ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ
ଏଥିପାଇଁ ଯାହା ବ୍ୟବସ୍ଥା ଦରକାର ତାହା ବିଧାନସଭାରେ କରାଯିବ। ଏଥର ନିର୍ବାଚନରେ ପଞ୍ଚାୟତ ପୁନର୍ଗଠନ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।ଏହାର ଜବାବରେ ବିଜେପିର ଭୃଗୁ ବକ୍ସିପାତ୍ର କହିଛନ୍ତି, ପଞ୍ଚାୟତ ନିର୍ବାଚନ ତ ତା' ସମୟରେ ହେବ।
ସନ୍ଧ୍ୟା ଆରମ୍ଭ ହେଉ ହେଉ ପାର୍କରେ ଡେରା ପକାଉଛନ୍ତି ମାଳ ମାଳ ବିଜେଡି ନେତା, ମନ୍ତ୍ରୀ ଓ ତାଙ୍କ ସମର୍ଥକ। ଏମାନେ ସବୁ କୁଆଡ଼େ ଗଂଜାମ ଜିଲ୍ଲାରେ ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମକୁ କିପରି ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବେ ତାକୁ ଦେଖିବାକୁ ଆସୁଛନ୍ତି। ୩୦ ତାରିଖ ଭିତରେ ୧୦୮ ବିଧାୟକ ଆସିବା କାର୍ଯ୍ୟକ୍ରମ ରହିଛି।
ସାରା ଦେଶରେ ଜାତିଭିତ୍ତିକ ଜନଗଣନାକୁ ବିଜେପି ସହଯୋଗ ଦଳମାନେ ମଧ୍ୟ ସମର୍ଥନ କରୁଛନ୍ତି ମାତ୍ର ଓଡ଼ିଶା ବିଜେପି ନେତାମାନେ ଏ ପ୍ରସଙ୍ଗରେ ଚୁପ୍ ରହିବା ପଛୁଆ ବର୍ଗଙ୍କ ପ୍ରତି ସେମାନଙ୍କ ମନୋଭାବକୁ ପ୍ରଦର୍ଶନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ପଛୁଆ ବର୍ଗଙ୍କୁ ନ୍ୟାୟ ନ ମିଳିବା ଯାଏଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଜାତିଭିତ୍ତିକ ଜନଗଣନା ଦାବି ଦୋହରାଇଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ କୁମାର ସାହୁ ଏହାକୁ ପୁଣି ଥରେ ଦୋହରାଇଛନ୍ତି ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କୁ ହଇରାଣ ହରକତ କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ବୀମା କମ୍ପାନୀ ମାନେ ଅଧିକ ଟଙ୍କା ବୀମା ବାବଦକୁ ନେଉଥିବା ବେଳେ କମ୍ ଟଙ୍କା ଦେଉଛନ୍ତି। ଓଡ଼ିଶାରେ ୨୦୨୦ ମସିହାରେ ଚାଷୀ ମାନେ ୬ ହଜାର ୧୬୩ କୋଟି ଟଙ୍କା ବୀମା ପାଇଁ ଦେଇଥିବା ବେଳେ ପାଇଛନ୍ତି ମାତ୍ର ୫ ହଜାର କୋଟି। ବାକି ହଜାରେ କୋଟି ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ
ସ୍ମାର୍ଟ ହେଲ୍ଥ କାର୍ଡ ପରେ ସ୍ମାର୍ଟ ସ୍କୁଲ୍ । ପଞ୍ଚାୟତ ନିର୍ବାଚନୀ ହାଓ୍ୱା ଯେତିକିି ବଢୁଛି ପ୍ରଚାର ବି ସେତିକି ବେଗ ଧରୁଛି । ଆଜି ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁର ହିଞ୍ଜିଳି ଓ ଶେରଗଡ ବ୍ଲକ୍ର ୫୦ଟି ସ୍କୁଲ୍କୁ ସ୍ମାର୍ଟ ସ୍କୁଲ୍ ଭାବେ ଉଦଘାଟନ କରିଛନ୍ତି ।
ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି । ଗତକାଲି ରାଜ୍ୟରେ ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟ ରାଜନୀତିରେ ଉଷ୍ମତା ଭରିଯାଇଛି ।
