• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୨୨ ମସିହା, ଜାନୁୟାରୀ ମାସ ୧ ତାରିଖ, ଶନିବାର, ଧନୁ ୧୭ ଦିନ, ପୌଷମାସ, କୃଷ୍ଣପକ୍ଷ ତ୍ରୟୋଦଶୀ । ଯୁକ୍ତ ଚତୁର୍ଦ୍ଦଶୀ ତିଥି, ଜ୍ୟେଷ୍ଠା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ତେବେ ଏହାରି ଭିତରେ ନୂଆ ବର୍ଷଟି ବିଜେପି ପାଇଁ କେମିତି ରହିବ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ କଭଳି ରହିବ ନୂଆ ବର୍ଷ । କାରଣ ଆଗକୁ ଦେଶରେ ପୁଣି ଥରେ ନିର୍ବାଚନ ହେବାକୁ ଯାଉଛି । ଖୁବ୍‌ ଶୀଘ୍ର ପଞ୍ଚାୟତ ନିର୍ବାଚନ ହେବା ସହ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ତେବେ ମୋଦିଙ୍କ ପଲ୍ଲା କେତେ ଭାରି ରହିବ ? ସେନେଇ ଆମ୍ ଟିମ୍‌ ଜ୍ୟୋତିର୍ବିତଙ୍କ ସହ ଆଲୋଚନା କରିଛନ୍ତି ।

ତେବେ ଜ୍ୟୋତିର୍ବିତଙ୍କ କହିବାନୁଯାୟୀ...

ବିଜେପି ପାଇଁ ଏଥର ଅଧିକ ପରିଶ୍ରମ କରିବାକୁ ପଡ଼ିବ । ନରେନ୍ଦ୍ର ମୋଦିଙ୍କ ଜାତକ ବିଛା ରାଶି ଓ ଅନୁରାଧା ନକ୍ଷତ୍ର । ବିଛା ଲଗ୍ନ ହୋଇଥିବାରୁ ତାଙ୍କର ପଲ୍ଲା ଭାରି ରହିବ । ଯେନତେନ ପ୍ରକାରେ ବିଭିନ୍ନ ଆଞ୍ଚଳିକ ଦଳର ସହଯୋଗ ଲୋଡ଼ିବେ । ଏହା ହେଲେ ପୂନର୍ବାର ମୋଦିଙ୍କୁ ରାଜନୈତିକ କ୍ଷେତ୍ରରେ ଆହୁରି ସଫଳତା ମିଳିବ । ବିଜେପିର ଉତ୍ତରଣ ହେବ ଏବଂ ମୋଦିଙ୍କ ପ୍ରତି ଆସ୍ଥା ଆହୁରି ବଢ଼ିବ ।

କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କ ପାଇଁ ୨୦୨୨ କିପରି ରହିବ ?

ପୂର୍ବ ଅପେକ୍ଷା କଂଗ୍ରେସ ଖରାପ ପ୍ରଦର୍ଶନ କରିବ । ତଥାପି କିଛି ସ୍ଥାନରେ ଦଳୀୟ ରଣନୀତି କଂଗ୍ରେସକୁ ସଫଳତା ଦେଇପାରେ । ରାହୁଲଙ୍କ ଜାତକ ବିଛା ରାଶି, ଜ୍ୟେଷ୍ଠା ନକ୍ଷତ୍ର ଓ ମିଥୁନ ଲଗ୍ନ । କଂଗ୍ରେସ ଯୁବରାଜଙ୍କ ପାଇଁ ଏବର୍ଷ ଏତେ ଭଲ ରହିନପାରେ । ଦଳୀୟ କନ୍ଦଳ ରାହୁଲଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

BJD ପାଇଁ ଏବର୍ଷ କେତେ ଚ୍ୟାଲେଞ୍ଜ ହେବ ଓ ପଞ୍ଚାୟତ ନିର୍ବାଚନରେ ବିଜେଡି କିପରି ପ୍ରଦର୍ଶନ କରିବ ?

ବିଜେଡି ପାଇଁ ଏବର୍ଷଟି ସଂଘର୍ଷମୟ ରହିବ । ଦଳୀୟ ଅନ୍ତର୍ଦ୍ୱନ୍ଦ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବ । ନବୀନଙ୍କର ମିଥୁନ ରାଶି, ଆଦର୍ରା ନକ୍ଷତ୍ର, ଧନୁ ଲଗ୍ନ । ତଥାପି ପଞ୍ଚାୟତ ଓ ପୌର ନିର୍ବାଚନରେ ସଫଳତା ପାଇବେ ମୁଖ୍ୟମନ୍ତ୍ରୀ । ଏସବୁ ଭିତରେ ପ୍ରାଶାସନିକ ଅଦଳବଦଳ ଓ ମନ୍ତ୍ରିମଣ୍ଡଳର ନବକଳେବର ନୂଆ ବିବାଦ ଛିଡ଼ା କରିପାରେ ।