ବିଶୃଙ୍ଖଳିତ ବିଧାୟକଙ୍କୁ ବାଚସ୍ପତିଙ୍କ ଚେତାବନୀ । ଏଥର ଆଉ ବରଦାସ୍ତ କରାଯିବନି ବିଶୃଙ୍ଖଳା ! ବିରୋଧୀ ଦଳ ବିଧାୟକ ବିଶୃଙ୍ଖଳିତ ଆଚରଣ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।
ସରକାରୀ ଦଳ ବଜେଟ ଉପସ୍ଥାପନ କରିବେ। ବିରୋଧୀ ଦଳଙ୍କର ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଅଛି, ତାହାହେଲେ ଗଠନ ମୂଳକ ପରାମର୍ଶ ଦେଲେ, ତାହା ନିଶ୍ଚିତ ଭାବେ ଉପାଦେୟ ହେବ। ଯଦି ବିରୋଧୀମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରନ୍ତି, ତାହାହେଲେ ଚଳିତ ବିଧାନସଭାରେ ତାକୁ ବରଦାସ୍ତ କରାଯିବ ନାହିଁ।
ସବୁ ଘଟଣାକୁ ତଦନ୍ତ ପରିସରଭୁକ୍ତ କଲେ କିଏ ଓ କାହିଁକି ନବ ଦାସଙ୍କୁ ହତ୍ୟା କଲା? ଷଡ଼ଯନ୍ତ୍ରରେ କିଏ ଭାଗିଦାରୀ ? ଏସବୁ କଥା ନିଶ୍ଚିତ ଭାବେ ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
ତେବେ ପ୍ରଶ୍ନ ଉଠୁଛି ସୁଭଦ୍ରା ଯୋଜନାରେ କେମିତି ତାଲିକାଭୁକ୍ତ ହୋଇଗଲେ ପୁରୁଷ ? ଏହି ଯୋଜନାରେ ପୁରୁଷମାନେ ଆବେଦନ କରିବା ପାଇଁ କିଛି ଗଳାବାଟ ଥିଲା କି ? ପୁରୁଷମାନେ ଯଦି ସୁଭଦ୍ରା ଆବେଦନ କଲେ ସରକାର କିପରି ଜାଣି ପାରିଲେନାହିଁ ?
ବେଳେ ବେଳେ ପୁଅ ଓ ଝିଅଙ୍କ ନାଁ ଏକା ଥାଏ। ତ୍ରୁଟିରେ ପୁରୁଷମାନେ ସୁଭଦ୍ରା ପାଇଁ ଆବେଦନ କରି ଦେଇଥିବେ। ସେମାନଙ୍କୁ ଏଥିରୁ ବାଦ ଦିଆଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।
କଣାସରେ ଝାଡ଼ାବାନ୍ତି କାୟା । ୮ ଦିନରେ ଗଡ଼ିଲାଣି ୪ ମୁଣ୍ଡ । ସାମ୍ପଲ ଟେଷ୍ଟିଂ ପରେ ଡାଇରିଆରେ ଜଣଙ୍କ ମୃତ୍ୟୁକୁ ବି ମାନିଲେଣି ସରକାର ।
ଦୁର୍ନୀତି ଅଭିଯୋଗ ଆଣି ବହିଷ୍କାର କଲେ। ଆଉ ବର୍ଷେ ପରେ ପୁଣି ଥରେ ଆପଣାଇଲେ। ଦୁର୍ନୀତି ପାଇଁ ରେମୁଣାର ତତ୍କାଳୀନ ବିଜେଡି ବିଧାୟକ ସୁଧାଂଶୁ ପରିଡାଙ୍କୁ ନବୀନ ଦଳରୁ ବହିଷ୍କାର କରିଥିଲେ। ମାତ୍ର ଏବେ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଛି।
କେନ୍ଦ୍ର ଖଣି ମନ୍ତ୍ରୀ ଜି. କିଶନ୍ ରେଡ୍ଡୀ କହିଛନ୍ତି, ଦେଶରେ ଇଲେକ୍ଟ୍ରୋନ୍ସ, ଗ୍ରୀନ୍ ଏନର୍ଜି ପାଇଁ ଲିଥିୟମ ଓ କପରର ଚାହିଦା ବଢ଼ି ଚାଲିଛି। ଦେଶକୁ କୋଇଲା ଆଉ ଖଣି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତଙ୍କର ଦାୟିତ୍ଵ ରହିଛି। ୨୦୧୫ ମସିହା ପୂର୍ବରୁ କୋଇଲା ଓ ଖଣି କ୍ଷେତ୍ରରେ ଅନେକ ସମସ୍ୟା ରହିଥିଲା।
ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଫାଟି ପଡିଥିଲା ପରିବେଶ। ଖବର ପାଇ ଗାଁରେ ପହଞ୍ଚିଥିଲେ ବିଧାୟକ ସଞ୍ଜଲୀ ମୁର୍ମୁ। ସେ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ତା’ପରେ ଆଦିବାସୀ ରୀତିନୀତିରେ ଗାଁ ଶ୍ମଶାନରେ ରାମଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ବଡ଼ ହଟଚମଟ । ରହସ୍ୟ, ଷଡ଼ଯନ୍ତ୍ର, ସନ୍ଦେହ ମୂଳରୁ ଥିଲା । ତାକୁ ପୁଣି ବହୁଗୁଣ ବଢ଼ାଇଲା । ଫୋରେନସିକ୍ ରିପୋର୍ଟର ଚାଞ୍ଚଲ୍ୟକର ତଥ୍ୟଏକାଧିକ ବନ୍ଧୁକରୁ ଗୁଳି ଥିଓରୀ । ତେଜିଲା ପଲିଟିକାଲ୍ ବୟାନବାଜି ।
ଗତ କିଛି ଦିନ ହେଲା ଦିଲ୍ଲୀରେ ବିଭିନ୍ନ ଗୋଷ୍ଠୀ ଡେରା ପକାଇବା ସହ ନିଜ ପସନ୍ଦର ନେତାଙ୍କ ପାଇଁ ଲବି କରୁଥିବା ବେଳେ , ଆଜି ମନମୋହନ ସାମଲ ମଧ୍ୟ ଦିଲ୍ଲୀରୁ ଭୁବନେଶ୍ବର ଫେରିଛନ୍ତି । ତେଣୁ ରାଜନୈତିକ କରିଡରରେ ରାଜ୍ୟ ବିଜେପି ମୁଖିଆ ଚୟନକୁ ନେଇ ପୁଣିଥରେ ବଢିଛି ଚର୍ଚ୍ଚା ।
E-KYC ସରିବା ପରେ ନୂଆ ପୋର୍ଟାଲ ଖୋଲିଦେବୁ। ଯେଉଁମାନେ ରାସନ କାର୍ଡ ଆବେଦନ କରିବା କଥା କରିବେ। ୬ ଲକ୍ଷ ଲୋକ ରାସନ କାର୍ଡ ଆବେଦନ କରିଛନ୍ତି, ସେମାନଙ୍କର ମଧ୍ୟ ସର୍ଭେ କରାଯିବ, ତାହା ପରେ ରାସନ କାର୍ଡ ଦିଆଯିବ।
ହୋଲି, ଦୀପାବଳିରେ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଦିଆଯିବ।
୨ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ KYC ଅପ୍ଡେଟ୍ କରିନାହାନ୍ତି। ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବା ପୂର୍ବରୁ KYC ଅପ୍ଡେଟ୍ କରିଦିଅନ୍ତୁ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏନେଇ ଆଲୋଚନା ହେଉଥିବା ସୂଚନା ମିଳିଛି ।
ଦିଲ୍ଲୀରେ ବସିଛି ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ କୋର୍ କମିଟି ସଦସ୍ୟ ଏଥିରେ ସାମିଲ ହୋଇଛନ୍ତି ।
ଶଙ୍ଖ ଭବନ କ୍ୟାଣ୍ଟିନ୍କୁ ନେଇ ରାଜନୀତି। ନିର୍ବାଚନ ପରାଜୟ ପରେ ସାଧାରଣ ଲୋକଙ୍କୁ ବି କ୍ୟାଣ୍ଟିନରେ ଖାଦ୍ୟ ପରସାଯାଉଛି। ମିଲ୍ ପିଛା ୮୦ ଟଙ୍କା। ନେତା କର୍ମୀଙ୍କ ସହ ସାଧାରଣ ଲୋକେ ବି ଯାଇ ମିଲ୍ ଖାଉଛନ୍ତି।
କର୍ପୋରେଟ ଚାନ୍ଦାରେ ଶଙ୍ଖ ଭବନ ନିର୍ମାଣ ହୋଇଥିଲା । ଆଉ କର୍ପୋରେଟ ପଇସା ଆସୁନି ବୋଲି ବିଜେଡିକୁ ହୋଟେଲର ଆବଶ୍ୟକତା ପଡିଛି କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ।
ଭଦ୍ରକର ଜଣେ ବିଜେଡି ବିଧାୟକଙ୍କ ଲିଙ୍କ୍ ନେଇ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାର କଂଗ୍ରେସ ନେତା ଅସିତ ପଟ୍ଟନାୟକ କହିଛନ୍ତି, ଯଥାଶୀଘ୍ର ବିଧାୟକଙ୍କୁ ତଦନ୍ତ ପରିସରକୁ ଅଣାଯାଉ। ଏଣେ ବିଜେଡି କହିଛି, ଅଭିଯୋଗ ଭିତ୍ତିହୀନ। ଯଦି କାହାର ଲିଙ୍କ ଅଛି, କ୍ଷମତାରେ ଅଛନ୍ତି ତଦନ୍ତ କରି ସାମ୍ନାକୁ ଆଣନ୍ତୁ।
ଡବଲ ଇଞ୍ଜିନ ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ କୋଷ୍ଟାଲ ହାଇୱେ ପାଇଁ ଫିଟିଲା ବାଟ। ବହୁ ବାଦବିବାଦ, ବାରମ୍ବାର ନକ୍ସା ପରିବର୍ତ୍ତନ ପରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟେଣ୍ଡର ପ୍ରକ୍ରିୟା, ନିର୍ମାଣ ହେବାକୁ ଯାଉଛି ଉପକୂଳ ରାଜପଥ। ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୬୩ କିଲୋମିଟର ରାସ୍ତା ପାଇଁ ଖୁବଶୀଘ୍ର ଟେଣ୍ଡର ଆହ୍ବାନ ହେବ।
ନୂଆ ସରକାରକୁ ଟାର୍ଗେଟ୍ କଲେ ଦୀପାଳି । କିର୍ମିରା ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବକୁ ନେଇ ଝାଡ଼ିଲେ ରାଗ । କହିଲେ, ଟାଳଟୁଳ ନୀତି ଅବଲମ୍ବନ କଲା ପ୍ରଶାସନ ।
ସେକ୍ସ ସ୍କାଣ୍ଡାଲରେ ଫସିଥିବା ପୂର୍ବତନ ମେୟର ଅନନ୍ତ ଜେନା ସହଦେବ ନାୟକକୁ ନେଇ ଅଯଥା ରାଜନୀତି ନକରନ୍ତୁ । କାଚ ଘରେ ରହି ଅନ୍ୟକୁ ଟେକା ନପକାନ୍ତୁ ।
ପ୍ରଥମ ପର୍ଯ୍ୟାୟରେ ଦଳ ଦିଲ୍ଲୀ ବିଧାନସଭା ଆସନ ଲାଗି ୨୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଯେଉଁଥିରେ ଦଳର ଅନୁଭବୀ ଓ ବରିଷ୍ଠ ନେତାମାନଙ୍କୁ ଅଗ୍ରାଧିକାର ଦେଇଥିଲା ।
ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ପଦରୁ ପ୍ରଣବ ପ୍ରକାଶ ଦାସ ଇସ୍ତଫା ଦେବା ପରେ କିଏ ହେବେ ପରବର୍ତ୍ତୀ ସଭାପତି ? ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ବେଳେ ରେସରେ ଆଗରେ ଅଛନ୍ତି ବିଜେପିର ଏହି ନେତା । ସେ ସଭାପତି ହେଲେ ଭଲ ହେବ ବୋଲି କହିଛନ୍ତି ଓସିଏ ସଂପାଦକ ।
ବିଜେଡିର ପ୍ରତିବାଦ ସଭାରେ ନେତା ଉଠାଇଲେ କାପିବାରା କଥା । କାପିବାରାଙ୍କୁ ଖାଇବାକୁ ବିଜେଡି ଆଣିବ ଆନାକୋଣ୍ଡା । ତେବେ କିଏ ଏହି ଆନାକୋଣ୍ଡା ?