• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

cricket
ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍‌ କାର୍ଯ୍ୟସୂଚୀ ୨୦-୨୧ ଘୋଷଣା

କାନବେର୍ରା: ୨୦୨୦-୨୧ ବର୍ଷ ପାଇଁ ଉଭୟ ପୁରୁଷ ଓ ମହିଳା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା କ୍ରିକେଟ୍‌ ଅଷ୍ଟ୍ରେଲିଆ। ଭାରତୀୟ ପୁରୁଷ ଦଳ ବିପକ୍ଷ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ କାର୍ଯ୍ୟସୂଚୀ ଘୋଷଣା କରିଛି। ଯେଉଁଥିରେ ୩ ଟି-୨୦, ୪ ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍‌ ରହିଛି। ଅକ୍ଟୋବର୧୧ରୁ ଜାନୁଆରୀ ୧୭ ଭିତରେ ଏହି ମ୍ୟାଚ୍‌ ଖେଳାଯିବ। ଏବଂ ଗ୍ରୀଷ୍ମ ସମୟରେ ସୁରୁଖୁରରେ ମ୍ୟାଚ୍‌ ପରିଚାଳନା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି ସିଏ। […]

  • Monday, 26 July 2021
dhoni
ଅବସର ନେଇ ଧୋନିଙ୍କୁ କେହି ନିର୍ଦ୍ଦେଶ ଦେବା ଉଚିତ୍‌ ନୁହେଁ: ଗ୍ୟାରୀ କିର୍ଷ୍ଟେନ

ନୂଆଦିଲ୍ଲୀ: ଟିମ୍‌ ଉଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଅନେକ ସମୟରେ ବିଭିନ୍ନ କଥା ଶୁଣିବାକୁ ମିଳୁଥିବା ବେଳେ ଭାରତକୁ ବିଶ୍ୱକପ୍‌ ଜିତାଇଥିବା କୋଚ୍ ଗ୍ୟାରୀ କିର୍ଷ୍ଟେନ ଧୋନିଙ୍କୁ ପ୍ରଶଂସା କରିଛନ୍ତି। ଆଧୁନିକ ସମୟର ଖେଳାଳିମାନଙ୍କ ମଧ୍ୟରୁ ଧୋନି ଜଣେ ମହାନ ଖେଳାଳି। ତେଣୁ ତାଙ୍କ ନିଜସ୍ୱ ଷ୍ଟାଇଲ୍‌ରେ ଅବସର ନେବାକୁ ଦିଆଯାଉ ବୋଲି ଗ୍ୟାରୀ କହିଛନ୍ତି। ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଇଣ୍ଡର୍‌ଭ୍ୟୁ ଦେଇ ଗ୍ୟାରୀ କହିଛନ୍ତି, “ଏମ୍‌ଏସ୍‌ […]

  • Monday, 26 July 2021
dhoni
ଲକ୍‌ଡାଉନ୍‌ରେ ଧୋନିଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ: ବିଶ୍ୱକପ୍‌ ୨୦୧୯ ପରେ କ୍ରିକେଟ୍‌ ଠାରୁ ଦୂରେଇ ରହିଥିବା ଧୋନିଙ୍କ ପ୍ରଂଶସକମାନେ ଭାବିଥିଲେ, ଚଳିତ ଆଇପିଏଲ୍‌ରେ ଧୋନି ପୁଣିଥରେ କ୍ରିକେଟ୍‌କୁ ଫେରିବେ। ବିସ୍ଫୋରକ ପାଳି ଖେଳିବା ସହିତ ତାଙ୍କ କ୍ୟାପ୍ଟେନ୍‌ସିପ୍‌ରେ ଦର୍ଶକଙ୍କୁ ବାନ୍ଧି ରଖିବେ। କିନ୍ତୁ ଅବଶୋଷ ତାହା ହେଲାନି। କରୋନା ଭାଇରସ୍‌ ପାଇଁ ଆଇପିଏଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କେବଳ ଆଇପିଏଲ୍‌ ନୁହେଁ, କୌଣସି ମ୍ୟାଚ୍‌ ହେଉନି। ଏହି ସମୟରେ ଅନେକ କ୍ରିକେଟ୍‌ ଖେଳାଳି ସୋସିଆଲ୍ ମିଡିଆରେ ଫ୍ୟାନ୍‌ଙ୍କ ସମ୍ମୁଖକୁ ଆସୁଛନ୍ତି। […]