ମାଲକାନଗିରିରେ ବିିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରଛନ୍ତି ମୁଖ୍ୟମନ୍ତ୍ରୀ । ସଦର ମହକୁମାସ୍ଥିତ ସଂସ୍କୃତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ ସହ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେମିତି ବାଟବଣା, ଯେତେ ବଖାଣିଲେ ସରୁନି । ଫନି ବାତ୍ୟାର ଦୁଇବର୍ଷ ପରେ ବି ପୁରୀ ଜିଲ୍ଲାର ଶହ ଶହ ବିପନ୍ନ କଚ୍ଚା ଓ ଜରିପାଲ ଘରେ ଦୁର୍ଦ୍ଦିନରେ ଥାଇ ସରକାରୀ ଘର ଖଣ୍ଡେ ପାଇଁ ଚାହିଁ ଚାହିଁ ଆଖିରୁ ପାଣି ମଲାଣି ।
ଏହାର ଜବାବ ରଖିଛି ବିଜେଡି। ପିତାମ୍ବରଙ୍କୁ ପାଲଟା ମିଛୁଆ କହିବା ସହ ବିଜେଡିର ନିଷ୍ପତ୍ତି ଐତିହାସିକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ଆସନ୍ତା ପଞ୍ଚାୟତ ଓ ପରବର୍ତ୍ତୀ ନିର୍ବାଚନରେ ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀ ଦେବା ନେଇ ଗତକାଲି ଘୋଷଣା କରିଥିଲା ବିଜେଡି।
ଓବିସିଙ୍କୁ ନେଇ ବଡ଼ କାର୍ଡ଼ ଖେଳିଲା ବିଜୁ ଜନତା ଦଳ ବିଜେଡ଼ି। ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ ବିଜେଡ଼ି ଦେବ ବୋଲି ଘୋଷଣା ହୋଇଛି। ଏନେଇ ପ୍ରେସମିଟ୍ କରି ବିଧିବଦ୍ଧ ଭାବରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ ସାହୁ। ଉଭୟ ମନ୍ତ୍ରୀ କହିଛନ୍ତି କି ସଂରକ୍ଷଣ ନେଇ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ।
କୋଭିଡ ଗାଇଡଲାଇନ ମାନିବା ପାଇଁ ପ୍ରଶାସନ ଚେତାବନୀ ଦେଉଥିବାବେଳେ ନିୟମ ଉଲ୍ଲଘଂନକାରୀଙ୍କୁ କଡା ସଜା ଦେଉଛି। ହେଲେ ଏଠି କୋଭିଡ୍ କଟକଣାର ଖୋଲା ଉଲ୍ଲଂଘନ କରିଛନ୍ତି ଖୋଦ ଶାସକ ଦଳର ବିଧାୟକ, ସାଂସଦ, ନେତା ଓ କର୍ମୀ।
ହେଲେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆ ନଯିବାର ଅଭିଯୋଗ ଆଣି ଗତକାଲି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବାଘମାରି ପଞ୍ଚାତ ଅଫିସ୍ ସାମ୍ନାରେ ଅନଶନରେ ବସିଥିଲେ। ତେବେ ଅନଶନ ଭାଙ୍ଗିବା ପରେ ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ଯାଇ ବାଘମାରି ପଞ୍ଚାୟତ ଅଫିସ୍ ସାମ୍ନାରେ ପହଞ୍ଚିଥିଲା। ରିଲିଫ୍ ଚୁଡ଼ା ପୋତାଯାଇନାହିଁ, କଂଗ୍ରେସ ହୀନ ରାଜନୀତି କରୁଛି କହି ବିଜେଡି କର୍ମୀମାନେ ଗୋବର ପାଣିରେ କଂଗ୍ରେସ କର୍ମୀଙ୍କ ଅନଶନ ସ୍ଥଳୀରେ ଗୋବରପାଣି ସିଞ୍ଚି ଥିଲେ
ବିଜେଡି ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜିର ଆୟୋଜନ କରିଥିଲେ। କରୋନା ମହାମାରୀ ସ୍ଥିତିରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ ଲାଗି ନିୟମ ଥିବାବେଳେ ଏଠାରେ ଆଇନର ଉଲ୍ଲଂଘନ କରାଯାଇଛି।
ଜାତିଭିତ୍ତିକ ଜନଗଣନା ନେଇ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିଜେଡି ଜାତି ରାଜନୀତି ଚାହୁଁଛି ବୋଲି କହିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ।
