• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଟଙ୍କା ବଣ୍ଟା ସ୍କିମ୍ ଲାଗୁ ପାଇଁ ତତ୍ପର ରାଜ୍ୟ ସରକାର । ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି, ନିକଟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଘର ମରାମତି ସହାୟତା ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ । ମନ୍ତ୍ରୀ ଓ ବିଜେଡି ବିଧାୟକ ଟଙ୍କା ପାଇଥିବା ହିତାଧୀକାରୀଙ୍କ ଘରେ ନବୀନଙ୍କ ଫଟୋ ଥିବା ଷ୍ଟିକର ବି ଲଗାଉଛନ୍ତି । ଯାହାକୁ ନେଇ ଜୋରଦାର ସମାଲୋଚନା କରିଛନ୍ତି ବିରୋଧୀ । ଭୋଟ ପାଇବାକୁ ସରକାର ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛନ୍ତି ।

ବିଜୁ ପକ୍କାଘର ହିତାଧୀକାରୀଙ୍କ ଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଷ୍ଟିକର୍ । ଗାଁ କୁ ଗାଁ ଘରକୁ ଘର ବୁଲି ଷ୍ଟିକର ଲଗାଉଛନ୍ତି ମନ୍ତ୍ରୀ ଓ ଦଳୀୟ ବିଧାୟକ । ଆଜିଠୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି ଘର ମରାମତି ସହାୟତା ଯୋଜନା । ସୁବର୍ଣ୍ଣପୂର ଉଲୁଣ୍ଡା ବ୍ଲକ ଡାଲଡବାା ଗାଁରେ ଘର ମରାମତି ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ଘରକୁ ଘରକୁ ବୁଲି ମନ୍ତ୍ରୀ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଫୋଟ ଥିବା ଷ୍ଟିକର ।  ବୀରମହାରାଜପୁର ବ୍ଲକର ଖଣ୍ଡହତା, ବିନିକାର ବିଭିନ୍ନ ଗାଁରେ ମଧ୍ୟ ବଣ୍ଟାଯାଇଛି ସହାୟତା ।

ସେପଟେ ବାଲେଶ୍ୱର ସୋର ବ୍ଲକ ମାଣତ୍ରି ପଞ୍ଚାୟତର ରଙ୍ଗପତି ଗାଁରେ ବିଧାୟକ ପର୍ଶୁରାମ ଧଡା ଘରକୁ ଘର ଯାଇ ଷ୍ଟିକର ମାରିଛନ୍ତି । କୋରାପୁଟ ନରାୟଣପାଟଣା ବ୍ଲକ ପାଲାପୁଟ ଗାଁର ହିତାଧୀକାରୀଙ୍କୁ ଘର ମରାମତି ସହାୟତା ଦିଆଯିବା ସହ ସେମାନଙ୍କ ଘରେ ଲଗାଯାଇଛି ନବୀନଙ୍କ ଷ୍ଟିକର । ବିଜୁ ପକ୍କାଘର ହିତାଧୀକାରୀଙ୍କୁ ଘର ମରାମତି ସହାୟତା ବାବଦକୁ ୩ ହଜାର ଟଙ୍କା ଅନ୍‌ଲାଇନ୍‌ରେ ପ୍ରଦାନ କରାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ସ୍କିମ୍‌ରୁ ବଞ୍ଚିତ ହିତାଧୀକାରୀଙ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯାଉଛି ।

ସେପଟେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଟଙ୍କା ବଣ୍ଟା ସ୍କିମ୍ ଲାଗୁ କରିବାକୁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ତେବେ ମନ୍ତ୍ରୀ ଓ ବିଧାୟକ ଏଥିରେ ସାମିଲ ହେବାକୁ ନେଇ ବର୍ଷିଛନ୍ତି ବିରୋଧୀ । ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ସରକାରଙ୍କୁ ୮ଟି ପ୍ରଶ୍ନ ପଚାରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ହିତାଧିକାରୀଙ୍କୁ ୧ଲକ୍ଷ ୭୦ ହଜାର ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ମରାମତି ଟଙ୍କା ଦେବାର ଉଦ୍ଦେଶ୍ୟ କଣ ବୋଲି ଦଳ ଜାଣିବାକୁ ଚାହିଁଛି । ସହାୟତା ନାଁରେ ନବୀନଙ୍କ ଫଟୋ ଥିବା କ୍ୟାଲେଣ୍ଡର ଦେବା ମାନେ କଣ ବୋଲି ଦଳ ପ୍ରଶ୍ନ କରିଛି । ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ଅଭିଯୋଗ ଦୋହରାଇଛି ଦଳ । ସେପଟେ ସହାୟତା ସ୍କିମ କେବଳ ନିର୍ବାଚନରେ ଭୋଟ ପାଇବାକୁ ଉଦ୍ଦିଷ୍ଟ ବୋଲି କହିଛି କଂଗ୍ରେସ ।