  • Monday, 26 July 2021
chuni-goswami
ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ‌ ଚୁନି ଗୋସ୍ୱାମୀଙ୍କ ପରଲୋକ

କଲୋକତା: ପୂର୍ବତନ ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ ଅଧିନାୟକ‌ ଚୁନି ଗୋସ୍ୱାମୀଙ୍କ ପରଲୋକ ହୋଇଯାଇଛି। ୧୯୬୨ ମସିହାରେ ହୋଇଥିବା ଏସିଆନ୍‌ ଗେମ୍ସରେ ଭାରତୀୟ ଫୁଟ୍‌ବଲ୍‌ ଦଳର ନେତୃତ୍ୱ ନେଇ ଗୋସ୍ୱାମୀ ଦଳକୁ ସ୍ୱର୍ଣ୍ଣ ପଦକ ଜିତାଇଥିଲେ। ଚୁନି ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଆଜି ୮୨ ବର୍ଷରେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି। ପତ୍ନି ବାସନ୍ତି ଓ ପୁତ୍ର ସୁଦିପ୍ତୋଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ଏହି ମହାନ ଫୁଟ୍‌ବଲ ଷ୍ଟାର୍। ମିଳିଥିବା ଖବର […]

  • Monday, 26 July 2021
yonush
ଋଷିଙ୍କ ଦେହାନ୍ତରେ ମର୍ମାହତ ପାକ୍ କ୍ରିକେଟର୍ : ୱକାର କହିଲେ, ହୃଦୟ ଭାଙ୍ଗିଗଲା

ମୁମ୍ବାଇ: ବିଶିଷ୍ଟ ଅଭିନେତା ଋଷି କପୁରଙ୍କର ୬୭ ବର୍ଷରେ ପରଲୋକ ହୋଇଛି। ମୁମ୍ବାଇର ଚନ୍ଦନୱାଡ଼ି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ବୁଧବାର ରାତିରେ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଉ ଆଜି ସକାଳ ୮.୪୫ରେ ତାଙ୍କର ପରଲୋକ ହୋଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ବଲିଉଡ୍‌କୁ ଅଲ୍‌ବିଦା କହିଥିଲେ ଭର୍ଷାଟାଇଲ୍‌ ଆକ୍ଟର ଇର୍‌ଫାନ ଖାନ୍। ଅନ୍ତଃନଳୀରେ ସମସ୍ୟା ଯୋଗୁ ମୁମ୍ବାଇର କୋକିଲାବେନ୍‌ ହସ୍‌ପିଟାଲ୍‌ରେ ତାଙ୍କର ଦେହାନ୍ତ […]

  • Monday, 26 July 2021
kapil-dev
କପିଲ୍‌ଙ୍କ ନୂଆ ଲୁକ୍‌: ବାହୁବଳିର କଟ୍ଟପା ସହିତ ତୁଳନା କଲେ ପ୍ରଶଂସକ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ରେ ବିଶ୍ୱକପ୍‌ ବିଜେତା ବାରତୀୟ ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ କପିଲ୍ ଦେବଙ୍କ ନୂଆ ଲୁକ୍‌ ଏବେ ଭାଇରଲ୍‌ ହେଉଛି। କପିଲ୍‌ଙ୍କ ନୂଆ ଲୁକ୍‌ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। ଟ୍ୱିଟରରେ କପିଲଙ୍କ ଏହି ନୂଆ ଲୁକକୁ ପ୍ରଶଂସକ ଭିନ୍ନ ଭିନ୍ନ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି। ଭାରତର ଏହି କିମ୍ବଦନ୍ତୀ ଅଲରାଉଣ୍ଡର ନିଜର ମୁଣ୍ଡକୁ ଲଣ୍ଡା କରିଦେଇଛନ୍ତି। କପିଲ୍ ଲଣ୍ଡା ହୋଇଥିଲେ ହେଁ, ଷ୍ଟାଇଲିଶ୍ ଦାଢ଼ି ରଖିଛନ୍ତି। କପିଲଙ୍କ ଏହି ନୂଆ ଲୁକ୍ ପୂର୍ବ […]

  • Monday, 26 July 2021
lo
ଚଳିତ ବର୍ଷ ଟି-୨୦ ବିଶ୍ୱକପ ହେବ ନା ହେବନି, କ'ଣ କହିଲା ଆସିସି ?

