କା ଦେଇଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବିଜେପି କର୍ମୀ କହିଛନ୍ତି।
କିଏ ଧରିବେ ରାଜ୍ୟ ବିଜେପିର ମଙ୍ଗ? କିଏ ହେବେ କଂଗ୍ରେସର ନୂଆ ମଙ୍ଗୁଆଳ? ବିଜେଡି ସୁପ୍ରିମୋ ଯଦିଓ ନବୀନ, ହେଲେ ସେନାପତି କିଏ ହେବେ?
କିଏ ଧରିବେ ରାଜ୍ୟ ବିଜେପିର ମଙ୍ଗ? କିଏ ହେବେ କଂଗ୍ରେସର ନୂଆ ମଙ୍ଗୁଆଳ? ବିଜେଡି ସୁପ୍ରିମୋ ଯଦିଓ ନବୀନ, ହେଲେ ସେନାପତି କିଏ ହେବେ?
ନୂଆ ସରକାରଙ୍କ ଆଗରେ ନୂଆ ବର୍ଷରେ କଣ ରହିବ ଆହ୍ୱାନ ? ବିଜେପି, ମାଳ ମାଳ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି। ଯଦିଓ ସୁଭଦ୍ରା, ଧାନ କ୍ବିଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍ ସହାୟତା, ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନଭଣ୍ଡାର ଖୋଲା ଭଳି ଅନେକ ପ୍ରତିଶ୍ରୁତି ପୂରଣ ହୋଇଛି।
ଯଦି ବିଜେଡି କେବଳ ନବୀନଙ୍କ ନାଁରେ ୫ ଥର ଜିତିଥିଲା, ତେବେ ଷଷ୍ଠ ଥରରେ ପରାଜୟ ପାଇଁ ସେହି ନେତା ହିଁ ସଂପୂର୍ଣ୍ଣ ଦାୟୀ ।
ନୂଆବର୍ଷରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ତଥାଗତ ସତପଥୀ । କ’ଣ ପାଇଁ ବିଜେଡି ହାରିଲା ସମ୍ପାଦକୀୟରେ ରଖିଲେ ମତ । ପରାଜୟ ପାଇଁ ପାଣ୍ଡିଆନ କି ଭାଜପା ନୁହେଁ, ନବୀନ ହିଁ ଦାୟୀ ବୋଲି ସେ କହିଛନ୍ତି ।
ସୂର୍ଯ୍ୟବଂଶୀ ବିଜେଡିକୁ ପଢାଇଛନ୍ତି ପରିପକ୍ୱତାର ପାଠ। କହିଛନ୍ତି, ବିରୋଧୀ ଦଳ ପରିପକ୍ବତା କଥା କହୁଛି । ହେଲେ ନିର୍ବାଚନ ସମୟରେ ରାଜ୍ୟ ସାରା ଷ୍ଟାଡିୟମରେ ହେଲିକପଟରରେ ଓହ୍ଲାଇବା ବିଜେଡିର ପରିପକ୍ବତା ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଓଡ଼ିଶା ରାଜନୀତିରେ ୨୦୨୪ ଥିଲା ପରିବର୍ତ୍ତନର ବର୍ଷ । ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼। ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଥିଲା ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା।
ସୁଶାସନ ଦିବସରେ ମିଲର୍ସଙ୍କୁ ଉପ ମୁଖ୍ୟମନ୍ତ୍ରୀଙ୍କ ଧମକ । ସରକାର ପାଖରେ ଅନେକ ବାଟ ଅଛି । କିନ୍ତୁ ଯେଉଁ ମିଲର୍ସ ସରକାରଙ୍କ ନିର୍ଦ୍ଦେଶକୁ ମାନିବେ ନାହିଁ, ସେହି ମିଲର୍ସଙ୍କ ବିଦ୍ୟୁତ ସଂଯୋଗ ବି କଟାଯାଇପାରେ ।
ଭୁଶୁଡୁଛି ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଶଙ୍ଖ ଗଡ଼ । ମାଳ ମାଳ ବିଜେଡି ନେତା ବିଜେପି କ୍ୟାମ୍ପକୁ ଡେଇଁଲେଣି । ଅନେକ ସରପଞ୍ଚ ଓ ସମିତି ସଭ୍ୟ ବି ଶାସକ ଦଳ ମୁହାଁ ।
ଏବର୍ଷ ସିନା ହେଲାନି, ଆସନ୍ତାବର୍ଷ ନିଶ୍ଚିତ ହେବ ଛାତ୍ର ସଂସଦ ନିର୍ବାଚନ । କଟକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣାରେ ଉତ୍ସାହିତ ଛାତ୍ରଛାତ୍ରୀ ।
‘ମୋ ଭୂମିକା ସଂପର୍କରେ ଦଳ ନେବ ନିଷ୍ପତ୍ତି’ । ଇସ୍ତଫାର ଦିନକ ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବିଦାୟୀ ରାଜ୍ୟପାଳଙ୍କ ଏ ପ୍ରଥମ ବୟାନକୁ କଳ୍ପନାଜଳ୍ପନା ।
ଓଡ଼ିଶାର ଲୋକଙ୍କ ମଧ୍ୟରେ ଥିବା ଉତ୍ସାହକୁ ସଲାମ ଜଣାଉଛି ବୋଲି କହିଛନ୍ତି ରଘୁବର । ଏଥି ସହିତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଡବଲ୍ ଇଞ୍ଜିନ ସରକାରରେ ଓଡ଼ିଶା ବିକଶିତ ହେଉଛି ।
ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଚିଟ୍ଫଣ୍ଡ କାହାଣୀ ଫେରିବା ପରେ ରାଜ୍ୟରେ ପୁଣି ପ୍ରସଙ୍ଗକୁ ଫେରିଛି ଚିଟ୍ଫଣ୍ଡ । କାହିଁକି ନା ଚିଟ୍ଫଣ୍ଡ କ୍ଷତିଗ୍ରସ୍ତକୁ ଟଙ୍କା ଫେରସ୍ତ ଥିଲା ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ।
ମୁଁ ବି ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିଲି । ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଆଜି ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବିଜେପି ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି କର୍ପୋରେଟର୍ ଅମରେଶ ଜେନା ଓରଫ୍ ବାଇଁଆ ?
