Advertisment

ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଟ୍ରଫି ହାତେଇଲା ଚେନ୍ନାଇ ସୁପର କିଙ୍ଗସ୍

କେକେଆର ଟିମ୍ ଶେଷ ୪ଟିଯାକ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲ ପାଇଁ ମନୋବଳ ଦୃଢ କରିଥିଲେ। କିନ୍ତୁ ଏଥର ଭାଗ୍ୟ ସାଥ୍ ଦେଇନଥିଲା। ୯ ବର୍ଷ ପରେ କୋଲକାତା ଠାରୁ ପ୍ରତିଶୋଧ ନେଇଛି ଧୋନୀ ବାହିନୀ ଚେନ୍ନାଇ ଟିମ୍।

author-image
Chandan Shishu
ଅଦ୍ୟତନ ହୋଇଛି
Chennai super kings won IPL trophy

Chennai super kings won IPL trophy

ଦୁବାଇ: ଚଳିତବର୍ଷର IPL ଚାମ୍ପିଅନ୍ ହେଲା ଚେନ୍ନାଇ। ଚେନ୍ନାଇ ୪ର୍ଥ ଥର ଲାଗି ହେଲା IPL ଚାମ୍ପିଅନ୍। କେକେଆରକୁ ୨୭ ରନ୍‌ରେ ହରାଇଲା ଚେନ୍ନାଇ। ୯ ୱିକେଟ୍‌ ହରାଇ ୧୬୫ ରନ୍‌ରେ ସୀମିତ ରହିଥିଲା କୋଲକାତା। ଆଜି ଆଇପିଏଲର ଗ୍ରାଣ୍ଡ ଫିନାଲେ ଟାଇଟଲ ପାଇଁ ୟୁଏଇରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକତା ନାଇଟ୍ ରାଇଡର୍ସ। କେକେଆର ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। 

Advertisment

ଫାଫ୍ ଡୁପ୍ଲେସିସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା। ଫଳରେ ଫାଇନାଲ ମୁକାବିଲା ଜିତିବା ପାଇଁ କେକେଆରକୁ ୧୯୩ ରନ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିଲେ। ଚେନ୍ନାଇ ପକ୍ଷରୁ ଡୁପ୍ଲେସିସ୍ ସର୍ବାଧିକ ୮୬ ରନ୍ କରିଥିବା ବେଳେ ଋତୁରାଜ ଗାଏକ୍ୱାଡ, ରବିନ୍ ଉଥାପ୍ପା ଓ ମୋଇନ୍ ଅଲୀ ଦମଦାର ରନ୍ ସାମିଲ ଥିଲା। 

ରେକର୍ଡ କହୁଛି, ଦ୍ୱିତୀୟ ବ୍ୟାଟିଂ କରିଥିବା ଟିମ୍ ଶେଷ ୮ ମ୍ୟାଚ ଜିତିଛି ତେଣୁ ଏହି ଧାରା ମୋର୍ଗାନଙ୍କ କୋଲକତା ଟିମକୁ ସୁହାଇବ ବୋଲି ଆଶା କରିଥିଲେ। କୋଲକାତାର ବ୍ୟାଟ୍ସମ୍ୟାନ୍ ଗିଲ ୪୩ଟି ବଲ୍‌ରେ ୫୧ ରନ୍‌ କରିଥିଲେ। କିନ୍ତୁ ଗିଲ୍‌ଙ୍କ ଆଉଟ୍‌ ପରେ ଅନ୍ୟ କୌଣସି ବ୍ୟଟ୍ସମ୍ୟାନ୍ ଚେନ୍ନାଇ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ। କେକେଆର ଟିମ୍ ଶେଷ ୪ଟିଯାକ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲ ପାଇଁ ମନୋବଳ ଦୃଢ କରିଥିଲେ। କିନ୍ତୁ ଏଥର ଭାଗ୍ୟ ସାଥ୍ ଦେଇନଥିଲା।

Advertisment

କୋଲକତା ଟିମ୍ ତୃତୀୟ ଥର ଫାଇନାଲରେ ପହଞ୍ଚିଥିଲା। ଏହା ପୂର୍ବରୁ ଫାଇନାଲ ଯାଇ ୨ଥର ଯାକ ଚାମ୍ପିଅନ୍ ହୋଇଥିଲା। କେକେଆର ୨୦୧୨ରେ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ କୋଲକତା ନାଇଟ୍ ରାଇଡର୍ସ ଚେନ୍ନାଇକୁ ହରାଇ ଟ୍ରଫି ହାସଲ କରିଥିଲା। ତେଣୁ ୯ ବର୍ଷ ପରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଥିଲା ଧୋନୀ ବାହିନୀ ଚେନ୍ନାଇ ଟିମ୍। ନବମ ଥର ପାଇଁ ଫାଇନାଲକୁ ଯାଇ ଆଗରୁ ତିନିଥର ଚାମ୍ପିଅନ୍ ହୋଇଥିଲା ଚେନ୍ନାଇ।

IPL 2021 KKR Chenni Super Kings
Advertisment
Advertisment