ମେଲବର୍ଣ୍ଣ: ଚଳିତ ବର୍ଷ ଆଇସିସି ଟି-୨୦ ବିଶ୍ୱକପର ଆୟୋଜନ ହେବ କି ନାହିଁ, ତାହା ଆଶଙ୍କା ଭିତରେ ରହିଛି। ତେବେ ଆଇସିସି ବିଶ୍ୱକପ୍ ଆୟୋଜନ ନେଇ ନିଶ୍ଚିନ୍ତ ଅଛି। ଏ ନେଇ ଆଇସିସି ପକ୍ଷରୁ କୁହାଯାଇଛି, ଆମେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସେହିଭଳି ଯୋଜନା କରୁଛୁ, ଯେଉଁଭଳି ଭାବେ ଏହା ହେବା ଦରକାର। କିନ୍ତୁ ବର୍ତ୍ତମାନ ସମୟରେ କୌଣସି ନିଷ୍ପତ୍ତି ନେବା ସଅଳ ହୋଇଯିବ। ବର୍ତ୍ତମାନ ପରିସ୍ଥିତି ଯେଉଁଭଳି ବଦଳୁଛି, ତାକୁ ଆଖି ଆଗରେ ରଖି […]

  • Monday, 26 July 2021
dhoi
ଧୋନି ଓ ଗାଙ୍ଗୁଲିଙ୍କ ମଧ୍ୟରୁ କାହାକୁ ଉନ୍ନତ କ୍ୟାପ୍‌ଟେନ୍‌ ମାନନ୍ତି ଜାହିର୍ ଖାନ୍‌ ?

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଜାହିର୍ ଖାନ୍ ଉଭୟ ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଖେଳିସାରିଛନ୍ତି। ଗାଙ୍ଗୁଲି ଓ ଧୋନିଙ୍କ କ୍ୟାପଟେନ୍ସି ମଧ୍ୟରେ କ’ଣ ଫରକ ରହିଛି, ତାକୁ ନେଇ ଜାହିର ବଡ଼ ବୟାନ ଦେଇଛନ୍ତି। ଜାହିରଙ୍କ ମତରେ ଭାରତର ଦୁଇ ସଫଳ କ୍ୟାପଟେନ୍ ଗାଙ୍ଗୁଲି ଓ ଧୋନିଙ୍କ ମଧ୍ୟରେ ଅନେକ ସମାନତା ଅଛି। ଜାହିର୍ କହିଛନ୍ତି, ଗାଙ୍ଗୁଲି ମୋତେ ଯେଉଁଭଳି ସପୋର୍ଟ କରିଥିଲେ, ସେହିଭଳି ସପୋର୍ଟ କ୍ୟାରିୟର ଆରମ୍ଭରୁ […]

  • Monday, 26 July 2021
babita
ବବିତାଙ୍କ ଟ୍ୱିଟ୍‌କୁ ନେଇ ହଙ୍ଗାମା: ଜବାବରେ କହିଲେ, ମୁଁ ଅସଲି ବବିତା ଫୋଗାଟ୍, ଧମକରେ ଡରିବିନି

ନୂଆଦିଲ୍ଲୀ: ଦେଶ କରୋନା ମହାମାରୀ ସହିତ ଲଢ଼ୁଥିବା ବେଳେ ବେପରୁଆପଣ ଯୋଗୁ କରୋନା ବ୍ୟାପିବା ନେଇ ସାରା ଦେଶରେ ସମାଲୋଚିତ ହୋଇଥିଲା ଇସ୍ଲାମୀୟ ଧାର୍ମିକ ସଂଗଠନ ତବଲିଗୀ ଜମାତ। ଏହାକୁ ନେଇ ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନିକଟରେ ଭାରତର ଷ୍ଟାର୍ ରେସଲର୍ ବବିତା ଫୋଗାଟ୍ ମଧ୍ୟ ତବଲିଗି ଜମାତକୁ ନେଇ ଏକ ଟ୍ୱିଟ୍ କରିଥିଲେ। ପରେ ଏହି ଟ୍ୱିଟ୍‌କୁ ନେଇ ବିବାଦ ଉପୁଜିଥିଲା। କିଛି ଲୋକ ତାଙ୍କୁ ପେସ୍‌ବୁକ୍‌, ହ୍ୱାଟ୍‌ସଆପ୍‌ରେ ମେସେଜ୍‌ କରି ନାନା […]

  • Monday, 26 July 2021
wasni
ବିଶ୍ୱର ଶ୍ରେଷ୍ଠ ବୋଲର କିଏ ?

