ତାରାଙ୍କ ଅଭିଯୋଗର ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିରୋଧୀ ଦଳ। ଆମ ସରକାର ଅତି ଶୁଦ୍ଧ ଓ ପବିତ୍ରାର ସହ କାମ କରୁଛି। ୮ ମାସ ଭିତରେ କୌଣସି ଗୋଟିଏ ହେଲେ ଅଭିଯୋଗ ଆସିନି।
୩୧ ମାର୍ଚ୍ଚ ଯାଏଁ ବଢ଼ିଲା e-KYC ଅପ୍ ଡେଟ୍ ଅବଧି। ୫ମ ଥର ପାଇଁ e-KYC ଅବଧି ବଢ଼ାଇଲେ ରାଜ୍ୟ ସରକାର। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ରାସନ କାର୍ଡ e-KYC ପାଇଁ ଆଜି ପୁରୁଛି କଣ୍ଟ। ଡେଡଲାଇନର ଆଜି ଶେଷ ଦିନ। ଯେଉଁ ହିତାଧିକାରୀ e-KYC କରି ନାହାନ୍ତି, ଆଜି କରି ଦିଅନ୍ତୁ। ଆଉ ଯେଉଁମାନେ ନ କରିବେ, ତାକୁ ସରେଣ୍ଡର କରାଗଲା ବୋଲି ଧରି ନିଆଯିବ।
ଗଣଶିକ୍ଷା ମନ୍ତ୍ରୀ ଏଥିପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଥିବା ବେଳେ ବିଜେଡି କହିଛି ଦୋଷ ନ ଲଦି ସୁଧାର ଆଣନ୍ତୁ । ବିଧାନସଭାରୁ ଆସିଥିବା ଏମିତି ଚଞ୍ଚଲ୍ୟକର ତଥ୍ୟକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି ।
ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବ୍ବୁର ରାଣାର ପ୍ରତ୍ୟର୍ପଣରେ ମୋହର ସହ ଦ୍ୱିପାକ୍ଷିକ ବାଣିଜ୍ୟକୁ ଆସନ୍ତା 2030 ସୁଦ୍ଧା 5 ଶହ ବିଲଅନ ଡଲାରରେ ପହଞ୍ଚାଇବାକୁ ମଧ୍ୟ ହୋଇଛି ମେଗା ଡିଲ୍। ଦୁଇଦିନିଆ ଆମେରିକା ଗସ୍ତ ସାରି ପ୍ରଧାନମନ୍ତ୍ରୀ ମୋଦି ଆଜି ଭାରତ ଫେରୁଛନ୍ତି।
ପୁଣି ଥରେ ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ପାଲଟିଛି। ଆଉ ମୁହାଁମୁହିଁ ହୋଇଛନ୍ତି ପୂର୍ବତମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଓ ବର୍ତ୍ତମାନର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
ଗତବର୍ଷ ଏପ୍ରିଲରୁ ୧୦ ମାସର ବକେୟା ଦରମା ଦେବେ ନୂଆ ସରକାର । ଏନେଇ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ଫଳରେ ରାଜ୍ୟରେ ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ ବୋଲି ଜଣାପଡ଼ିଛି
ବିଧାନସଭାର ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ନୟାଗଡ଼ ବିଧାୟକ ଅରୁଣ ସାହୁ, ଓଡ଼ିଆ ଅଭିଧାନରେ ଅସ୍ମିତା ଶବ୍ଦର ଅର୍ଥ କଣ; ଓଡ଼ିଆ ଅସ୍ମିତାର ସମ୍ପୂର୍ଣ୍ଣ ବ୍ୟାଖ୍ୟା ସମ୍ପର୍କରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରିଥିଲେ । ଏହାପରେ ଲିଖିତ ଉତ୍ତର ରଖି ସ୍ପଷ୍ଟ ଭାବରେ ଅସ୍ମିତାର ଅର୍ଥ ବୁଝାଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
