Advertisment

Train Mishap In Odisha: ଓଡ଼ିଶାରେ ନିୟମିତ ଅନ୍ତରରେ କାହିଁକି ଘଟୁଛି ରେଳ ଦୁର୍ଘଟଣା?

ଓଡ଼ିଶାରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣା ପଛର କାରଣ କଣ ? କାହିଁକି ନିୟମିତ ବ୍ୟବଧାନରେ ରେଳଯାତ୍ରା ବେଳେ ଅସୁରକ୍ଷିତ ହୋଇପଡୁଛି ଯାତ୍ରୀଙ୍କ ଜୀବନ ? ରେଳ ସୁରକ୍ଷା ବିଶେଷଜ୍ଞଙ୍କ ମତରେ ଟ୍ରେନ୍ ଡିରେଲମେଣ୍ଟ ପଛରେ ରେଳ ଧାରଣା ମରାମତିର ଅଭାବ ଏକ ପ୍ରମୁଖ କାରଣ ।

author-image
Deviprasad Jena
Train Accident

Train Accident

ଓଡ଼ିଶାରେ ନିୟମିତ ଅନ୍ତରରେ କାହିଁକି ଘଟୁଛି ରେଳ ଦୁର୍ଘଟଣା ? ବାରମ୍ବାର ଛୋଟ ବଡ଼ ରେଳ ଦୁର୍ଘଟଣାର ପଛର କାରଣ କଣ ? କାରଣ ବିଗତ ୫ବର୍ଷ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତି ବର୍ଷ ଦୁର୍ଘଟଣାର ସମ୍ମୁଖୀନ ହେଉଛି ଟ୍ରେନ୍ । ଆଉ ଚାଲିଯାଉଛି ବହୁ ମୂଲ୍ୟବାନ ଜୀବନ ଓ ନଷ୍ଟ ହେଉଛି କୋଟି କୋଟି ଟଙ୍କାର ସଂପତ୍ତି ।

Advertisment

୨୦୨୦ ମସିହା ଜାନୁଆରୀ ୧୬ ତାରିଖରେ କଟକର ନିର୍ଗୁଣ୍ଡି ଷ୍ଟେସନରେ ସକାଳୁ ସକାଳୁ ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ । ଏ ଯାତ୍ରୀବାହୀ ଟ୍ରେନର ୭ଟି ବଗି ଧାରଣାରୁ ବିଚ୍ୟୁତ ହେବାରୁ ୫ ଗୁରୁତଙ୍କୁ ମିଶାଇ ଆହତ ହୋଇଥିଲେ ୧୬ ଜଣ ଯାତ୍ରୀ ।

୨୦୨୨ ମସିହା ନଭେମ୍ବର ୨୧ ତାରିଖରେ ଯାଜପୁର ଜିଲ୍ଲାର କୋରେଇ ଷ୍ଟେସନରେ ସକାଳ ପ୍ରାୟ ୬ଟା ୪୫ରେ ଖଡ଼ଗପୁରରୁ ଛତ୍ରପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ମାଲବାହୀ ଟ୍ରେନର ଖୋଲା ଡୋର୍ ଷ୍ଟେସନ ପ୍ଲାଟଫର୍ମରେ ପିଟି ହୋଇଯିବାରୁ ୮ଟି ବଗି ଛିନ୍‌ଛତ୍ର ହୋଇ ଯାଇଥିଲା । ଆଉ ଦିଆସିଲ ଖୋଳଭଳି ଡବାଗୁଡ଼ିକ ଏଣେତେଣେ ଛିଟିକି ପଡ଼ିବାରୁ ଯାଇଥିଲା ୩ଜଣଙ୍କ ଜୀବନ ।

Advertisment

ଅଧିକ ପଢ଼ନ୍ତୁ: କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ଜଣେ ମୃତ, ଜାରି ହେଲା ହେଲ୍ପଲାଇନ୍ ନମ୍ୱର