ମେଲବର୍ଣ୍ଣ: ବିଶ୍ୱର ଦୁଇ ଶ୍ରେଷ୍ଠ ଅପସ୍ପିନର ହେଉଛନ୍ତି ଟିମ ଇଣ୍ଡିଆର ରବିଚନ୍ଦ୍ରନ ଅଶ୍ୱିନ ଓ ଅଷ୍ଟ୍ରେଲିଆର ନେଥନ ଲାୟନ। ଏମାନଙ୍କୁ ମଧ୍ୟରୁ ଶ୍ରେଷ୍ଠ ଅପସ୍ପିନର କିଏ? ଏହାର ଉତ୍ତର ଅଷ୍ଟ୍ରେଲିଆର ପୂର୍ବତନ ଚାଇନାମ୍ୟାନ ବୋଲର ବ୍ରାଡ ହଗ। ସେ କହିଛନ୍ତି, ଅଶ୍ୱିନ ନିଶ୍ଚିତ ଭାବେ ଜଣେ ଭଲ ବୋଲର। ହେଲେ ଟେଷ୍ଟ କ୍ରିକେଟରେ ଅଶ୍ୱିନଙ୍କ ତୁଳନାରେ ଲାୟନ ବେଶ ଘାତକ। ସାରା ବିଶ୍ୱରେ କରୋନା ପାଇଁ ଲକଡାଉନ ଲାଗୁ କରାଯାଇଛି। ଅନ୍ୟମାନଙ୍କ ଭଳି ଅଷ୍ଟ୍ରେଲିଆ ପାଇଁ ୭ଟି […]

  • Monday, 26 July 2021
virat
ସଚିନ୍‌ ଓ ବିରାଟ କିଏ ବେଷ୍ଟ, କ'ଣ କହିଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କ ?

ମେଲବର୍ଣ୍ଣ: ଜଣଙ୍କୁ କ୍ରିକେଟ୍‌ର ଗଡ୍ ବୋଲି କୁହାଯାଏ, ଆଉ ଜଣେ ବର୍ତ୍ତମାନ ବିଶ୍ୱର ନମ୍ବର୍‌ ୱାନ୍‌ ବ୍ୟାଟ୍ସମ୍ୟାନ୍। ସଚିନ୍ ଓ ବିରାଟ୍ ଏହି ଦୁଇ ଖେଳାଳିଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ।  ବିରାଟ୍‌ଙ୍କ ଖେଳ ଦେଖିଲେ ସେ ସଚିନ୍‌ଙ୍କ ରେକର୍ଡ କାଟିପାରନ୍ତି ବୋଲି ଅନେକ ସମୟରେ ଚର୍ଚ୍ଚା ହୁଏ। ତେବେ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ କ’ଣ ସମାନତା ରହିଛି ଏବଂ କ’ଣ ଫରକ ରହିଛି, ତା’ର ଖୁଲାସା କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ […]

  • Monday, 26 July 2021
team-india
ଲକ୍‌ଡାଉନ୍‌ ପାଇଁ ଘରେଥିବା ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ଉପରେ ନଜର୍‌ ରଖିବ ଏହି ଆପ୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ବର୍ତ୍ତମାନ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏଭଳି ସ୍ଥିତିରେ ଭାରତୀୟ କ୍ରିକେଟ୍ ଟିମର ଖେଳାଳିମାନେ ନିଜ ନିଜର ଘରେ ଅଛନ୍ତି। ଯେହେତୁ ଏବେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାର ନାହିଁ, ତେଣୁ ପ୍ରତି ଖେଳାଳିମାନଙ୍କ ଫିଟନେସ୍ ଉପରେ ଖାସ୍ ନଜର ରଖୁଛି ବିସିସିଆଇ। ଏହି ଲକଡାଉନ୍ ସମୟରେ ଟିମର ଖେଳାଳିମାନଙ୍କୁ ଏକ ଫିଟନେସ୍ ଚାର୍ଟ ଦିଆଯାଇଛି। ଏବଂ ଟ୍ରେନର ନିକ୍ ୱେବ୍ ଓ ଫିଜିଓ ନୀତୀନ ପଟେଲ୍ ଆଥଲେଟିକ୍ସ […]

