ଫେସବୁକ୍, ହ୍ୱାଟସପ୍, ଇନଷ୍ଟାଗ୍ରାମ, ଟୁଇଟର ଓ ଭିଡିଓ ମେସେଜ୍ ଜରିଆରେ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ରଣନୀତି ପ୍ରସ୍ତୁତ ହୋଇଛି।
ନିର୍ବାଚନ ଆସିଲେ ଏମିତିକି ତରିକା ଦେଖିବାକୁ ମିଳେ। କର୍ମୀଙ୍କୁ ହାତ ଛଡା କରିବାକୁ ଚାହାଁନ୍ତିନି ନେତା। କାଳେ ଭୟ, ଛାଡି ପଲେଇବେ ସେଥି ପାଇଁ କେମିତି ମହାପ୍ରସାଦ ଛୁଆଁ ପର୍ବ ଚାଲିଛି ଆସନ୍ତୁ ଦେଖିବା...
ଡେପୁଟି ଡିରେକ୍ଟର ଅଶ୍ୱିନୀ ମଲ୍ଲିକ, ଆସିଷ୍ଟାଣ୍ଟ ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କୁ ରିଭ୍ୟୁ ପାଇଁ ଦଳୀୟ କାର୍ଯ୍ୟାଳୟକୁ ଡକାଇଥିଲେ ମନ୍ତ୍ରୀ । ତେବେ ସେଠାରେ ଉଭୟଙ୍କୁ ମନ୍ତ୍ରୀ ଚେୟାରରେ ପିଟିଥିବା ନେଇ ୨ ଅଧିକାରୀ ଅଭିଯୋଗ କରିଛନ୍ତି ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ଅନନ୍ତ ଦାସଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏମିତିକି ଲୋକାୟୁକ୍ତରେ ବି ହୋଇଛି ତାଙ୍କ ନାଁରେ ଅଭିଯୋଗ ।
ଛିଡ଼ୁନି ପ୍ରାର୍ଥୀ ବଛା ଅଙ୍କ । ସବୁଠୁ ଅଧିକ ମୁଣ୍ଡବିନ୍ଧା ବଢିଛି ଶାସକ ବିଜେଡିରେ । ଦଳ ପାଇଁ ପ୍ରାର୍ଥୀ ଚୟନ ଯେତିକି ବଡ କଥା ନୁହେଁ ତାଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହୋଇଛି ଟିକେଟ କଟୁଥିବା ନେତାଙ୍କୁ ସନ୍ତୁଷ୍ଟି ।
କରୋନା କାଳରେ ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ନିର୍ବାଚନ କମିଶନ କିଭଳି ନିର୍ବାଚନ କରିବାକୁ ନିଷ୍ପତ୍ତି ନେଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହାସହ ଏହାକୁ ଦୃଢ଼ ନିନ୍ଦା ମଧ୍ୟ କରିଛି ।
ବିଜୁ ପକ୍କାଘର ହିତାଧୀକାରୀଙ୍କ ଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଷ୍ଟିକର୍ । ଗାଁ କୁ ଗାଁ ଘରକୁ ଘର ବୁଲି ଷ୍ଟିକର ଲଗାଉଛନ୍ତି ମନ୍ତ୍ରୀ ଓ ଦଳୀୟ ବିଧାୟକ । ଆଜିଠୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି ଘର ମରାମତି ସହାୟତା ଯୋଜନା ।
ଅଣ୍ଡାରୁ ବର୍ତ୍ତିପାରୁନାହାନ୍ତି ବିଜେଡ଼ି ନେତା : ଯୁଆଡ଼େ ଗଲେ ବିରୋଧୀ ନାଦି ଦେଉଛନ୍ତି ଅଣ୍ଡା
ଚାଲିଥିଲା ବିଜେଡି ସଭା। ସଭା ସରୁ ସରୁ ଆରମ୍ଭ ହୋଇଗଲା ଗୁଆ ଘିଅ... ଗୁଆଘିଅ... ହେ ନବୀନ ବାବୁ ଆମେ ତମ ଫ୍ୟାନ୍। ଗୀତର ତାଳେତାଳେ ଯୋଡାଯୋଡି ହୋଇ ନାଚିଲେ ଯୁବକ ଯୁବତୀ...
