ହେଲେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆ ନଯିବାର ଅଭିଯୋଗ ଆଣି ଗତକାଲି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବାଘମାରି ପଞ୍ଚାତ ଅଫିସ୍ ସାମ୍ନାରେ ଅନଶନରେ ବସିଥିଲେ। ତେବେ ଅନଶନ ଭାଙ୍ଗିବା ପରେ ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ଯାଇ ବାଘମାରି ପଞ୍ଚାୟତ ଅଫିସ୍ ସାମ୍ନାରେ ପହଞ୍ଚିଥିଲା। ରିଲିଫ୍ ଚୁଡ଼ା ପୋତାଯାଇନାହିଁ, କଂଗ୍ରେସ ହୀନ ରାଜନୀତି କରୁଛି କହି ବିଜେଡି କର୍ମୀମାନେ ଗୋବର ପାଣିରେ କଂଗ୍ରେସ କର୍ମୀଙ୍କ ଅନଶନ ସ୍ଥଳୀରେ ଗୋବରପାଣି ସିଞ୍ଚି ଥିଲେ
ବିଜେଡି ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜିର ଆୟୋଜନ କରିଥିଲେ। କରୋନା ମହାମାରୀ ସ୍ଥିତିରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ ଲାଗି ନିୟମ ଥିବାବେଳେ ଏଠାରେ ଆଇନର ଉଲ୍ଲଂଘନ କରାଯାଇଛି।
ଜାତିଭିତ୍ତିକ ଜନଗଣନା ନେଇ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିଜେଡି ଜାତି ରାଜନୀତି ଚାହୁଁଛି ବୋଲି କହିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ।
ପ୍ରାୟ ଦୁଇ ବର୍ଷ ପରେ ବିଜେଡିର ପ୍ରତିବାଦ ପଲିଟିକ୍ସ । କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତକୁ ଓହ୍ଲାଇଲା ଦଳ । ଆଜି ରାଜ୍ୟତମାମ ଏଫ୍ସିଆଇ ଦପ୍ତର ଓ ଗୋଦାମ ଆଗରେ ବିଜେଡି ଧାରଣା ଦେବା ସହ ଦିଲ୍ଲୀରେ ମଧ୍ୟ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ। ତେଜୁଛି ପ୍ରତିବାଦ ଓ ପଲିଟିକ୍ସ। ରାଜ୍ୟବାସୀଙ୍କ ପ୍ରମୁଖ ସମସ୍ୟାକୁ ଆଧାର କରି ଜନତାଙ୍କ ନିକଟତର ହେବାକୁ ଅଣ୍ଟା ଭିଡିଲେଣି ବିରୋଧୀ ଦଳମାନେ। ଆବାସ କେଳେଙ୍କାରୀ ଓ ବିଦ୍ୟୁତ୍ ଦରବୃଦ୍ଧି ପ୍ରସଙ୍ଗକୁ ଧରି ବିଜେପି ରାଜ୍ୟ ସରକାରଙ୍କୁ ଘନ ଘନ ଆକ୍ରମଣ ଜାରି ରହିଥିବାବେଳେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବାମଦଳଙ୍କ ସହ ମିଶି ହୁଙ୍କାର ଦେଲାଣି କଂଗ୍ରେସ।
ଆବାସ କେଳେଙ୍କାରୀ ବିରୋଧରେ ରଣହୁଙ୍କାର ସରୁ ସରୁ ବିଦ୍ୟୁତ୍ ଦର ବୃଦ୍ଧି ପ୍ରସଙ୍ଗରେ ବିଜେପିର ଗର୍ଜନ। ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍ ସମସ୍ୟା ସହ ଶୁଳ୍କ ବୃଦ୍ଧି ଦାଉରେ ଛଟପଟ ଉପଭୋକ୍ତାଙ୍କ ଅସନ୍ତୋଷକୁ ଅସ୍ତ୍ର କରି ଦଳ ଆରମ୍ଭ କରିଛି ରାଜ୍ୟବ୍ୟାପୀ ପ୍ରତିବାଦ