  • Monday, 26 July 2021
messsi
କରୋନା ମୁକାବିଲା ପାଇଁ ଦାନ କଲେ ଫୁଟ୍‌ବାଲ୍ ଷ୍ଟାର୍

ନୂଆଦିଲ୍ଲୀ:ଆର୍ଜେଣ୍ଟିନାର ଷ୍ଟାର୍ ଫୁଟବଲର୍ ଲିଓନେଲ୍ ମେସି କରୋନାଭାଇରସ୍ ବିରୋଧରେ ଲଢ଼ିବା ପାଇଁ ବାର୍ସିଲୋନାରେ ଏକ ହସ୍ପିଟାଲକୁ ୧୦ଲକ୍ଷ ୟୁରୋ ଅର୍ଥାତ୍ ୮କୋଟି ଟଙ୍କା ଡୋନୋଶନ୍ ଆକାରରେ ପ୍ରଦାନ କରିଛନ୍ତି। ଏକ ୱେବସାଇଟର ରିପୋର୍ଟ ଅନୁଯାୟୀ, ମେସି ଏହି ଅର୍ଥରାଶି ହସ୍ପିଟାଲ୍ କ୍ଲିନିକ୍ ଓ ସାଧାରଣ ହସ୍ପିଟାଲକୁ ପ୍ରଦାନ କରିଛନ୍ତି, ଯାହାକୁ ସୂଚନା ଦେଇଛି ଉକ୍ତ ହସ୍ପିଟାଲ୍। ମେସିଙ୍କର ପ୍ରଥମ ବାର୍ସିଲୋନା ମ୍ୟାନେଜର୍ ପେପ୍ ଗାର୍ଡିଓଲା ମଧ୍ୟ ବାର୍ସିଲୋନାସ୍ଥିତ ଏକ ଏନଜିଓକୁ ଜରୁରୀ ମେଡିକାଲ ସାମଗ୍ରୀ କିଣିବା ପାଇଁ […]

  • Monday, 26 July 2021
dhoni
'କାହାକୁ କିଛି ନଜଣେଇ ଚୁପଚାପ ଅବସର ନେଇ ପାରନ୍ତି ଧୋନି'

ନୂଆଦିଲ୍ଲୀ: ୨୦୧୯ ବିଶ୍ୱକପ ପରେ ଆଉ କ୍ରିକେଟ ମୈଦାନରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବାକୁ ମିଳିନାହିଁ। ଆସନ୍ତା ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଧୋନିଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳିଥାଆନ୍ତା। ହେଲେ କରୋନା ଭାଇରସ ଯୋଗୁ ଆଇପିଏଲ ମଧ୍ୟ ଏପ୍ରିଲ ୧୫ ଯାଏ ସ୍ଥଗିତ ହୋଇଯାଇଛି। ତେଣୁ କ’ଣ ଆଇପିଏଲ ପରେ ଧୋନି କ୍ରିକେଟରୁ ଅବସର ନେବେ ନା ଅକ୍ଟୋବରରେ ହେବାକୁ ଥିବା ଟି-୨୦ […]

  • Monday, 26 July 2021
image
କ୍ୱାରେଣ୍ଟାଇନ୍‌ ନିୟମ ଭାଙ୍ଗିଲେ ସାଂସଦ ମ୍ୟାରିକମ

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଭାରତ ସରକାର କ୍ୱାରେଣ୍ଟାଇନ୍‌ ପାଇଁ ଜାରି କରିଥିବା ନିୟମକୁ ବକ୍ସର ତଥା ରାଜ୍ୟସଭା ସାଂସଦ ମ୍ୟାରିକମ ଉଲ୍ଲଙ୍ଘନ କରିଛନ୍ତି। ମ୍ୟାରିକମ ନିକଟରେ ଜୋର୍ଡାନର ଅମ୍ମାନରେ ଏସିଆନ-ଓସେନିଆ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଖେଳିବାକୁ ଯାଇଥିଲେ। ଏଥିରେ ଅନ୍ୟ ସାଂସଦମାନଙ୍କ ସହ ମ୍ୟାରିକମ ମଧ୍ୟ ଯୋଗ ଦେଇଥିଲେ। ବ୍ରେକଫାଷ୍ଟ ପାର୍ଟିର ୪ଟି ଫଟୋ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ କରାଯାଇଥିଲା। ଏହି ୪ଟି ଫଟୋ ମଧ୍ୟରୁ ଗୋଟିଏରେ ମ୍ୟାରିକମ […]

  • Monday, 26 July 2021
ipl
ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସ୍ଥଗିତ ହେଲା ଆଇପିଏଲ

ମୁମ୍ବାଇ: ମହାମାରୀ କରୋନା ଭାଇରସର ପ୍ରଭାବ ଏବେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଉପରେ ପଡ଼ିଛି। କରୋନା କାରଣରୁ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଇପିଏଲର ୧୩ଶ ସଂସ୍କରଣ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ପ୍ରତି ଟିମର ମାଲିକଙ୍କ ପ୍ରସ୍ତାବକ୍ରମେ ଏହି ଟି-୨୦ ଲିଗକୁ କିଛି ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ୱାର୍ଲ୍ଡ ହେଲଥ […]