୨୦୧୪ରେ ଅଷ୍ଟମ ଶ୍ରେଣୀର ୬୪.୪% ପିଲା ଫେଡ଼ାଣ ଜାଣିନଥିବା ବେଳେ୨୦୨୪ରେ ୬୯.୫% ପିଲା ମଧ୍ୟ ଫେଡ଼ାଣ ଜାଣିନାହାନ୍ତି। ସେହିପରି ୨୦୧୪ରେ ୩୭.୯% ହରଣ ଜାଣି ନ ଥିବାବେଳେ ୨୦୨୪ରେ ତାହା ଏବେ ୪୫.୮%ରେ ପହଞ୍ଚିଛି।
ଆଜି ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ନବୀନ ଗୃହକୁ ପ୍ରବେଶ କରୁଥିଲେ। ଠିକ୍ ସେତିକି ବେଳେ ତାଙ୍କୁ ସ୍ୱାଗତ କରିବାକୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମେତ ଦଳୀୟ ବିଧାୟକମାନେ ଉପସ୍ଥିତ ଥିଲେ।
ଆଜି ବିଧାନସଭା ପ୍ରବେଶ ଦ୍ବାରରେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ । ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ବିଧାନସଭାକୁ ପ୍ରବେଶ କରିବା ସମୟରେ ଚମ୍ପୁଆ ବିଧାୟକ ସନା ମହାକୁଡ଼ଙ୍କୁ ପଚାରିଥିବା ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚହଳ ପକାଇଛି ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଗୁରୁବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
କହୁ କହୁ କହିଦେଲେ ଅନେକ କଥା । ସେ କହିଛନ୍ତି, 'ମୁଁ ଦଳ ଠାରୁ ଦୂରେଇନି; ଦଳ ସହ ଅଛି, ରହିଛି, ରହିବି' । ସେ ପୁଣି କହିଛନ୍ତି, ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ, ଆଲୋଚନା କରୁଛୁ ।
ବିରୋଧିଙ୍କୁ କାଉଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ରୁମରେ ବିଧାୟକ ଦଳ ବୈଠକ କରିଛି ବିଜେପି । ଗତ ୮ ମାସରେ ମୋହନ ସରକାରଙ୍କ ସଫଳତାର କଥା ରଖି ବିରୋଧିଙ୍କ ପାଟି ଚୁପ୍ କରିବାକୁ ଯୋଜନା କରିଛି ଶାସକ ଦଳ ।
ବହୁ ରାଜନେତା ପ୍ରତିଶ୍ରୁତି ଦେଇ ନିର୍ବାଚନ ପରେ ଭୁଲିଯାଆନ୍ତି । ଥରେ କ୍ଷମତାକୁ ଆସିଲେ ଲୋକଙ୍କ କଥା ଆଉ ମନେ ପଡେନି । ଗତ ନିର୍ବାଚନ ସମୟରେ ଗୋପାଳପୁର ବିଧାୟକ ଲୋକଙ୍କୁ କଥା ଦେଇଥିଲେ ରାଜ୍ୟ ବାହାରକୁ ବୁଲାଇ ନେବେ । ନିର୍ବାଚନ ଜିତି ମନ୍ତ୍ରୀ ହେଲେ । ଏବେ ତାଙ୍କ ଅଞ୍ଚଳର ଲୋକଙ୍କୁ ନେଉଛନ୍ତି ମହାକୁମ୍ଭକୁ ।
ଦିଲ୍ଲୀ ହାରିବା ପରେ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଷଡଯନ୍ତ୍ର କରୁଛନ୍ତି ଅରବିନ୍ଦ କେଜ୍ରିୱାଲ । ବଡ ଅଭିଯୋଗ ଆଣିଲା ବିଜେପି ଓ କଂଗ୍ରେସ । ପଢନ୍ତୁ ପୁରା ଖବର