ଧାରଣା,ବିକ୍ଷୋଭ,ନାରାବାଜି। ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଂଘାତିକ ଦୁର୍ନୀତି ବିରୋଧରେ ବିଜେପିର ଗର୍ଜନ କରିଛି। ଗ୍ରାଉଣ୍ଡ ଜିରୋରେ ହଙ୍ଗାମା ମଚାଇଛି ଦଳ। ୩ ଦିନିଆ ଆନ୍ଦୋଳନକ୍ରମରେ ଆଜି ରାଜ୍ୟର ସବୁ ବ୍ଲକ ଅଫିସ ଆଗରେ ଦୁର୍ନୀତି ଓ ଅନିୟମିତତା ବିରୋଧରେ ଗର୍ଜିଛି ବିଜେପି। ତାସହ ଚେତାଇ ଦେଇଛି ରାଜ୍ୟ ସରକାରଙ୍କୁ ମଧ୍ୟ। ଆଉ ବଡ଼ମ୍ବା ନରସିଂପୁରର ବ୍ଲକ୍ ଘେରାଉ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି
ଆବାସ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପୁଣି ଥରେ ବିଜେପି ଟାର୍ଗେଟ କରିଛି। ରାଜ୍ୟରେ ଜିଓ ଟ୍ୟାଗିଂ ହୋଇପାରୁନି ଏବଂ ଅଣଫନି ପ୍ରଭାବିତ ଜିଲ୍ଲା ପାଇଁ ଆବାସ ଘର ମାଗିଛନ୍ତି।
ଭୁବନେଶ୍ୱର: ବିଜେଡିରେ କୁହୁଳୁଛି କି ଦଳୀୟ ଅସନ୍ତୋଷ ? କିଛି ନେତା ଦଳରେ ପ୍ରଭାବ ବିସ୍ତାର କରିଥିବା ବେଳେ ଅନ୍ୟମାନେ ନିଜକୁ କୋଣଠେସା ମନେ କରୁନାହାନ୍ତି ତ ? ବିଧାୟକ ସୌମ୍ୟରଞ୍ଜନଙ୍କ ବିଷୋଦଗାର ପରେ ସାଂସଦ ଭର୍ତ୍ତୃହରିଙ୍କ କଟାକ୍ଷ ଏଭଳି ଚର୍ଚ୍ଚାକୁ…
ଭୁବନେଶ୍ୱର: ମଣ୍ଡିରୁ ଧାନ ଉଠା ସରିନି, ଡେଡ୍ଲାଇନ ଶେଷ । ରାଜ୍ୟରେ ଆଜି ରବି ଧାନ ସଂଗ୍ରହର ଶେଷ ଦିନ ବୋଲି ସରକାର ଘୋଷଣା କରିଥିବା ବେଳେ ଏପଟେ ମିଲରଙ୍କ ଆସିବା ବାଟକୁ ଅପେକ୍ଷା କରିଛନ୍ତି ରାଜ୍ୟର ହଜାର ହଜାର ଚାଷୀ…
ଭୁବନେଶ୍ୱର: ବିଜେପି-ବିଜେଡି ମଧ୍ୟରେ ତୀବ୍ର ହେଉଛି ଟିକା କେନ୍ଦ୍ରରେ ଫଟୋ କଳି । ପ୍ରଥମେ ଟିକାକରଣ କେନ୍ଦ୍ରରେ ଦୁଇଦଳ ମୁହାଁମୁହିଁ ହେବା ପରେ ଆଜି ଟୁଇଟରରେ ପରସ୍ପରକୁ ଆକ୍ରମଣ କରିଛନ୍ତି ଉଭୟ ଦଳ । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ…
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୧ଟି ପ୍ରସ୍ତାବକୁ ମିଳିଛି ମଂଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଅର୍ଥ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସାଧାରଣ ପ୍ରଶାସନ ବିଭାଗ, ଗୃହ ନିର୍ମାଣ ଓ ନଗର…
ଭୁବନେଶ୍ୱର: ଏସଡିଜି ରିପୋର୍ଟକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । କହିଲେ ଓଡ଼ିଶାର ସ୍ଥିତି ଭଲ ନାହିଁ, ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ୍ । ଏସଡିଜି ରିପୋର୍ଟ ଖୋଲିଦେଲା ସରକାରଙ୍କ ପୋଲ ।…