  • Monday, 26 July 2021
nita
କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ୧୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ନୀତା ଅମ୍ୱାନି

ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅଛନ୍ତି ନୀତା ଅମ୍ବାନୀ। ଏହି ତାଲିକାରେ ଟେନିସ‌୍‍ ତାରକା ସେରେନା ୱିଲିୟମସ‌୍‍ ଓ ଜିମ୍ନାଷ୍ଟିକ‌୍‍ କ୍ରୀଡ଼ାବିତ ସିମୋନ ବାଇଲ‌୍‍ସଙ୍କ ନାମ ମଧ୍ୟ ରହିଛି। କ୍ରୀଡ଼ା ବ୍ୟବସାୟ ନେଟୱର୍କ  ଆଇସ୍ପୋର୍ଟସକନେକ୍ଟ ପକ୍ଷରୁ ୨୦୨୦ କ୍ରୀଡ଼ା କ୍ଷେତ୍ରରେ ପ୍ରଭାବଶାଳୀ ମହିଳାଙ୍କର ତାଲିକା ପ୍ରକାଶ କରାଯାଇଛି। କୁହାଯାଇଛି ଯେ, ୨୫ ଜଣଙ୍କୁ ନେଇ ପ୍ରାଥମିକ ତାଲିକା ପ୍ରସ୍ତୁତ କରାଯାଇଥିଲା । ବିଶେଷଜ୍ଞ କମିଟିର ମତାମତ ମିଳିବା ପରେ […]

  • Monday, 26 July 2021
fd
ମ୍ୟାରିକମଙ୍କୁ ଅଲିମ୍ପିକ୍ସ ଟିକେଟ୍

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ବକ୍ସର ତଥା ୬ଥରର ବିଶ୍ୱ ବିଜେତା ମ୍ୟାରିକମ ୨୦୨୦ ଟୋକିଓ ଅଲମ୍ପିକ୍ସ ପାଇଁ ଟିକେଟ୍ ହାସଲ କରିଛନ୍ତି। ଜୋର୍ଡାନରେ ଚାଲିଥିବା ଏସିଆନ-ଓସେନିଆନ ଅଲିମ୍ପିକ୍ସ କ୍ୱାଲିଫାୟର୍ସରେ ମ୍ୟାରିକମ ସେମି ଫାଇନାଲରେ ପ୍ରବେଶ କରି ଏହି ଯୋଗ୍ୟତା ହାସଲ କରିଛନ୍ତି। ଏହାପୂର୍ବରୁ ମ୍ୟାରିକମ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ତେଣୁ ସେ ଦ୍ୱିତୀୟ ଥର ପାଇଁ ସେ ଅଲିମ୍ପିକ୍ସକୁ କ୍ୱାଲିଫାୟ କରିଛନ୍ତି। ୫୧ କେଜି ବର୍ଗରେ ଲଢ଼େଇ କରୁଥିବା ମ୍ୟାରିକମଙ୍କ […]

  • Monday, 26 July 2021
od
ଧୋନିଙ୍କ ପାଇଁ ଚୟନ କମିଟିର ସର୍ତ୍ତ: ଯଦି ଏଥିରେ ସଫଳ ହେବେ ତେବେ ଟିମ୍‌ରେ ଖେଳିବେ

ରାଜକୋଟ: ୨୦୧୯ ବିଶ୍ୱକପ ପରେ ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ ଖେଳୁ ନଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ବଡ଼ ଖବର ଆସିଛି। ଧୋନି ଆଗାମୀ ଟି-୨୦ ବିଶ୍ୱକପ ବେଳକୁ ଟିମ୍‌ ଇଣ୍ଡିଆକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଥିବା ଚୟନ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଥିପାଇଁ ଧୋନିଙ୍କ ଆଗରେ ଚୟନ କମିଟି ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଛି। ଧୋନି ଟିମ ଇଣ୍ଡିଆ ସ୍କ୍ୱାଡକୁ ଫେରିବାକୁ ହେଲେ, ତାଙ୍କୁ ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ […]

  • Monday, 26 July 2021
sefali
ବିଶ୍ୱକପ୍‌ ହାରିବା ପରେ ଟିମ୍‌ ଇଣ୍ଡିଆର ମହିଳା ଟିମ୍‌ ପାଇଁ ପୁଣି ଏକ ଦୁଃଖ ଖବର