ସେ ଦିନ ଅଲ୍ଲୁ ଅର୍ଜୁନ ଜାଣିଥିଲେ ହଲ୍ ବାହାରେ ଦଳାଚକଟାରେ ଯାଇଛି ଜଣଙ୍କ ଜୀବନ । ଏହା ପରେ ବି କାର୍ରୁ ବାହାରି ହାତ ହଲେଇ ଲୋକଙ୍କୁ ଉସୁକାଇଥିଲେ ।
ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡି । ନବୀନଙ୍କ ଉପରେ ରୁବେନଙ୍କ ବହିରେ ପାଣ୍ଡିଆନ ପଜଲ୍କୁ ନେଇ ଚିହିଁକିଲା ଦଳ । କହିଲା- ରୁବେନଙ୍କ ବହିକୁ ଆମେ ପ୍ରତ୍ୟାଖାନ କରୁଛୁ ।
ଆସନ୍ତା ୨୬ରେ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ । ୫ ପାଳିର ଶାସନ । ୨୪ ବର୍ଷର କ୍ଷମତା । ଏବେ ଆଉ କିଛି ନାହିଁ । ସେଥିରେ ପୁଣି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଗୋଷ୍ଠୀ କନ୍ଦଳରୁ ଦଳର ଫାଳ ଫାଳ ସ୍ଥିତି ।
ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡି । ନବୀନଙ୍କ ଉପରେ ରୁବେନଙ୍କ ବହିରେ ପାଣ୍ଡିଆନ ପଜଲ୍କୁ ନେଇ ଚିହିଁକିଲା ଦଳ । କହିଲା- ରୁବେନଙ୍କ ବହିକୁ ଆମେ ପ୍ରତ୍ୟାଖାନ କରୁଛୁ ।
ରାଜ୍ୟସଭାରେ ସମ୍ବିଧାନ ବିତର୍କରୁ ଆରମ୍ଭ ହୋଇଥିବା ବିବାଦ, ଗତକାଲି ସଂସଦର ମକରଦ୍ବାର ଦେଇ ନୂଆ ମୋଡ଼ ନେବା ପରେ, ଦେଶ ଉଠୁଛି... ଆଉ ପଡ଼ୁଛି। ଦିଲ୍ଲୀ, ମୁମ୍ବାଇ, ନାଗପୁର, ଜମ୍ମୁ। କେଉଁଠି ବିଜେପି, କେଉଁଠି କଂଗ୍ରେସ।
ବିଜେପିର ବିକ୍ଷୋଭ ବନାମ୍ କଂଗ୍ରେସର ପ୍ରତିବାଦ। ରାଜ୍ୟସଭାରେ ସମ୍ବିଧାନ ବିତର୍କରୁ ଆରମ୍ଭ ହୋଇଥିବା ବିବାଦ, ଗତକାଲି ସଂସଦର ମକରଦ୍ବାର ଦେଇ ନୂଆ ମୋଡ଼ ନେବା ପରେ, ଦେଶ ଉଠୁଛି, ଆଉ ପଡ଼ୁଛି।
ଅପରାଜିତା ଷଡଙ୍ଗୀ କଂଗ୍ରେସ ସାଂସଦ ପ୍ରିୟଙ୍କାଙ୍କୁ ଏକ ବ୍ୟାଗ ଉପହାର ଦେଇଛନ୍ତି । ଏହି ବ୍ୟାଗରେ ଲେଖାଯାଇଛି ‘୧୯୮୪ ‘ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଦେହରକ୍ଷୀଙ୍କ ଗୁଳିରେ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ନିହତ ହେବା ପରେ ଶିଖ୍ ବିରୋଧୀ ଦଙ୍ଗା ଦେଖାଦେଇଥିଲା । ଏଥିରେ ସାରା ଦେଶରେ ପ୍ରାୟ ଏହ ହଜାର ଶିଖ୍ ପ୍ରାଣ ହରାଇଥିଲେ ।
ସମ୍ବିଧାନ...ଆମ୍ବେଦକର...ବାକ୍ ଲଢ଼େଇରୁ ଧକ୍କାମୁକ୍କି, ରକ୍ତପାତ...ସଂସଦ ବାହାରେ ଶାସକ ଏନଡିଏ-ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ଟକରାଟକରିରୁ ସାଂଘାତିକ ସ୍ଥିତି । ଠେଲାପେଲାରୁ ଶିଡ଼ି ପାହାଚରୁ ପଡ଼ି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ।