ନୂଆ ଓ ଯୋଜନା ବନ୍ଦ ନିଷ୍ପତ୍ତିକୁ ସହଜରେ ହଜମ କରି ନପାରି ସୋସିଆଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରି ଦେଇଛି ବିଜେଡି ।
ଦୁଇ ଦିନ ତଳେ ଚମ୍ପାଇ ସୋରେନ ମନ୍ତ୍ରୀ ଓ ବିଧାୟକ ପଦରୁ ଇସ୍ତଫା ଦେବା ସହିତ ଜେଏମ୍ଏମ୍ ମଧ୍ୟ ଛାଡ଼ିଥିଲେ ।
ଦୁଷ୍କର୍ମ ଅପରାଧ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱିତୀୟ ଚିଠିକୁ ନେଇ ତେଜିଲା ରାଜନୀତି ।
ନବୀନ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଭିତରେ ଥିଲା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ। ନବୀନ ମମତାଙ୍କୁ ଭଉଣୀ ତୁଲ୍ୟ ସମ୍ମାନ ଦେଉଥିଲେ। ହେଲେ ସରକାର ବଦଳିବା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଛି। ମମତାଙ୍କ ବିଜେପି ବିରୋଧି ମନୋଭାବ ପାଇଁ ଓଡ଼ିଶା ସହ ଶତ୍ରୁ ଭଳି ଅଚରଣ କରୁଛନ୍ତି।
ସରକାରୀ ତହବିଲରୁ ହୋଇଛି ପାଣି ଭଳି ଆଡଭାଟାଇଜ୍ ଖର୍ଚ୍ଚ । ତେଜିଲା ପଲିଟିକାଲ ବୟାନବାଜି ।
ବିଜେପି ବିଧାୟକ ବାବୁ ସିଂଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିଜେଡି କର୍ପୋରେଟର ଅମରେଶ ଜେନା। ୨୫ ବର୍ଷ ହେଲା ବାବୁ ଆମ ସହ ଅଛନ୍ତି କହିଲେ ଅମରେଶ ।
ରୂପାନ୍ତୀକରଣ ନାଁରେ ରାଜ୍ୟବ୍ୟାପି ଜଳଜଳ ଦୁର୍ନୀତିର ଚିତ୍ର । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ତଦନ୍ତ କରାଯିବ ।
ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ନବାନ୍ନ ମାର୍ଚ୍ଚ ବେଳେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳାକୁ ନିନ୍ଦା କରି ବନ୍ଦ ପାଳନ କରୁଛି ବିଜେପି।
ବିଜେପି କହିଛି, ବିଜେଡି ଗାଡିର ଷ୍ଟେରିଂ ଧରିଛି କଂଗ୍ରେସ । କଂଗ୍ରେସର କାନ୍ଧରେ ବନ୍ଧୁକ ରଖି ଗୁଳି ବି ଫୁଟାଉଛି ବିଜୁ ଜନତା ଦଳ ।
ଖୋଦ୍ ପ୍ରଭାରୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଉପସ୍ଥିତ ଥିବା ବେଳେ ଏଭଳି ଘଟଣାରେ କାର୍ଯ୍ୟାନୁଷ୍ଠାନ କଡ଼ା ହୋଇପାରେ ବୋଲି ଚର୍ଚ୍ଚା।
ରାଜ୍ୟସଭା ଉପନିର୍ବାଚନ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି।
ଓଡିଶା ରାଜନୀତିରେ ୯ ସଂଖ୍ୟାର ଝଲକ୍ । ନୂଆ ନିର୍ବାଚିତ ବିଧାୟକଙ୍କ ସଂଖ୍ୟାରେ ଅଦ୍ଭୁତ ସଂଯୋଗ । ଜ୍ୟୋତିର୍ବିଦଙ୍କ ଆକଳନ ନୂଆ ବିଧାୟକଙ୍କ ଭିତରେ ରହିଛନ୍ତି ଭବିଷ୍ୟତର କର୍ଣ୍ଣଧାର । ୯ ସଂଖ୍ୟାର ସୁଫଳ, ବିଜେପି ପାଇଥିବା ବେଳେ ବିଜେଡି ପାଇଁ ବୁମେରାଂ ହୋଇଛି ।
ନୂଆ ନିର୍ବାଚିତ ବିଧାୟକଙ୍କ ସଂଖ୍ୟାରେ ଅଦ୍ଭୁତ ସଂଯୋଗ। ଜ୍ୟୋତିର୍ବିଦ୍ଙ୍କ ଆକଳନ ନୂଆ ବିଧାୟକଙ୍କ ଭିତରେ ରହିଛନ୍ତି ଭବିଷ୍ୟତର କର୍ଣ୍ଣଧାର।
ଆସନ୍ତା ୩୦ ତାରିଖରେ ଚମ୍ପାଇ ସୋରେନ୍ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ସୋସିଆଲ ମିଡିଆରେ ଏନେଇ ସେ ପୋଷ୍ଟ କରିଛନ୍ତି ।
ବିଜେଡି ବିଧାୟକଙ୍କୁ ନବୀନଙ୍କ ଟ୍ୟୁସନକୁ ନେଇ ବର୍ଷିଲା ଶାସକ ଦଳ ।
ତେବେ ଏହି ଅଭିଯୋଗକୁ ଖଣ୍ଡନ କରି ତାଙ୍କୁ ବଦନାମ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ବିଧାୟକ ସରୋଜ ପାଢ଼ୀ।
ଭୁବନେଶ୍ବର ଉପକଣ୍ଠ ବାଳକାଟୀରେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ଲାଗି ଦଳ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା ।
ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ, ଆଜି ୪୦ ରୁ ୫୦ ଆସନ ପାଇଁ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ଦଳ ।
ଲୋକଙ୍କ ଆସ୍ଥା ହରାଇବା ପରେ ଏବେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ବି ଆସ୍ଥା ହରାଉଛି ବିଜେଡି । ବିଜେଡି ଛାଡି ବିଜେପିକୁ ଯାଉଥିବା ନେତାଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି ।
ତୃଣମୂଳ ସ୍ତରରେ ବିଜେପିର ସଂଗଠନ ସୁଦୃଢ଼ ପାଇଁ ବିଜେପି ଆପଣାଇବ ନୂଆ ରଣନୀତି । ଏଥିପାଇଁ ରାଜ୍ୟ ମୁଖ୍ୟାଳୟରେ ଚାଲିଛି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ।
ସୁଭଦ୍ରା ଯୋଜନାକୁ ନେଇ ଜୋର୍ ଧରିଲା ରାଜନୀତି । ଗତକାଲି ବିଧାନସଭାରେ ଏହି ଯୋଜନାର ରୂପରେଖକୁ ନେଇ ପ୍ରାଥମିକ ଚିତ୍ର ସାମ୍ନାକୁ ଆସୁଆସୁ ଏହାକୁ ଧୂଆଁବାଣ କହି ସମାଲୋଚନା କରିଛନ୍ତି ବିରୋଧୀ । ଏଣେ ସ୍ୱଚ୍ଛଳ ବର୍ଗରେ କେଉଁମାନେ ଅନ୍ତର୍ଭୁକ୍ତ, ସ୍ୱାମୀ କିମ୍ବା ବାପା ଆୟକର ଦେଉଥିଲେ ସଂପୃକ୍ତ ମହିଳା ଯୋଜନାରେ ଅନ୍ତର୍ଭୁକ୍ତ ହେବେ ନା ନାହିଁ, ସେ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରକୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ୫ଟି ପଏଣ୍ଟ ଉଲ୍ଲେଖ କରିଛନ୍ତି। ଲେଖିଛନ୍ତି- ନିର୍ବାଚନ ସମୟରେ ବିଜେପି କହିଥିଲା ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ, ହେଲେ ଦେଉଛନ୍ତି ମାତ୍ର ୫ହଜାର ଟଙ୍କା।
ବିଜେଡିର ୨ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିଯାଇଥିଲେ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ିଯାଇଥିଲେ।
ଯାଜପୁର ପାଇଁ ଭଣ୍ଡାର ଖୋଲି ଦେଇଥିଲେ କି ନବୀନ ?
ବିଧାୟକ ଅଶୋକଙ୍କ ବୟାନକୁ ନେଇ ତେଜିଲା ରାଜନୀତି । ଆଗକୁ ବିଜେଡିର ବହୁ ନେତା ବିଜେପିରେ ମିଶିବେ କହିଲେ ଅଶୋକ।