ପ୍ରାୟ ଦୁଇ ବର୍ଷ ପରେ ବିଜେଡିର ପ୍ରତିବାଦ ପଲିଟିକ୍ସ । କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତକୁ ଓହ୍ଲାଇଲା ଦଳ । ଆଜି ରାଜ୍ୟତମାମ ଏଫ୍ସିଆଇ ଦପ୍ତର ଓ ଗୋଦାମ ଆଗରେ ବିଜେଡି ଧାରଣା ଦେବା ସହ ଦିଲ୍ଲୀରେ ମଧ୍ୟ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ। ତେଜୁଛି ପ୍ରତିବାଦ ଓ ପଲିଟିକ୍ସ। ରାଜ୍ୟବାସୀଙ୍କ ପ୍ରମୁଖ ସମସ୍ୟାକୁ ଆଧାର କରି ଜନତାଙ୍କ ନିକଟତର ହେବାକୁ ଅଣ୍ଟା ଭିଡିଲେଣି ବିରୋଧୀ ଦଳମାନେ। ଆବାସ କେଳେଙ୍କାରୀ ଓ ବିଦ୍ୟୁତ୍ ଦରବୃଦ୍ଧି ପ୍ରସଙ୍ଗକୁ ଧରି ବିଜେପି ରାଜ୍ୟ ସରକାରଙ୍କୁ ଘନ ଘନ ଆକ୍ରମଣ ଜାରି ରହିଥିବାବେଳେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବାମଦଳଙ୍କ ସହ ମିଶି ହୁଙ୍କାର ଦେଲାଣି କଂଗ୍ରେସ।
ଆବାସ କେଳେଙ୍କାରୀ ବିରୋଧରେ ରଣହୁଙ୍କାର ସରୁ ସରୁ ବିଦ୍ୟୁତ୍ ଦର ବୃଦ୍ଧି ପ୍ରସଙ୍ଗରେ ବିଜେପିର ଗର୍ଜନ। ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍ ସମସ୍ୟା ସହ ଶୁଳ୍କ ବୃଦ୍ଧି ଦାଉରେ ଛଟପଟ ଉପଭୋକ୍ତାଙ୍କ ଅସନ୍ତୋଷକୁ ଅସ୍ତ୍ର କରି ଦଳ ଆରମ୍ଭ କରିଛି ରାଜ୍ୟବ୍ୟାପୀ ପ୍ରତିବାଦ
ଧାରଣା,ବିକ୍ଷୋଭ,ନାରାବାଜି। ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଂଘାତିକ ଦୁର୍ନୀତି ବିରୋଧରେ ବିଜେପିର ଗର୍ଜନ କରିଛି। ଗ୍ରାଉଣ୍ଡ ଜିରୋରେ ହଙ୍ଗାମା ମଚାଇଛି ଦଳ। ୩ ଦିନିଆ ଆନ୍ଦୋଳନକ୍ରମରେ ଆଜି ରାଜ୍ୟର ସବୁ ବ୍ଲକ ଅଫିସ ଆଗରେ ଦୁର୍ନୀତି ଓ ଅନିୟମିତତା ବିରୋଧରେ ଗର୍ଜିଛି ବିଜେପି। ତାସହ ଚେତାଇ ଦେଇଛି ରାଜ୍ୟ ସରକାରଙ୍କୁ ମଧ୍ୟ। ଆଉ ବଡ଼ମ୍ବା ନରସିଂପୁରର ବ୍ଲକ୍ ଘେରାଉ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି
ଆବାସ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପୁଣି ଥରେ ବିଜେପି ଟାର୍ଗେଟ କରିଛି। ରାଜ୍ୟରେ ଜିଓ ଟ୍ୟାଗିଂ ହୋଇପାରୁନି ଏବଂ ଅଣଫନି ପ୍ରଭାବିତ ଜିଲ୍ଲା ପାଇଁ ଆବାସ ଘର ମାଗିଛନ୍ତି।
ଭୁବନେଶ୍ୱର: ବିଜେଡିରେ କୁହୁଳୁଛି କି ଦଳୀୟ ଅସନ୍ତୋଷ ? କିଛି ନେତା ଦଳରେ ପ୍ରଭାବ ବିସ୍ତାର କରିଥିବା ବେଳେ ଅନ୍ୟମାନେ ନିଜକୁ କୋଣଠେସା ମନେ କରୁନାହାନ୍ତି ତ ? ବିଧାୟକ ସୌମ୍ୟରଞ୍ଜନଙ୍କ ବିଷୋଦଗାର ପରେ ସାଂସଦ ଭର୍ତ୍ତୃହରିଙ୍କ କଟାକ୍ଷ ଏଭଳି ଚର୍ଚ୍ଚାକୁ…
ଭୁବନେଶ୍ୱର: ମଣ୍ଡିରୁ ଧାନ ଉଠା ସରିନି, ଡେଡ୍ଲାଇନ ଶେଷ । ରାଜ୍ୟରେ ଆଜି ରବି ଧାନ ସଂଗ୍ରହର ଶେଷ ଦିନ ବୋଲି ସରକାର ଘୋଷଣା କରିଥିବା ବେଳେ ଏପଟେ ମିଲରଙ୍କ ଆସିବା ବାଟକୁ ଅପେକ୍ଷା କରିଛନ୍ତି ରାଜ୍ୟର ହଜାର ହଜାର ଚାଷୀ…
ଭୁବନେଶ୍ୱର: ବିଜେପି-ବିଜେଡି ମଧ୍ୟରେ ତୀବ୍ର ହେଉଛି ଟିକା କେନ୍ଦ୍ରରେ ଫଟୋ କଳି । ପ୍ରଥମେ ଟିକାକରଣ କେନ୍ଦ୍ରରେ ଦୁଇଦଳ ମୁହାଁମୁହିଁ ହେବା ପରେ ଆଜି ଟୁଇଟରରେ ପରସ୍ପରକୁ ଆକ୍ରମଣ କରିଛନ୍ତି ଉଭୟ ଦଳ । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ…
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୧ଟି ପ୍ରସ୍ତାବକୁ ମିଳିଛି ମଂଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଅର୍ଥ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସାଧାରଣ ପ୍ରଶାସନ ବିଭାଗ, ଗୃହ ନିର୍ମାଣ ଓ ନଗର…