ଦୁବାଇ: ଖରାପ୍ ପ୍ରଦର୍ଶନ ଯୋଗୁ ମହିଳା ଟି-୨୦ ବିଶ୍ୱକପ୍‌ ହାରିଲା ଟିମ୍‌ ଇଣ୍ଡିଆ। ବିଶ୍ୱବିଜେତା ହେବାରୁ ବଞ୍ଚିତ ହେଲା। ଆଉ ଏବେ ନମ୍ବର୍‌ ୱାନ୍‌ରୁ ବଞ୍ଚିତ ହେଲେ ଟିମ୍ ଇଣ୍ଡିଆର ଲେଡି ସେହୱାଗ୍ ଶେଫାଳୀ ବର୍ମା।ସେ ମାତ୍ର କିଛି ଦିନ ପାଇଁ ମହିଳା ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ରହିବା ପରେ ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି।  ସେ ପ୍ରଥମ ଭାରତୀୟ ଭାବେ ମହିଳା ଟି-୨୦ ରାଙ୍କିଙ୍ଗର ୧ ନଂ ସ୍ଥାନରେ ପହଞ୍ଚିବାର ରେକର୍ଡ କରିଥିଲେ। […]

  • Monday, 26 July 2021
iot
ଉତ୍ସାହ ଓ ଉଲ୍ଲାସ ହଠାତ୍‌ ସବୁ ଥମିଗଲା; ଭାରତର ବିଶ୍ୱକପ୍‌ ଯାତ୍ରା ମେଲବର୍ଣ୍ଣରେ ସରିଗଲା

ମେଲବର୍ଣ୍ଣ: ଉତ୍ସାହ, ଉନ୍ମାଦନା, ଉଲ୍ଲାସ ସବୁ ଯେମିତି ଥମିଗଲା। ଟିମ୍‌ ଇଣ୍ଡିଆ ବିଶ୍ୱବିଜେତା ହେବାର ଯାତ୍ରା ମେଲବର୍ଣ୍ଣରେ ସରିଗଲା। ଦିନିକିଆ ବିଶ୍ୱକପ ଭଳି ଟି-୨୦ ବିଶ୍ୱକପ ଫାଇନାଲରେ ବି ଭାରତୀୟ ମହିଳା ଦଳ ହାରିଗଲା। ଅଷ୍ଟ୍ରିଲିଆ ଯେଉଁ ଚାମ୍ପିୟନ୍‌କୁ ସେଇ ଚାମ୍ପିୟନ୍। ଦିନିକିଆରେ ଇଂଲଣ୍ଡ ଠାରୁ ହାରିଥିଲା, ଆଉ ଆଜି ଅଷ୍ଟ୍ରେଲିଆ ଠାରୁ ହାରିଲା।  ଧୂଳିସାତ ହେଲା ବିଶ୍ୱବିଜେତା ସ୍ୱପ୍ନ। ପ୍ରଥମଥର ଟି-୨୦ ବିଶ୍ୱକପ ଫାଇନାଲ ଖେଳୁଥିବା ହରମନପ୍ରୀତ କୌରଙ୍କ ଟିମ୍‌ ଇଣ୍ଡିଆ ଆଜି ଅଷ୍ଟ୍ରେଲିଆ ନିକଟରେ […]

  • Monday, 26 July 2021
mann kour
ରାଷ୍ଟ୍ରପତିଙ୍କଠୁ ଆୱାର୍ଡ ପାଇଁ ଖୁସିରେ ନାଚିଲେ ଏହି ଖେଳାଳି

ଚଣ୍ଡିଗଡ଼: ଚଣ୍ଡିଗଡ଼ର ଚମତ୍କାରୀ ମନ୍ନ କୌରଙ୍କୁ ମିଳିଛି ନାରୀ ଶକ୍ତି ସମ୍ମାନ। ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ ବେଳେ ବେଶ୍ ଉତ୍ସାହିତ ହୋଇଥିଲେ ମନ୍ନ। ରାଷ୍ଟ୍ରପତିଙ୍କଠୁ ସମ୍ମାନ ନେବା ପରେ ମନ୍ନ ଖୁସିରେ ନାଚିଥିଲେ। ରାଷ୍ଟ୍ରପତି ମନ୍ନଙ୍କୁ ନିଜ ଶୈଳୀରେ ନାଚିବାକୁ କହିଥିଲେ। ଏହାପରେ ମଞ୍ଚରେ ନାଚିଥିଲେ ମନ୍ନ। ଆୱାର୍ଡ ନେବା ଖୁସିଠୁ ବଳି ଯାଇଥିଲା ରାଷ୍ଟ୍ରପତିଙ୍କୁ ଭେଟିବା। ମଞ୍ଚ ଉପରକୁ ବେଶ ଖୁସ୍ ମିଜାସ ଶୈଳୀରେ ଆସିଥିଲେ ମନ୍ନ। ଏକଦମ୍ ପରେଡ୍ ଶୈଳୀରେ ‌ଆସି ରାଷ୍ଟ୍ରପତିଙ୍କଠୁ ମାନପତ୍ର […]

