ଘନେଇଲା ରାଜନୀତି। ରାଜ୍ୟପାଳ ରଘୁବର ଦାସ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟଘାଟକୁ ନେଇ ତେଜିଲା ରାଜନୈତିକ ବିବାଦ।
ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ।
ବିଜେଡି ନେତା ନୃସିଂହ ସାହୁ କହିଛନ୍ତି ପ୍ରଥମରୁ ହିଁ ରାଜଭବନ ରାଜନୀତିର ପେଣ୍ଠସ୍ଥଳୀ ପାଲଟିଛି। ଓଡ଼ିଶା ରାଜନୀତିରେ ଆଗରୁ ଏଭଳି କେବେ ଦେଖାଯାଇ ନଥିଲା।
ଆସନ୍ତା ୭ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନହୁଏ ତେବେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।
କେଡ଼େ ଶ୍ରଦ୍ଧାରେ ଲୋକେ ଅର୍ପଣ କରିଥିଲେ .. ହେଲେ ଅଦରକାରୀ ଭଳି ଏଠି ସେଠି ପଡ଼ିଲା । ସେଥିରେ ପୋକ ଲାଗିଗଲା .. ଆଉ ଭୋଗ ଲାଗିବା ଅବସ୍ଥାରେ ନଥିବାରୁ ଶେଷରେ ନିଲାମ କରାଗଲା ।
ରାଜନୈତି ଉଦ୍ଦେଶ୍ୟ ନେଇ ରାଜ୍ୟପାଳଙ୍କୁ ଭେଟୁଛନ୍ତି। ତେବେ ବିଜେଡିର ଅଭିଯୋଗକୁ ନେଇ ରାଜଭବନ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।
ଇସ୍ତଫା ଦେବାର ପ୍ରଶ୍ନ ଉଠୁନି । ଆଉ ପ୍ରଣବ ପ୍ରକାଶ ଉପ-ନିର୍ବାଚନ ଲଢ଼ିବାର ନାହିଁ କହିଲେ ସୁଜାତା ।
ଯିଏ ଦୁର୍ନୀତି କରିଥିବ ସିଏ ନିଶ୍ଚିତ ବନ୍ଧା ହେବ । ବବି ଦାସଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ ।
‘ଯେତେବେଳେ ପୁଅ ମାଆ ପାଖକୁ ଆସେ କୌଣସି ଶକ୍ତି ଅଟକାଇ ପାରିବନି । ଆପଣମାନଙ୍କୁ ଦେଖି ଶତ ସିଂହର ବଳ ଆସିଛି, ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ।’
ପଦଯାତ୍ରା ଆରମ୍ଭରୁ ସବୁଠି ଗୋଷ୍ଠୀ କନ୍ଦଳ ତୀବ୍ର । ୨୪ ବିପର୍ଯ୍ୟୟ ପରଠୁ ନେତା ଆଉ ପାଟି ନଖୋଲି ରହିପାରୁନାହାନ୍ତି ।
ମନମୋହନ ସାମଲ ଆହୁରି କହିଛନ୍ତି, ଆମେ କେଉଁଠି କାହାକୁ ବ୍ଲାକମେଲ କରି ଦଳରେ ମିଶାଉ ନାହୁଁ । ନିଜ ଇଚ୍ଛାରେ ସେମାନେ ବିଜେପିରେ ମିଶିବା ପାଇଁ ନିବେଦନ କରୁଛନ୍ତି । ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି ବିଜେଡି କହୁ ।
ମିଛ କଥା କହି ନିର୍ବାଚନ ଜିତି ଯାଇ ପାରନ୍ତି କିନ୍ତୁ ହୃଦୟ ନୁହଁ ବୋଲି ନବୀନ କହିବା ସହ ମିଛ କଥା ବିଜେପିର USP ବୋଲି ଆକ୍ଷେପ କରିଛନ୍ତି ।
ସାମ୍ପ୍ରଦାୟିକ ହିଂସାକୁ ନେଇ ତେଜିଲା ରାଜନୀତି । ଭଦ୍ରକ ଘଟଣାରେ ବିଜେଡିକୁ ବିଜେପିର କଡ଼ା ଟାର୍ଗେଟ୍ ।
ନବୀନଙ୍କୁ କଡ଼ା ଜବାବ ଦେଲା ବିଜେପି । ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ରାଜ୍ୟ ବିଜେପି । ନବୀନଙ୍କ ବକ୍ତବ୍ୟରୁ ସେ ନିଜେ ଓଡ଼ିଶାରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି କହିଲା ବିଜେପି ।
