• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତୀୟ କ୍ରିକେଟ୍‌ ଟିମ୍‌ ୨୦୦୮ ପରେ ପାକିସ୍ତାନ ଗସ୍ତ କରିନାହିଁ । କିନ୍ତୁ ୨୦୨୩ରେ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ପାକିସ୍ତାନ ଯିବାକୁ ପଡ଼ିପାରେ । ଶୁକ୍ରବାର ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ ବୈଠକରେ ୨୦୨୩ରେ ହେବାକୁ ଥିବା ଏସିଆ କପ୍‌ର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ୨୦୨୩ରେ ଦିନିକିଆ ବିଶ୍ୱକପ୍‌ ମ୍ୟାଚ୍‌ ଭାରତରେ ଆୟୋଜନ ହେବାକୁ ଯାଉଛି । ଏହି କ୍ରମରେ ପାକିସ୍ତାନ ଟମ୍‌ ଭାରତ ଆସିବାର ସମ୍ଭାବନା ମଧ୍ୟ ରହିଛି । ଅନ୍ୟପଟେ ଅକ୍ଟୋବର ୨୪ ତାରିଖରେ ଭାରତ-ପାକିସ୍ତାନ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ।

କ୍ରିକ୍‌ବୁଜ୍‌ରୁ ମିଳିଥିବା ଖବର ଅନୁଯାୟୀ, ଏସିସି ବୈଠକରେ ପାକିସ୍ତାନକୁ ଏସିଆ କପ୍‌ ଆୟୋଜନର ଦାୟିତ୍ୱ ଦିଆଯାଇଛି । ୨୦୨୨ରେ ଶ୍ରୀଲଙ୍କା ଏସିଆ କପ୍‌ର ଆୟୋଜନ କରିବ । ଆଉ ଏହା ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଖେଳାଯିବ । ବିସିସିଆଇ ଅଧ୍ୟକ୍ଷ ଜୟ ଶାହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତି ହୋଇଛି । ତେବେ ପାକିସ୍ତାନ ପୂର୍ବରୁ ସ୍ପଷ୍ଟ କରିଛି ଯେ, ଘରୋଇ ମ୍ୟାଚ୍‌ ଗୁଡ଼ିକ ନ୍ୟୁଟ୍ରାଲ ଭେନ୍ୟୁରେ ଆୟୋଜିତ କରିବ ନାହିଁ । ସୂଚନା ଅନୁସାରେ ପିସିବି ଓ ବିସିସିଆଇ ଉଭୟ ଏହି ନିଷ୍ପତି ଉପରେ ପୁଷ୍ଟି କରିଛନ୍ତି । ଖୁବ୍‌ଶୀଘ୍ର ଏହାର ଶିଡ୍ୟୁଲ ସାମ୍ନାକୁ ଆସିବ । ପିସିବିର ଚେୟାରମ୍ୟାନ୍‌ ରାମିଜ ରାଜା ମଧ୍ୟ ବୈଠକରେ ସାମିଲ ଥିଲେ । ବିଗତ ଦିନରେ ସୁରକ୍ଷା ଦୃଷ୍ଟି କୋଣରୁ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତ ରଦ୍ଦ କରିଥିଲେ ।

ଭାରତୀୟ କ୍ରିକେଟ୍‌ ଦଳ ଶେଷ ଥର ପାଇଁ ୨୦୦୮ରେ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ଯାଇଥିଲା । ସେତେବେଳେ ମଧ୍ୟ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା । ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମାତ୍ର ଦୁଇ ଥର ସାମ୍ନା- ସାମ୍ନି ହୋଇଥିଲେ । ଗୋଟିଏ ମ୍ୟାଚ୍‌ରେ ଭାରତ ଓ ଅନ୍ୟ ମ୍ୟାଚ୍‌ରେ ପାକିସ୍ତାନକୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ଟିମ୍ ଇଣ୍ଡିଆକୁ ଯେଉଁ ମ୍ୟାଚ୍‌ରେ ବିଜୟ ହାସଲ ହୋଇଥିଲା, ସେହି ମ୍ୟାଚ୍‌ରେ ସେହୱାଗ୍‌ ୧୯୯ ରନ୍‌ର ଜବରଦସ୍ତ ଇନିଂସ ଖେଳିଥିଲେ । ଏହା ବ୍ୟତୀତ ସୁରେଶ ରୈନା ମଧ୍ୟ ୮୪ ରନ୍‌ ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କ ମନ ମୋହିଥିଲେ ।

ପାକିସ୍ତାନରେ ଉଭୟ ଟିମ୍‌ ମଧ୍ୟରେ ହୋଇଥିବା ସମସ୍ତ ଦିନିକିଆ ମ୍ୟାଚ୍‌ ଉପରେ ଯଦି ନଜର ପକାଇବା, ତେବେ ସବୁବେଳେ ଆୟୋଜକ ଦଳର ପଲ୍ଲା ଭାରି ରହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ମୋଟ ୨୭ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି । ସେଥିରୁ ଭାରତ ୧୧ଟି ଓ ପାକିସ୍ତାନ ୧୪ ମ୍ୟାଚ୍‌ରେ ବିଜୟ ହୋଇଛି । ଦୁଇଟି ମ୍ୟାଚ୍‌ର ରେଜଲ୍ଟ ପ୍ରକାଶ ପାଇ ନାହିଁ । ତିନୋଟି ଯାକ ଫର୍ମାଟ୍‌ର କଥା କହିବା ଯଦି, ପାକିସ୍ତାନରେ ମୋଟ ୫୩ଟି ମ୍ୟାଚ୍‌ ଖେଳିଛି ଭାରତ । ସେଥିମଧ୍ୟରୁ ୧୩ଟିରେ ବିଜୟ ହୋଇଛି । ୨୧ଟି ମ୍ୟାଚ୍‌ରେ ପରାଜିତ ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now