ଆଞ୍ଚଳିକ ଦଳକୁ ଘାରୁଛି ବିଜେପି ଚିନ୍ତା । ଗୋଟିଏ ପରେ ଗୋଟିଏ ରାଜ୍ୟ ଯାଉଛି ବିଜେପି ଖାତାକୁ । ଦଶନ୍ଧି ଦଶନ୍ଧି ଧରି ସତ୍ତାରେ ଥିବା ଆଞ୍ଚଳିକ ଦଳ ଏବେ ମାଟି କାମୁଡ଼ିଛନ୍ତି । ଓଡ଼ିଶାରେ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳ ଗତ ୨୪ ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।
ବିଜେପି ଦଖଲରେ ଦିଲ୍ଲୀ, ଚିନ୍ତାରେ ବିଜେଡି। ବଢୁଥିବା ବିଜେପି ଶାସିତ ରାଜ୍ୟ ସଂଖ୍ୟାକୁ ନେଇ ଆଶଙ୍କା ପ୍ରକାଶ କଲାଣି ବିଜୁ ଜନତା ଦଳ। ଦେଶର ଆଞ୍ଚଳିକ ଦଳଗୁଡିକ ପାଇଁ ଏହା ବଡ଼ ଚାଲେଞ୍ଜ ବୋଲି ବିଜେଡି କହିଛି। ସେପଟେ କଂଗ୍ରେସ କହିଛି ଆଗକୁ ଦେଶରେ ଆଞ୍ଚଳିକ ଦଳ ଲୋପ ପାଇବେ ଆଉ ସତ୍ତାକୁ ଆସିବ କଂଗ୍ରେସ।
ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବୀରେନ୍ ସିଂହ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ତା’ପରେ ସନ୍ଧ୍ୟା ବେଳେ ସେ ରାଜ ଭବନ ଯାଇ ଇସ୍ତଫା ଦେଇଛନ୍ତି।
ଫେବ୍ରୁଆରୀ ୧୩ ପରେ ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ହୋଇପାରେ ଶପଥ ଗ୍ରହଣ । ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ବିଜେପି ।
ପୂର୍ବରୁ ଦୁଇ ଦୁଇଥର ସାଂସଦ ହୋଇସାରିଥିବା ପରଭେଶଙ୍କୁ ଏଥର ଲୋକସଭା ଟିକେଟ୍ ଦେଇନଥିଲା ବିଜେପି । ହେଲେ ବିଧାନସଭା ନିର୍ବାଚନରେ ଟିକେଟ୍ ଦେଇ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ଲଢ଼ିବାକୁ ପଠାଇଥିଲା । ଆଉ ବିଜେପିର ଏହି ରଣନୀତି ଏବେ ସଫଳ ହୋଇଛି ।
ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା ଏଥିରେ ଉପସ୍ଥିତ ରହିବେ ।
ଦିଲ୍ଲୀ ନିର୍ବାଚନରେ ଆପର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ । ଉପରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କଲେ ।
ଦୀର୍ଘ ୨୭ ବର୍ଷ ପରେ ପୁଣି ଦେଶର ରାଜଧାନୀ ଦିଲ୍ଲୀକୁ ଦଖଲ କରିଛି ବିଜେପି। ଆଜି ସକାଳ ୮ଟାରୁ ଦିଲ୍ଲୀ ବିଧାନସଭା ଭୋଟ୍ ଗଣତି ହେବା ମାତ୍ରେ ହିଁ ଆଗୁଆ ଚାଲିଥିଲା ପଦ୍ମ ଦଳ।
ଭାଙ୍ଗିଗଲା ଲଗାତର ଚତୁର୍ଥ ଥର ପାଇଁ ଶାସନ ଗାଦିକୁ ଆସିବାର ସ୍ୱପ୍ନ। ଏକଦା କଂଗ୍ରେସର ଲମ୍ବା ଶାସନକୁ ବିତାଡ଼ିତ କରି ଦିଲ୍ଲୀକୁ ନିଜ ଗଡରେ ପରିଣତ କରିଥିବା ଆପକୁ ମାତ୍ ଦେଇଛି ବିଜେପି।