ଯାଜପୁରରେ ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ନିଶାନା । ବିକାଶ, ନଗଡ଼ା, ଆଖିବୁଜା ଦୁର୍ନୀତି ଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ବିଜେଡି ଉପରେ ଧୁମ୍ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନାଁ ନନେଇ ବିକାଶ ନାଁରେ ୩ ପରିବାରକୁ ନିଶାନା କରିବା ସହ ସ୍ମିତାରାଣୀ ମୃତ୍ୟୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି କହିଛନ୍ତି ।
ବିଜୁ ବାବୁଙ୍କ ସ୍ୱପ୍ନ ପୂରା କରୁ କରୁ ବିଜେଡିର ୨୪ ବର୍ଷ ସରିଗଲା । ଯାଜପୁର ଜିଲ୍ଲା ବଡ଼ଚଣାରେ ଦଳୀୟ ସଭାମଂଚରୁ ଆଜି ଏମିତି ମନ୍ତବ୍ୟ ଦେଇ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ନାଁ ନନେଇ ବିଜେଡିର ୩ ନେତାଙ୍କୁ ଟାର୍ଗେଟ କରିଛନ୍ତି ମୋହନ ମାଝୀ । ବିଜେଡିକୁ ଟାର୍ଗେଟ କରି କହିଛନ୍ତି ଯେ ବିକାଶ ନାଁରେ ୩ ପରିବାର ଯାଜପୁରକୁ ଲୁଟିଛନ୍ତି ।
ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।
ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।
ବିପର୍ଯ୍ୟୟର ଗୋହି ଖୋଳୁଥିବା ନେତାଙ୍କୁ କାଉଣ୍ଟର । ପରାଜିତ ନେତାଙ୍କୁ ବିଧାୟକ ଦିଶାରୀଙ୍କ କଡ଼ା ଜବାବ । ସମାଲୋଚନା କରୁଥିବା ନେତା ପାର୍ଟି ଛାଡ଼ି ଦିଅନ୍ତୁ କହିଲେ ପ୍ରଦୀପ ।
ଆଗାମୀ ଦିନରେ ଦଳକୁ ସୁଦୃଢ କରିବାକୁ ପଦକ୍ଷେପ ନେବା କଥା । ହାରିଯିବା ପରେ ଦୁର୍ବଳ ମନୋଭାବ କି ଅସନ୍ତୋଷ ଦେଖାଇବା ଠିକ୍ ନୁହଁ ।
ଓଡ଼ିଶାରେ ୫ ବର୍ଷ ନୁହେଁ, ଅନେକ ବର୍ଷ ଧରି କାର୍ଯ୍ୟ କରିବ ବିଜେପି ସରକାର । ବିଜେଡି ଖତମ୍ ହେଇସାରିଛି । ଦଳର ଆଉ ଦମ ନାହିଁ ।
ପୂର୍ବରୁ ପ୍ରଦୀପ ମାଝୀ, ବଦ୍ରୀ ପାତ୍ର, ଅଶ୍ୱିନୀ ପାତ୍ର ଏବଂ ଅବିନାଶ ସମାଲ ମଧ୍ୟ ପରାଜୟର କାରଣ କହି ଦଳର ଭୁଲ ନିଷ୍ପତ୍ତି ଓ ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନା କୁ ଦାୟୀ କରିଥିଲେ।
ଭରତପୁର ଥାନା ମାମଲାରେ ନିଲମ୍ବିତ ଆଉ ୩ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ୍ ଟେଷ୍ଟ ପାଇଁ ଅନୁମତି ଦେଲେ SDJM କୋର୍ଟ ।
ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ ଶହରୁ ଅଧିକ ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀଙ୍କୁ ଦଳର ସଦସ୍ୟ ବି କରାଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।