ଗୋଟିଏ ପଟେ ଚାଲିଥିଲା ବିଧାୟକ କିଶୋର ମହାନ୍ତିଙ୍କ ଶୋକସଭା, ଅନ୍ୟପଟେ ମନ୍ତ୍ରୀଙ୍କ ଫାର୍ମ ହାଉସରେ ହେଲା ଭୋଜିର ଆସର
ଆଗକୁ ଦେଶରେ ପୁଣି ଥରେ ନିର୍ବାଚନ ହେବାକୁ ଯାଉଛି । ଖୁବ୍ ଶୀଘ୍ର ପଞ୍ଚାୟତ ନିର୍ବାଚନ ହେବା ସହ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ତେବେ ମୋଦିଙ୍କ ପଲ୍ଲା କେତେ ଭାରି ରହିବ ? ସେନେଇ ଆମ୍ ଟିମ୍ ଜ୍ୟୋତିର୍ବିତଙ୍କ ସହ ଆଲୋଚନା କରିଛନ୍ତି ।
ପଞ୍ଚାୟତ ନିର୍ବାଚନ ପ୍ରଥମ ସଂରକ୍ଷଣ ତାଲିକା ବାତିଲ ହୋଇ ନୂଆ ଚିଠା ତାଲିକା ଆସିବା ପରେ ବଢିଛି ବିବାଦ । କାରଣ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ପୂର୍ବ ତାଲିକା ତୁଳନାରେ ନୂଆ ତାଲିକାରେ ଘଟିଛି ଅନେକ ପରବର୍ତ୍ତନ ।
ରାଜ୍ୟରେ ୫୪ ପ୍ରତିଶତ ପଛୁଆବର୍ଗ ଲୋକ ଥିଲେ ବି ସରକାର ସେମାନଙ୍କୁ ନିଜ ପରିବାର ବୋଲି ଭାବୁନାହଁନ୍ତି । ରାଜ୍ୟପାଳଙ୍କ ନିକଟରେ ଏଭଳି ସାଂଘାତିକ ଅଭିଯୋଗ କରିଛି ବିଜେପି ।
ମିଶନ୍ ପଞ୍ଚାୟତ । ଭୋଟ୍ ତାରିଖ ଘୋଷଣା ନହେଉଣୁ, ଯିଏ ଯାହା ରଣନୀତିରେ ବ୍ୟସ୍ତ । ଲୋକ ପ୍ରତିନିଧିଙ୍କ ସହ ଆଜି ବିଜେପିର ବ୍ରେନ୍ ଷ୍ଟର୍ମିଂ । ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସାଂସଦ ଓ ପରେ ବିଧାୟକଙ୍କ ସହ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମାନସ ମନ୍ଥନ ।
ମିଶନ୍ ପଞ୍ଚାୟତ । ଭୋଟ୍ ତାରିଖ ଘୋଷଣା ନହେଉଣୁ, ଯିଏ ଯାହା ରଣନୀତିରେ ବ୍ୟସ୍ତ । ଲୋକ ପ୍ରତିନିଧିଙ୍କ ସହ ଆଜି ବିଜେପିର ବ୍ରେନ୍ ଷ୍ଟର୍ମିଂ । ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସାଂସଦ ଓ ପରେ ବିଧାୟକଙ୍କ ସହ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମାନସ ମନ୍ଥନ ।
ରାଜ୍ୟରେ ଓବିସି ସଂରକ୍ଷଣକୁ ନେଇ ରାଜନୀତି ତେଜିବାରେ ଲାଗିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସିଧାସଳଖ ବିଜେଡିକୁ ଟାର୍ଗେଟ କରିଛନ୍ତି । ଓବିସିଙ୍କୁ ସାମ୍ୱିଧାନିକ ଅଧିକାର ନଦେଇ ବିଜେଡି କେବଳ ରାଜନୀତି କରୁଛି ବୋଲି ସେ କହିଛନ୍ତି ।
ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଗରିବୀ କମାଇବା ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ବିଜେପିର ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସଂପୂର୍ଣ୍ଣ ମିଛ ବୋଲି କହିଛି ବିଜେପି ।
ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ଥର ଚିଠି ଲେଖିଥିଲେ ବି ଏପର୍ଯ୍ୟନ୍ତ ସରକାର କାହିଁକି ଲାଗୁ କରିନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ସମୀର।
ବିଜୁବାବୁଙ୍କ ଅଧୁରା ସ୍ୱପ୍ନକୁ ବିଜେଡି ପୂରଣ କରିବ ବୋଲି ଜୋରଦାର୍ ପ୍ରଚାର କରାଯାଇଥିଲା । ହେଲେ ତାଙ୍କ ସ୍ୱପ୍ନ କଣ ଥିଲା ଓ କେତେ ପୂରଣ ହୋଇଛି, ତାହା ରାଜ୍ୟବାସୀ ଭଲଭାବେ କହିପାରିବେ । ତେବେ ବିଜୁବାବୁଙ୍କ ଆଦର୍ଶରୁ ଯେ ବିଜେଡି ଦୂରେଇଯାଇଛି, ଏହା ଏବେ ଲୋକମାନେ ହୃଦୟଙ୍ଗମ କରୁଛନ୍ତି ।
1997 ମସିହା ଡିସେମ୍ୱର 26 ତାରିଖରେ ଜନ୍ମ ନେଇଥିଲା ବିଜେଡି । ଏହା ପରେ ବିଜେପି ସହ ମେଣ୍ଟ କରିଥିଲା । କ୍ଷମତାକୁ ବି ଆସିଥିଲା । ତା ପରେ ଧୀରେ ଧୀରେ ଦୂରେଇ ଯାଇଥିଲା ବିଜୁବାବୁଙ୍କ ଆଦର୍ଶରୁ ।
ଆସନ୍ତା ୨୭ ତାରିଖରେ ସଂରକ୍ଷଣର ସାନି ତାଲିକା ପ୍ରକାଶ ପାଇବ । ଏନେଇ ଜିଲ୍ଲାପାଳମାନଙ୍କୁ ଅବଗତ କରିଛି ପଂଚାୟତିରାଜ ବିଭାଗ । ଜିଲ୍ଲା ପ୍ରଶାସନ ବି ସେ ଦିଗରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଖବରକାଗଜ ହକରଙ୍କ ଲାଗି ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିସି ମାଧ୍ୟମରେ ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ସହାୟତା ପ୍ରଦାନ କରିଛନ୍ତି ।
ଫେବୃୟାରୀରେ ଭୋଟ୍ ସମ୍ଭାବନା ଥିବା ବେଳେ ଚଳିତ ମାସ ଶେଷ ସପ୍ତାହରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ।
ବାଇକ୍ରେ କାହିଁକି ଏବଂ କୁଆଡ଼େ ଯାଉଥିଲେ ଜଗା ଓ ଚିତ୍ତ ? ଯଦି ଏହା ଦୁର୍ଘଟଣା ତେବେ ନଈରୁ ଚିତ୍ତଙ୍କ ମୃତଦେହ ମିଳିବା ପଛର କାରଣ କଣ ?
ଯୁକ୍ତ ଦୁଇ ପାସ କରିନଥିବା ବେଳେ କିଭଳି ଦିଆଗଲା ଉପାଧିI ଅନୁଭବ ସାମ୍ନାକୁ ଆସି ସ୍ପଷ୍ଟ କରନ୍ତୁ ବୋଲି ଦାବି କରୁଛନ୍ତି ବିରୋଧି