୨୦୨୩ ମସିହା ଜୁନ୍ ୨ ତାରିଖରେ ଭାରତୀୟ ରେଳ ଇତିହାସର ଆଉ ଏକ କଳା ଅଧ୍ୟାୟ । ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ଘଟିଥିଲା ଓଡ଼ିଶାର ସବୁଠୁ ବଡ଼ ରେଳ ଦୁର୍ଘଟଣା । ସମାନ ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲଗାଡ଼ିକୁ ସାଲିମାର ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଧକ୍କା ଦେବାପରେ ଏହାର କିଛି ବଗି ବୀପରିତ ଲାଇନରେ ଆସୁଥିବା ଯଶବନ୍ତପୁର ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସର କିଛି ବଗି ସହ ପିଟି ହୋଇଥିଲା । ଯେଉଁଥିରେ ଯାଇଥିଲା ୨୮୦ରୁ ଅଧିକ ଯାତ୍ରୀଙ୍କ ଜୀବନ ।

୨୦୨୫ ମସିହା ମାର୍ଚ୍ଚ ୩୦ ତାରିଖରେ ପୁଣି ସେହି କଟକ ନିର୍ଗୁଣ୍ଡି ନିକଟରେ ଘଟିଛି ଆଉ ଏକ ଦୁର୍ଘଟଣା । ବେଙ୍ଗୁଲୁରୁ କାମାକ୍ଷା ସୁପରଫାଷ୍ଟ ଏକ୍ସପ୍ରେସର ୧୧ଟି ବଗି ଲାଇନଚ୍ୟୁତ ହେବାରୁ ଓଡ଼ିଶା ରେଳ ଦୁର୍ଘଟଣା ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ । ଆଜିର ଦୁର୍ଘଟଣା ନେଇ ଖୋର୍ଦ୍ଧା ରୋଡ୍ DRM କହିଛନ୍ତି, ଟ୍ରେନ୍ ଡିରେଲ୍ ପଛର କାରଣ କଣ, ତାହା ଜାଣିବାକୁ ରେଲୱେ ସେଫ୍‌ଟି କମିଶନର ଏହାର ତଦନ୍ତ କରିବେ ।

ତେବେ ଓଡ଼ିଶାରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣା ପଛର କାରଣ କଣ ? କାହିଁକି ନିୟମିତ ବ୍ୟବଧାନରେ ରେଳଯାତ୍ରା ବେଳେ ଅସୁରକ୍ଷିତ ହୋଇପଡୁଛି ଯାତ୍ରୀଙ୍କ ଜୀବନ ? ଏଥିପାଇଁ ପୁରୁଣା ଭିତ୍ତିଭୂମିର ମରାମତିର ଅଭାବ, ଚାଳକଙ୍କ ତ୍ରୁଟି ନା ମାନବକୃତ ଆଉ କେଉଁ ଭୁଲ ପାଇଁ ଘଟୁଛି ରେଳ ଦୁର୍ଘଟଣା ?

ରେଳ ସୁରକ୍ଷା ବିଶେଷଜ୍ଞଙ୍କ ମତରେ ଟ୍ରେନ୍ ଡିରେଲମେଣ୍ଟ ପଛରେ ରେଳ ଧାରଣା ମରାମତିର ଅଭାବ ଏକ ପ୍ରମୁଖ କାରଣ । ଭାରତ ଏ କ୍ଷେତ୍ରରେ ଆଧୁନିକ ଟେକନୋଲିଜିକୁ ଆପଣାଇବା ଆବଶ୍ୟକ । ଓଡ଼ିଶାରେ ବଡ଼ ଦୁର୍ଘଟଣା ଇତିହାସରେ ୨୦୦୯ରେ ଯାଜପୁର ଦୁର୍ଘଟଣା ବି ଥିଲା ଅଭୁଲା । ଯାଜପୁର-କେନ୍ଦୁଝର ରୋଡରେ ହାୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହେବାରୁ ୧୫ଜଣଙ୍କ ଜୀବନ ଯାଇଥିଲା ।

ଅଧିକ ପଢ଼ନ୍ତୁ: କାହିଁକି ଡିରେଲ୍ ହେଲା କାମାକ୍ଷା ଏକ୍ସପ୍ରେସ୍ ? ଆରମ୍ଭ ହେଲା କାରଣ ଖୋଜା...

Odisha Train Accident Train Mishap Odisha. Odisha Train Mishap
Advertisment
Advertisment