  • Monday, 26 July 2021
pd
ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍‌: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ହେଉଥିବା ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍‌ରେ ଟସ୍ ଜିତିଲା ଅଷ୍ଟ୍ରେଲିଆ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ଦଳ। ମେଲ୍‌ବର୍ଣ୍ଣ ଗ୍ରାଉଣ୍ଡର ୱିକେଟ୍‌ ସୁବିଧାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ଅଷ୍ଟ୍ରେଲିଆ କ୍ୟାପ୍ଟେନ୍‌ ମେଗ୍‌ ଲାନିଂ। ଗ୍ରାଉଣ୍ଡର ଫାଇଦା ନେଇ ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ଉପରେ ଚାପ ପକାଇବା ପାଇଁ ଚାହୁଛି ଘରୋଇ ଦଳ। ଏଥିପାଇଁ ଆଗୁଆ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ। ଅନ୍ୟପଟେ […]

  • Monday, 26 July 2021
sdf
ଆଇସିସି ଟି-୨୦ ମହିଳା ବିଶ୍ୱକପ୍‌ ଫାଇନାଲ୍‌: ଜମିବ ଇଣ୍ଡିଆ-ଅଷ୍ଟ୍ରେଲିଆ ଫାଇଟ୍

ମେଲବର୍ଣ୍ଣ: ଆଇସିସି ଟି-୨୦ ମହିଳା ବିଶ୍ୱକପର ଫାଇନାଲରେ ଆଜି ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ମହିଳା ବ୍ରିଗେଡ। ମେଲବୋର୍ଣ୍ଣରେ ଏହି ମ୍ୟାଚ୍‌ ଖେଳାଯିବ। ଚମତ୍କାର ଫର୍ମରେ ଥିବା ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ଟି- ୨୦  ମହିଳା ବିଶ୍ୱକପ୍‌ରେ ଫାଇନାଲ ମ୍ୟାଚ୍ ଖେଳୁଛି। ଭାରତର ବ୍ୟାଟ୍ସମ୍ୟାନ୍ ଶେଫାଳୀ ବର୍ମା, ସ୍ମୃତି ମାନନ୍ଧନା ଓ ଅଲରାଉଣ୍ଡର ଦିପ୍ତୀ ଶର୍ମା ଚମତ୍କାର ଫର୍ମରେ ଅଛନ୍ତି। ତେଣୁ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଭାରତୀୟ ମହିଳା ଟିମ୍ ଆଇସିସି ଟି -୨୦ […]

  • Monday, 26 July 2021
perry
ମହିଳା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆକୁ ଝଟ୍‌କା: ଖେଳିବେନି ଷ୍ଟାର୍‌ ଅଲ୍‌ରାଉଣ୍ଡର୍‌

ମେଲବର୍ଣ୍ଣ: ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତ ସହ ମୁକାବିଲା କରିବାକୁ ଅଣ୍ଟାଭିଡ଼ୁଥିବା ବେଳେ ଟିମ୍‌କୁ ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା ଲାଗିଛି। ଲିଗ୍‌ ପର୍ଯ୍ୟାୟରୁ ଆହତ ହୋଇ ବେଞ୍ଚରେ ବସିଥିବା ଷ୍ଟାର ଅଲରାଉଣ୍ଡର ଏଲିସା ପେରୀ ଏବେ ୬ ମାସ ଯାଏ କ୍ରିକେଟ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ମ୍ୟାଚ୍‌ ଚାଲିଥିବା ବେଳେ ସେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ। ଏବେ ତାଙ୍କର ଅସ୍ତ୍ରୋପଚାର ହେବ। ଆସନ୍ତା ସପ୍ତାହରେ ଅସ୍ତ୍ରୋପଚାର ହେଲେ ସେ ଦୀର୍ଘ ୬ ମାସ ଯାଏ […]

  • Monday, 26 July 2021